ଜମ୍ମୁ-ଶ୍ରୀନଗର ରାଜପଥରେ ଯାତାୟତ ବ୍ୟାହତ,ଅନ୍ୟାନ୍ୟ ପ୍ରମୁଖ ରାସ୍ତା ବନ୍ଦ
ଶ୍ରୀନଗର, 21 ଫେବୃଆରୀ (ହି.ସ)- ଭୁସ୍ଗଳନ ଏବଂ ବରଫପାତ ହେତୁ ଗୁରୁବାର ବିଳମ୍ବିତ ରାତିରେ ବନ୍ଦ ହୋଇଥିବା ଜାମ୍ମୁ-ଶ୍ରୀନଗର ରାଜପଥରେ ଯାତାୟତ ବାଧାପ୍ରାପ୍ତ ହୋଇଛି ,ବର୍ତ୍ତମାନ ଉଭୟ ଦିଗରୁ ଯାତ୍ରୀବାହୀ ଯାନ ଗତି କରୁଛି। ଅଧିକାରୀମାନେ ଶୁକ୍ରବାର ସକାଳେ କହିଛନ୍ତି ଯେ
ଜମ୍ମୁ-ଶ୍ରୀନଗର ରାଜପଥରେ ଯାତାୟତ ବ୍ୟାହତ,ଅନ୍ୟାନ୍ୟ ପ୍ରମୁଖ ରାସ୍ତା ବନ୍ଦ


ଶ୍ରୀନଗର, 21 ଫେବୃଆରୀ (ହି.ସ)- ଭୁସ୍ଗଳନ

ଏବଂ ବରଫପାତ ହେତୁ ଗୁରୁବାର ବିଳମ୍ବିତ ରାତିରେ ବନ୍ଦ ହୋଇଥିବା ଜାମ୍ମୁ-ଶ୍ରୀନଗର ରାଜପଥରେ

ଯାତାୟତ ବାଧାପ୍ରାପ୍ତ ହୋଇଛି ,ବର୍ତ୍ତମାନ ଉଭୟ ଦିଗରୁ ଯାତ୍ରୀବାହୀ ଯାନ ଗତି କରୁଛି।

ଅଧିକାରୀମାନେ ଶୁକ୍ରବାର ସକାଳେ

କହିଛନ୍ତି ଯେ ହାଲୁକା ଯାନ ରାଜପଥର ଉଭୟ ଦିଗରୁ ଚଳାଇବାକୁ

ଅନୁମତି ଦିଆଯାଇଛି ଏବଂ ଭାରି ମୋଟର ଯାନ(ଏଚଏମବୀ)କୁ ଅନୁମତି ଦିଆଯିବ ବୋଲି ଆଶା କରାଯାଉଛି।ସେ

ଯାତ୍ରୀମାନଙ୍କ ଭିଡକୁ ରୋକିବା ପାଇଁ ଲେନ ଅନୁଶାସନ ବଜାୟ ରଖିବାକୁ ଅନୁରୋଧ କରିଛନ୍ତି ଏବଂ ଏହା

ସହ ଚେତାବନୀ ଦେଇଛନ୍ତି ଯେ ଓଭରଟେକ କରିବା ଦ୍ୱାରା ଯାତାୟତ ବ୍ୟାହତ ହୋଇପାରେ।

ଏହି ସମୟରେ ପ୍ରତିକୁଳ

ପରିସ୍ଥିତି ଯୋଗୁଁ ଶ୍ରୀନଗର-ସୋନମାର୍ଗ-ଗୁମରୀ ରୋଡ,ଭଦ୍ରୱାହ-ଚମ୍ବା ରୋଡ ,ମୁଗଲ ରୋଡ ଏବଂ

ସିନ୍ଥନ ରୋଡ ସମେତ ଅନ୍ୟାନ୍ୟ ପ୍ରମୁଖ ରାସ୍ତା ବନ୍ଦ ରହିଛି।ଯାତ୍ରୀମାନଙ୍କୁ ପରାମର୍ଶ

ଦିଆଯାଇଛି ଯେ ସେ ତାଙ୍କ ଯାତ୍ରାଯୋଜନା କରିବା

ପୁର୍ବରୁ ଯାତାୟତ କଣ୍ଟ୍ରୋଲ ରୁମକୁ ଯୋଗାଯୋଗ କରନ୍ତୁ।

---------------

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା


 rajesh pande