ନୂଆଦିଲ୍ଲୀ, 22 ଫେବ୍ରୁଆରି (ହି.ସ.)
- ଆଜି ଦିଲ୍ଲୀ ୟୁନିଭର୍ସିଟିର 101ତମ ସମାବର୍ତ୍ତନ
ସମାରୋହରେ କୂଳପତି ପ୍ରଫେସର ଯୋଗେଶ ସିଂହଙ୍କ ସହିତ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ସହିତ
ଯୋଗଦେଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ଅବସରରେ
କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ନିଜ ଜୀବନର ନୂଆ ଶୁଭାରମ୍ଭ କରୁଥିବା ଏବଂ ସମ୍ମାନିତ
ହୋଇଥିବା ବିଦ୍ୟାର୍ଥୀ ତଥା ସେମାନଙ୍କ ଅଭିଭାବକଙ୍କୁ ଅନେକ ଶୁଭକାମନା ଜଣାଉଛି । ଆଗାମୀ
ବର୍ଷରେ ଏହି ବିଦ୍ୟାର୍ଥୀ ନୂଆ ଉଦ୍ଭାବକ, ଚ୍ୟାଲେଂଜମେକର ଓ ଭବିଷ୍ୟତ ନେତା ଭାବେ ବାହାରିବେ
ଏହା ମୋର ଦୃଢ ବିଶ୍ୱାସ ଅଟେ । ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଦେଶର ଅମୂଲ୍ୟ ଐତିହ୍ୟ ଅଟେ । ଏହା
କେବଳ ଏକ ବିଶ୍ୱବିଦ୍ୟାଳୟ ନୁହେଁ ବରଂ ଏକ ଲଘୁ ଭାରତ ଅଟେ । ଏହା ସବୁ ଦିଗରୁ ଏକ ଗ୍ଲୋବାଲ
ୟୁନିଭର୍ସିଟି ଅଟେ ତଥା ମୋର ଅପେକ୍ଷା ଯେ, ଦିଲ୍ଲୀ ବିଶ୍ୱବିଦ୍ୟାଳୟ ବିଶ୍ୱର ଜ୍ଞାନକେନ୍ଦ୍ର
ପାଲଟୁ । ଆମକୁ ଆମ ମୂଳ ସହିତ ଯୋଡି ହୋଇ ରହି ହିମାଳୟଠୁ ଉପରେ ଦୃଷ୍ଟି ରଖି ଭବିଷ୍ୟତକୁ
ଦେଖିବାକୁ ପଡିବ, ସେତେବେଳେ ଆମେ ବିଶ୍ୱକୁ ସମାଧାନ ଦେଇପାରିବୁ । ଭାରତ କେବେ କେବଳ ନିଜ
ସଂପର୍କରେ ଭାବେନାହିଁ ବରଂ ବିଶ୍ୱ କଲ୍ୟାଣର ଭାବନା ସହିତ ଆଗକୁ ବଢୁଥିବା ରାଷ୍ଟ୍ର ଅଟେ । ମାନନୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତକୁ
ବିକଶିତ ଭାରତ ନିର୍ମାଣ ପାଇଁ ଜାତୀୟ ଶିକ୍ଷା ନୀତିର ପରିକଳ୍ପନା କରିଛନ୍ତି ଏବଂ ମୁଁ ଦିଲ୍ଲୀ
ବିଶ୍ୱବିଦ୍ୟାଳୟକୁ ଏହାର କ୍ରିୟାନ୍ୱୟନ ଅଗ୍ରଣୀ ରହିବାକୁ କାରଣରୁ ଅନେକ ଅନେକ ଶୁଭେଚ୍ଛା
ଜଣାଉଛି । ଭାରତକୁ ଯଦି 2047 ସୁଦ୍ଧା ବିକଶିତ ଭାରତର ଲକ୍ଷ୍ୟ ପ୍ରାପ୍ତ କରିବାକୁ ଅଛି ତେବେ
ଏହା ଦିଲ୍ଲୀ ୟୁନିଭର୍ସିଟିର ନେତୃତ୍ୱରେ ସାରା ଦେଶରେ ଜାତୀୟ ଶିକ୍ଷା ନୀତିର ସଫଳ
କ୍ରିୟାନ୍ୱୟନରୁ ସମ୍ଭବ ହେବ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା