ହରିୟାଣାର ସିଏମ ଓ କେନ୍ଦ୍ରମନ୍ତ୍ରୀ ମନୋହର ଲାଲଙ୍କ ସୁରକ୍ଷାରେ ତ୍ରୁଟି
ଚଣ୍ଡିଗଡ, 21 ଫେବ୍ରୁଆରି (ହି.ସ.)- ହରିୟାଣାର ମୁଖ୍ୟମନ୍ତ୍ରୀ ନାୟବ ସେନୀ ଓ କେନ୍ଦ୍ରମନ୍ତ୍ରୀ ମନୋହରଙ୍କ ସୁରକ୍ଷାରେ ତ୍ରୁଟି ମାମଲା ସାମ୍ନାକୁ ଆସିଛି । ଚଣ୍ଡିଗଡର ସେନସିଟିଭ ଜୋନରେ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀଙ୍କ କାଫିଲା ରାତିରେ ପ୍ରାୟ 15 ମିନିଟ ଧରି ରା
ହରିୟାଣାର ସିଏମ ଓ     କେନ୍ଦ୍ରମନ୍ତ୍ରୀ ମନୋହର ଲାଲଙ୍କ ସୁରକ୍ଷାରେ ତ୍ରୁଟି


ଚଣ୍ଡିଗଡ, 21 ଫେବ୍ରୁଆରି (ହି.ସ.)- ହରିୟାଣାର

ମୁଖ୍ୟମନ୍ତ୍ରୀ ନାୟବ ସେନୀ ଓ କେନ୍ଦ୍ରମନ୍ତ୍ରୀ ମନୋହରଙ୍କ ସୁରକ୍ଷାରେ ତ୍ରୁଟି ମାମଲା

ସାମ୍ନାକୁ ଆସିଛି । ଚଣ୍ଡିଗଡର ସେନସିଟିଭ ଜୋନରେ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀଙ୍କ

କାଫିଲା ରାତିରେ ପ୍ରାୟ 15 ମିନିଟ ଧରି ରାସ୍ତାରେ ଅଟକି ରହିଥିଲା । ପଂଜାବ ଭବନର

ସୁରକ୍ଷାକର୍ମୀଙ୍କ ମୁଖ୍ୟ ଗେଟରେ ତାଲା ଯୋଗୁ ଉଭୟ ନେତା ହରିୟାଣା ନିବାସ ଯାଇପାରିନଥିଲେ ।

ଏହି ମାମଲା ବୁଧବାର ରାତିର

ଅଟେ, ଯେତେବେଳେ କେନ୍ଦ୍ରମନ୍ତ୍ରୀ ମନୋହର ଲାଲ ଚଣ୍ଡିଗଡରେ ଥିଲେ । ମନୋହର ଲାଲ

ମୁଖ୍ୟମନ୍ତ୍ରୀ ନାୟବ ସେନୀଙ୍କ ସହିତ ଚଣ୍ଡିଗଡରେ ସିଏମ ଆବାସରେ ଥିଲେ । ରାତି ପ୍ରାୟ 11.30

ସମୟରେ ମନୋହର ଲାଲଙ୍କୁ ହରିୟାଣା ନିବାସ ଯିବାର ଥିଲା । ବୈଠକ ପରେ ଯେତେବେଳେ ମନୋହର ଲାଲ

ବାହାରିଲେ, ସେତେବେଳେ ସିଏମ ନାୟବ ସେନୀ ବି ତାଙ୍କୁ ଛାଡିବା ପାଇଁ ହରିୟାଣା ନିବାସ

ବାହାରିଥିଲେ ।

ଉଭୟ ନେତାଙ୍କ କାଫିଲା

ଯେତେବେଳେ ହରିୟାଣା ନିବାସ ଅଭିମୁଖେ ଟର୍ନ ହୋଇଥିଲା, ସେତେବେଳେ ପଂଜାବ ଭବନର ଆଗ ଗେଟ ବନ୍ଦ

ଥିଲା । ଏହି ଗେଟର ଚାବି ପଂଜାବ ଭବନର ଗାର୍ଡ ନିକଟରେ ରହିଥାଏ । ପୂର୍ବ ସୂଚନା ନହେବା କାରଣରୁ

ଗାର୍ଡ ସେହି ସମୟରେ ଗେଟ ନିକଟରେ ନଥିଲା । ତେଣୁ ଉଭୟ ନେତାଙ୍କ କାଫିଲା ସେଠାରେ ଅଟକି ରହିଥିଲା

। ଉଭୟ ନେତାଙ୍କୁ ଜେଡ୍ ପ୍ଲସ ସୁରକ୍ଷା ମିଳିଛି । ଏହାପରେ ସୁରକ୍ଷାକର୍ମୀ ଗେଟ ବାହାରେ ହିଁ

ଉଭୟ ନେତାଙ୍କୁ ତାଙ୍କ କଭରରେ ରଖିଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande