ମହାକୁମ୍ଭନଗର
(ପ୍ରୟାଗରାଜ)22 ଫେବୃଆରୀ (ହି.ସ)-ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ସଭାପତି ଏବଂ କେନ୍ଦ୍ରୀୟ
ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା ଆଜି ପ୍ରୟାଗରାଜ ମହାକୁମ୍ଭ ପହଁଞ୍ଚି
ସଙ୍ଗମରେ ବିଶ୍ୱାସର ବୁଡ ପକାଇବେ।ଜେପୀ ନଡ୍ଡା ଏକ୍ସରେ ଲେଖିଛନ୍ତି ଯେ ମହାକୁମ୍ଭ ଆମର ପବିତ୍ର
ସନାତନ ସଂସ୍କୃତିର ଏକ ଅନନ୍ତ ଧର୍ମ। ତୀର୍ଥରାଜ ପ୍ରୟାଗରାଜରେ ସଙ୍ଗମ ସ୍ନାନର ପବିତ୍ର ଅବସର
ପ୍ରାପ୍ତ କରି ଧର୍ମ,ବିଶ୍ୱାସ,ଏବଂ ଆଧ୍ୟାତ୍ମିକ ଶକ୍ତିର ଦିବାୟ ଅନୁଭବ କରିବା ପାଇଁ ଅତ୍ୟନ୍ତ ଆଗ୍ରହୀ।ପ୍ରଭୁ
ଶ୍ରୀରାମଙ୍କ ଅନନ୍ୟ ଭକ୍ତ ହନୁମାନ ଜୀ ମହାରାଜଙ୍କ ଦର୍ଶନ ଏବଂ ପୁଜ୍ୟ ସାଧୁମାନଙ୍କ ଆଶୀର୍ବାଦରୁ
ଏହି ଯାତ୍ରା ଆହୁରି ଶୁଭ ହେବ।
ଭାଜପା
ସଭାପତି କାଲି ଠାରୁ ବାରଣାସୀରେ ଅଛନ୍ତି।ବାରଣାସୀରୁ ସିଧା ସେ ବିମାନ ଦ୍ୱାରା ଅପରାହ୍ନ 1.30ରେ
ବମରୌଲୀ ଏୟାରପୋର୍ଟରେ ଓହ୍ଲାଇବେ।ଭାଜପାର ରାଜ୍ୟ ସଭାପତି ଭୁପେନ୍ଦ୍ର ଚୌଧୁରୀ ଏବଂ
ଉପମୁଖ୍ୟମନ୍ତ୍ରୀ ବ୍ରଜେଶ ପାଠକ ସମେତ ପ୍ରଦେଶ ସରକାରର ଅନେକ ମନ୍ତ୍ରୀ ପ୍ରୟାଗରାଜର ବମରୌଲୀ
ବିମାନବନ୍ଦରରେ ଭାଜପା ସଭାପତି ଜେପି ନଡ୍ଡାଙ୍କୁ ସ୍ୱାଗତ କରିବେ।ଏହାପରେ ସେ ସଙ୍ଗମ ତଟରେ
ପହଁଞ୍ଚି ତ୍ରିବେଣୀରେ ବୁଡ ପକାଇବେ।
---------------
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା