ବାରଣାସୀ, 21 ଫେବ୍ରୁଆରି (ହି.ସ.)
-କାଶୀ ତାମିଲ
ସଙ୍ଗମମ-3ରେ ଭାଗ ନେବା ପାଇଁ ତାମିଲନାଡୁରୁ ଆସିଥିବା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟ
ଶୁକ୍ରବାର ହନୁମାନ ଘାଟରେ ପବିତ୍ର ଗଙ୍ଗାରେ ଆସ୍ଥାର ବୁଡ ପକାଇଛନ୍ତି । ଗଙ୍ଗା ପୂଜନ କରି
ଘର-ପରିବାର ଓ ରାଜ୍ୟର ସୁଖ ସମୃଦ୍ଧି ପାଇଁ ଆଶୀର୍ବାଦ ମାଗିଛନ୍ତି ।
ଦଳରେ ସାମିଲ ତାମିଲ
ଆଚାର୍ଯ୍ୟଙ୍କ ଠାରୁ ଗଙ୍ଗାର ବିଭିନ୍ନ ଘାଟର ଇତିହାସ ଓ ନିର୍ମାଣ ସଂପର୍କରେ ଜାଣିଥିଲେ । ଏହି
ଦଳ ଘାଟରେ ଥିବା ଦକ୍ଷିଣ ଭାରତର ପ୍ରାଚୀନ ମନ୍ଦିରରେ ଦର୍ଶନ-ପୂଜନ କରିଥିଲେ । ସମସ୍ତ ଅତିଥିଙ୍କୁ
ଗାଇଡ ମନ୍ଦିରର ଇତିହାସ, ଦିବ୍ୟତା ଓ ଭବ୍ୟତା ସଂପର୍କରେ ତଥ୍ୟ ଦେଇଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା