ଜମ୍ମୁର ତିନି ଡଜନ ସ୍ଥାନରେ ସୁରକ୍ଷାବଳର ଆତଙ୍କବାଦ ବିରୋଧୀ ଅଭିଯାନ
ଜମ୍ମୁ, 22 ଫେବ୍ରୁଆରି (ହି.ସ.)- ଶନିବାର ସୁରକ୍ଷାବଳ ଜମ୍ମୁର ପ୍ରାୟ ତିନି ଡଜନ ସ୍ଥାନରେ ଆତଙ୍କବାଦ ବିରୋଧୀ ଅଭିଯାନ ଚଳାଇଛି । କିଛି ଅଂଚଳରେ ସନ୍ଦିଗ୍ଧ ଗତିବିଧି ଯୋଗୁ ଏବଂ ଅନ୍ୟ କିଛି ସ୍ଥାନରେ ନିୟନ୍ତ୍ରଣ ପାଇଁ ଅଭିଯାନ ଚଳାଯାଇଛି । ଅଧିକାରୀମାନେ କହିଛନ୍ତି ଯେ, ଏବେ ଯ
ଜମ୍ମୁର ତିନି ଡଜନ ସ୍ଥାନରେ ସୁରକ୍ଷାବଳର ଆତଙ୍କବାଦ ବିରୋଧୀ     ଅଭିଯାନ


ଜମ୍ମୁ, 22 ଫେବ୍ରୁଆରି (ହି.ସ.)- ଶନିବାର ସୁରକ୍ଷାବଳ ଜମ୍ମୁର ପ୍ରାୟ ତିନି ଡଜନ ସ୍ଥାନରେ

ଆତଙ୍କବାଦ ବିରୋଧୀ ଅଭିଯାନ ଚଳାଇଛି । କିଛି ଅଂଚଳରେ ସନ୍ଦିଗ୍ଧ ଗତିବିଧି ଯୋଗୁ ଏବଂ ଅନ୍ୟ କିଛି ସ୍ଥାନରେ ନିୟନ୍ତ୍ରଣ ପାଇଁ

ଅଭିଯାନ ଚଳାଯାଇଛି ।

ଅଧିକାରୀମାନେ କହିଛନ୍ତି ଯେ, ଏବେ ଯାଏ ଆତଙ୍କବାଦୀଙ୍କ ସହ ସାମ୍ନା

ହୋଇନାହିଁ । ପୁଂଛ, ରାଜୌରୀର ସୀମାବର୍ତ୍ତୀ ଜିଲ୍ଲା, ଉଦମପୁର-କଠୁଆ ବେଲ୍ଟର ଉଚ୍ଚ ଅଂଚଳ,

ଡୋଡା ଓ କିସ୍ତୱାଡର ପାହାଡିଆ ଅଂଚଳ ଓ ଜମ୍ମୁ ଜିଲ୍ଲାରେ ନିୟନ୍ତ୍ରଣ ରେଖା ନିକଟର ଜଙ୍ଗଲରେ

ଅଭିଯାନ କରାଯାଇଛି ।

ଶୁକ୍ରବାର ରାତି ଅନ୍ଧାର ସୁଯୋଗରେ ଦୁଇ ସନ୍ଦିଗ୍ଧ ବିଦେଶୀ

ଆତଙ୍କବାଦୀ ବୁଲୁଥିବାର ଦେଖାଯିବା ପରେ ପୁଂଛ ଜିଲ୍ଲାର ଗୁରସାଇର ସଂଗିୟୋଟେ ଅଂଚଳରେ ତଲାସୀ

ଅଭିଯାନ ଆରମ୍ଭ ହୋଇଛି । ସୁରକ୍ଷାବଳ ମଣ୍ଡିର ମୋହଲ୍ଲା କସ୍ୱା, ଅଲ୍ଲାପୀର ଓ ଜାଲିୟାନ ତଥା

ପୁଂଛର ମନକୋଟ ଓ ଦେରାର ଗଳି ତଥା ଆଖପାଖ ଅଂଚଳର ରାଜୌରୀ ଜିଲ୍ଲାର ସୁନ୍ଦରବୀ ଓ ନୌସେରାର କିଛି

ଅଂଚଳରେ ଘେରାବନ୍ଦୀ ଓ ତଲାସୀ ଅଭିଯାନ ଚଳାଇଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande