ମରିସସର ସ୍ୱାଧୀନତା ଦିବସ ସମାରୋହରେ ସମ୍ମାନିତ ଅତିଥି ହେବେ ପ୍ରଧାନମନ୍ତ୍ରୀ ମୋଦି
ପୋର୍ଟ ଲୁଇସ, 22 ଫେବ୍ରୁଆରି (ହି.ସ.)-ମରିସସର ପ୍ରଧାନମନ୍ତ୍ରୀ ଡ.ନବୀନଚନ୍ଦ୍ର ରାମଗୁଲାମ ନ୍ୟାସନାଲ ଆସେମ୍ବ୍ଲିରେ କହିଛନ୍ତି ଯେ, ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ନିମନ୍ତ୍ରଣ ସ୍ୱୀକାର କରିଛନ୍ତି । ସେ ମରିସସର 57ତମ ଜାତୀୟ ସ୍ୱାଧୀନତା ଦିବସ ସମାରୋହରେ
ମରିସସର ସ୍ୱାଧୀନତା ଦିବସ ସମାରୋହରେ ସମ୍ମାନିତ ଅତିଥି ହେବେ     ପ୍ରଧାନମନ୍ତ୍ରୀ ମୋଦି


ପୋର୍ଟ ଲୁଇସ, 22 ଫେବ୍ରୁଆରି (ହି.ସ.)-ମରିସସର ପ୍ରଧାନମନ୍ତ୍ରୀ ଡ.ନବୀନଚନ୍ଦ୍ର ରାମଗୁଲାମ

ନ୍ୟାସନାଲ ଆସେମ୍ବ୍ଲିରେ କହିଛନ୍ତି ଯେ, ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ

ନିମନ୍ତ୍ରଣ ସ୍ୱୀକାର କରିଛନ୍ତି । ସେ ମରିସସର 57ତମ ଜାତୀୟ ସ୍ୱାଧୀନତା ଦିବସ ସମାରୋହରେ

ସମ୍ମାନିତ ଅତିଥି ହେବେ । ଏହା ଆମ ଦୁଇ ଦେଶ ମଧ୍ୟରେ ଘନିଷ୍ଠ ସଂପର୍କର ପ୍ରମାଣ ଅଟେ ।

ରାମଗୁଲାମଙ୍କ ଏହି ଘୋଷଣା ଉପରେ ନ୍ୟାସନାଲ ଆସେମ୍ବ୍ଲିର ସଦସ୍ୟମାନେ ଖୁସି ପ୍ରକାଶ କରିଛନ୍ତି

ରାମଗୁଲାମ ଶୁକ୍ରବାର କହିଛନ୍ତି ଯେ, ଏଭଳି ପ୍ରତିଷ୍ଠିତ

ବ୍ୟକ୍ତିତ୍ୱଙ୍କ ଆଗମନ ଆମର ଓ ଦେଶ ପାଇଁ ଗର୍ବର ବିଷୟ ଅଟେ । ପ୍ରଧାନମନ୍ତ୍ରୀ ମୋଦି ତାଙ୍କର

ଅତ୍ୟନ୍ତ ବ୍ୟସ୍ତ କାର୍ଯ୍ୟକ୍ରମ, ପ୍ୟାରିସ ଓ ସଂଯୁକ୍ତ ରାଷ୍ଟ୍ର ଆମେରିକାକୁ ନିକଟରେ ଯାତ୍ରା

ସତ୍ତ୍ୱେ ଆମକୁ ଏହି ସମ୍ମାନ ଦେଇଛନ୍ତି । ସେ ଆମର ବିଶେଷ ଅତିଥି ଭାବେ ମରିସସ ଆସିବା ପାଇଁ

ସହମତି ପ୍ରକାଶ କରିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande