ମୁମ୍ବାଇ, ୨୨ ଫେବୃଆରୀ (ହି.ସ.)- ମହାରାଷ୍ଟ୍ରର ଥାନେ ଜିଲ୍ଲା କଲ୍ୟାଣ ତହସିଲ ଅନ୍ତର୍ଗତ କୋଲିବାଲି ଗ୍ରାମର ବଡି ବିଲ୍ଡର ବଳିରାମ ମହାଦୁ କରଭାରୀଙ୍କ ପୁଅ ଅଜିତ କରଭାରୀଙ୍କୁ ବ୍ରିଗେଡିୟର ନିଯୁକ୍ତି କରାଯାଇଛି । ଅଜିତ ୩୬ ଡ଼ିଗ୍ରୀ ତାପମାତ୍ରାରେ ରୁଷ୍ ର ଏରୋଗ୍ଲାଡ଼ କୋଲୋମ୍ରାରେ ଏଲ ୪୧୦ ବିମାନରୁ ୫୧୦୦ ମିଟର (୧୬,୭୩୨ ଫୁଟ୍ ) ଉଚ୍ଚରେ ଛତ୍ରପତି ଶିବାଜୀ ମହାରାଜଙ୍କ ପତକା ଲହରାଇ ସାହାସିକତା ପୂର୍ବକ ଛତ୍ରପତି ଶିବାଜୀ ମହାରାଜଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଏପରି କରିବାରେ ସେ ପ୍ରଥମ ଭାରତୀୟ ନାଗରିକ ହୋଇଛନ୍ତି ।
ଥାନେ ସହରର ବିଧାୟକ ସଞ୍ଜୟ କେଲକର ଆଜି ସକାଳେ ଏନେଇ ଅଜିତ କରଭାରୀଙ୍କୁ ସମ୍ମାନିତ କରିଛନ୍ତି । ଏବଂ ତାଙ୍କୁ ଶୁଭକାମନା ଜଣାଇଛନ୍ତି । ଏହି ଅବସରରେ ଏନଏସଡି ର ଉପମୁଖ୍ୟ କ୍ଷେତ୍ର ଅଧିକାରୀ (କ୍ଷେତ୍ର୨ କଲ୍ୟାଣ) ରମେଶ ଗୋରେ ଏବଂ ଉପମୁଖ୍ୟ କ୍ଷେତ୍ର ଅଧିକାରୀ (କ୍ଷେତ୍ର ୩ ଅଂବରନାଥ) କମଲେଶ ଶ୍ରୀବାସ୍ତବ ଉପସ୍ଥିତ ଥିଲେ ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ