ନୂଆଦିଲ୍ଲୀ ୨୨ ଫେବୃଆରୀ (ହି.ସ)- ଅଲମ୍ପିକ ବିଜେତା ଭାରତୀୟ ସୁଟର ମନୁ ଭାକର ଆର୍ଜେଂଟିନା ଓ ପେରୁରେ ଆୟୋଜିତ ହେବାକୁ ତିବା ଆଇଏସଏସଏଫ ସୁଟିଂ ବିଶ୍ୱକପରେ ନିଜ ସ୍ଥାନ ପକ୍କା କରିଛନ୍ତି । ଭାରତୀୟ ଜାତୀୟ ରାଇଫଲ ସଂଘ ଦ୍ୱାରା ଘୋଷିତ ତାଳିକାରେ 23 ବର୍ଷୀୟ ମନୁଙ୍କୁ ଏୟାର ପିସ୍ତଲ ଓ ସ୍ପୋର୍ଟ୍ସ ପିସ୍ତଲ ଦୁଇଟି ଟିମରେ ସାମିଲ କରାଯାଇଛି ।
ପ୍ୟାରିସରେ ସୁଟିଂ ଅଲମ୍ପିକ ପଦକ ଜିତିଥିବା ଅନ୍ୟ ଦୁଇ ଖେଳାଳି ସରବଜୋତ ସିଂହ ଓ ସ୍ୱପ୍ନିଲ କୁସାଲେ ଜାତୀୟ ଟିମରେ ସ୍ଥାନ ପାଇବାରେ ଅସଫଳ ରହିଛନ୍ତି । ଅନ୍ୟପଟେ ଏସିଆ କ୍ରୀଡାରେ ସ୍ୱର୍ଣ୍ଣ ପଦକ ବିଜେତା, ଅଲମ୍ପିକ ଫାଇନାଲିଷ୍ଟ ଓ କିଛି ବିଶ୍ୱକପ ସ୍ୱର୍ଣ୍ଣ ପଦକ ବିଜେତା ସୌରଭ ଚୌଧୁରୀଙ୍କୁ ଏୟାର ପିସ୍ତଲ ପାଇଁ ଚୟନ କରାଯାଇଛି ।
---------------
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା