ପୂର୍ବତନ କଂଗ୍ରେସ ନେତା ସଜ୍ଜନ କୁମାରଙ୍କ ସଜା ଉପରେ ରାୟ ଫେବୃଆରୀ ୨୫ ରେ
ନୂଆଦିଲ୍ଲୀ, ୨୧ ଫେବୃଆରୀ (ହି.ସ.)- ରାଉଜ ଏବେନ୍ୟୁ କୋର୍ଟ ଦିଲ୍ଲୀର ସ୍ୱତନ୍ତ୍ର ବିଚାରପତି କାବେରୀ ବାବେଜା ୧୯୮୪ ର ଶୀଖ୍ ବିରୋଧୀ ଦଙ୍ଗା ସହିତ ଜଡ଼ିତ ସରସ୍ୱତୀ ବିହାରର ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ପୂର୍ବତନ କଂଗ୍ରେସ ନେତା ସଜ୍ଜନ କୁମାରଙ୍କ ସଜାର ଅବଧି ଉପରେ ରାୟକୁ ଆଜି ସଂରକ୍ଷିତ ରଖିଛନ୍ତି
ପୂର୍ବତନ କଂଗ୍ରେସ ନେତା ସଜ୍ଜନ କୁମାରଙ୍କ ସଜା ଉପରେ ରାୟ ଫେବୃଆରୀ ୨୫ ରେ


ନୂଆଦିଲ୍ଲୀ, ୨୧ ଫେବୃଆରୀ (ହି.ସ.)- ରାଉଜ ଏବେନ୍ୟୁ କୋର୍ଟ ଦିଲ୍ଲୀର ସ୍ୱତନ୍ତ୍ର ବିଚାରପତି କାବେରୀ ବାବେଜା ୧୯୮୪ ର ଶୀଖ୍ ବିରୋଧୀ ଦଙ୍ଗା ସହିତ ଜଡ଼ିତ ସରସ୍ୱତୀ ବିହାରର ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ପୂର୍ବତନ କଂଗ୍ରେସ ନେତା ସଜ୍ଜନ କୁମାରଙ୍କ ସଜାର ଅବଧି ଉପରେ ରାୟକୁ ଆଜି ସଂରକ୍ଷିତ ରଖିଛନ୍ତି । ସେ ସମସ୍ତ ପକ୍ଷର ଦଲିଲ୍ ଶୁଣାଣି ପରେ ଫେବୃଆରୀ ୨୫ ତାରିଖରେ ଏନେଇ ଚୂଡ଼ାନ୍ତ ରାୟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଦୋଷୀ ସଜ୍ଜନ କୁମାରଙ୍କୁ ଫାଶି ଦଣ୍ଡରେ ଦଣ୍ଡିତ କରିବାକୁ ସିବିଆଇ ଏବଂ ଅଭିଯୋଗକାରୀ ଦାବି କରିଛନ୍ତି ।

ପ୍ରକାଶ ଥାଉକି, ଫେବୃଆରୀ ୧୨ ତାରିଖରେ ଏହି ମାମଲାରେ ସଜ୍ଜନ କୁମାରଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ କୋର୍ଟ । ଏହି ମାମଲା ୧୯୮୪ ନଭେମ୍ବର ୧ ତାରିଖର । ଏହି ଦିନ ପଶ୍ଚିମ ଦିଲ୍ଲୀର ରାଜନଗରରେ ସର୍ଦ୍ଦାର ଜସବନ୍ତ ସିଂହ ଏବଂ ସର୍ଦ୍ଦାର ତରୁଣ ଦୀପ ସିଂହଙ୍କୁ ଜାଳି ହତ୍ୟା କରାଯାଇଥିଲା । ଅଭିଯୋଗକାରୀଙ୍କ ମୁତାବକ, ଏହି ଗୋଷ୍ଠିର ନେତୃତ୍ୱ ନେଉଥିଲେ ସଜ୍ଜନ କୁମାର । ସଜ୍ଜନ କୁମାର ସେତେବେଳେ ବାହାର ଦିଲ୍ଲୀ ଲୋକସଭା ଆସନରୁ କଂଗ୍ରେସ ସାଂସଦ ଥିଲେ ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande