କୋଣ୍ଡାଗାଂବ, ୨୨ ଫେବୃଆରୀ (ହି.ସ.)- କୋଣ୍ଡାଗାଂବ ଜିଲ୍ଲାର ଫରସଗାଂବ ଥାନା ଅନ୍ତର୍ଗତ ଜାତୀୟ ରାଜପଥ ୩୦ ର ବୋରଗାଂବ ଏବଂ ଫରସଗାଂବ ମଧ୍ୟରେ ରହିଥିବା ଏକ ବଡ ବୁଲାଣି ନିକଟରେ ଶନିବାର ସକାଳ ପ୍ରାୟ ୬ଟା ସମୟରେ ଏହି ଦୁର୍ଘଟଣା ଘଟିଛି । ଏକ୍ସୟୁବି କାର୍ ଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଫଳରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଗୁରୁତର ହୋଇଛନ୍ତି ।
ପୋଲିସ ସୂଚନା ମୁତାବକ, ଗୀତା ଶେଖର (୪୯) ଏବଂ ସନ୍ତୋଷ ରେଡ୍ଡୀ (୪୫)ଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । ଏସ. ସୁଷମା (୩୮), ବିଶାଲ ରେଡ୍ଡୀ (୧୦), ଏସ ଶୋଭା (୩୯) ଏବଂ ଚାଳକ ରବି ତେଜା (୩୫) ଗୁରୁତର ଭାବେ ଆହତ ହୋଇଛନ୍ତି । ମୃତାହତ ମାନେ ସମସ୍ତେ ଗୋଟିଏ ପରିବାରର ସଦସ୍ୟ ଥିଲେ ।
ବାଙ୍ଗାଲୁରୁରେ ରହୁଥିବା ଏକ ପରିବାର ପ୍ରୟାଗରାଜ ମହାକୁମ୍ଭକୁ ଯାଉଥିଲେ । ହେଲ ବାଟରେ ତାଙ୍କ କାର୍ ଏକ ପୋଲରେ ଧକ୍କା ହୋଇ ଓଲଟି ପଡିଥିଲା । ପୋଲିସ ସହାୟତାରେ ଆହତ ମାନଙ୍କୁ ଉଦ୍ଧାର କରାଯାଇ ଫରସଗାଂବ ହସ୍ପିଟାଲରେ ଭର୍ତି କରାଯାଇଥିଲା । ସେଠାରେ ପ୍ରାଥମିକ ଚିକିତ୍ସା ପରେ ୪ ଗୁରୁତରଙ୍କୁ ରାୟପୁର ସ୍ଥାନାନ୍ତରିତ କରାଯାଇଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ