ସୁକମା, 22 ଫେବୃଆରୀ
(ହି.ସ)-ନବୀନ କ୍ୟାମ୍ପ ମେଟ୍ଟାଗୁଡା ଅନ୍ତର୍ଗତ ଗୁଣ୍ଡରାଜଗୁଡେମ ଚିନ୍ତାବାଗୁ ନଦୀ ଜଙ୍ଗଲ
ଅଞ୍ଚଳରେ ବିପୁଳ ପରିମାଣର ନକ୍ସଲମାନେ ପକାଇଥିବା ଅସ୍ତ୍ରଶସ୍ତ୍ର ବିସ୍ଫୋରକ ସାମଗ୍ରୀ ସୁରକ୍ଷାବାହିନୀ
ଉଦ୍ଧାର କରିଛନ୍ତି।
ସୁକମା ପୋଲିସ ଦ୍ୱାରା ଆଜି
ଜାରି ପ୍ରେସ ନୋଟରେ କୁହାଯାଇଛି ଯେ ନବୀନ କ୍ୟାମ୍ପ ମେଟ୍ଟାଗୁଡା କ୍ଷେତ୍ର ଅନ୍ତର୍ଗତ ଗ୍ରାମ
ଗୁଣ୍ଡରାଜଗୁଡେମ,ଚିନ୍ତାବାଗୁ ନଦୀଏରିଆ ଜଙ୍ଗଲ
ଅଞ୍ଚଳରେ ଗୁରୁବାର ଦିନ ନକ୍ସଲଙ୍କ ଉପସ୍ଥିତିର ସୁଚନା ମିଳିଥିଲା।ଯେଉଁଥିରେ ବରିଷ୍ଠ ଅଧିକାରୀଙ୍କ
ନିର୍ଦ୍ଦେଶରେ 203 କୋବରା ବାହିନୀ ,131 ବାହିନୀ ସିଆରପିଏଫ ଏବଂ ଜିଲ୍ଲା ଫୋର୍ସର ମିଳିତ
ପାର୍ଟୀନକ୍ସଲ ଗ୍ରସ୍ତ ଅପରେସନ ହେତୁ ଥାନା
ଚିନ୍ତାଗୁଫା କ୍ଷେତ୍ର ଅନ୍ତର୍ଗତ ଗ୍ରାମ ପୀନାଚନ୍ଦା ,ଗୁଣ୍ଡରାଜଗୁଡେମ,ଚିନ୍ତା ବାଗୁ ନଦୀ ଜଙ୍ଗଲ
ଅଞ୍ଚଳକୁ ଯାଇଥିଲେ।ଅପରେସନ ସମୟରେ ଗ୍ରାମ ଗୁଣ୍ଡରାଜଗୁଡେମରୁ 1.4 କିମି ଦକ୍ଷିଣ ପୁର୍ବରେ ଏବଂ
ଚିନ୍ତାବାଗୁ ନଦୀର କୁଳରେ ଅବସ୍ଥିତ ଘନ ଜଙ୍ଗଲ ନିକଟରେ ଅଜ୍ଞାତ ନକ୍ସଲଙ୍କ ଦ୍ୱାରା ଲୁଚାଇ
ରଖାଯାଇଥିବା ବିପୁଳ ପରିମାଣର ବିସ୍ଫୋରକ ଏବଂ ଅନ୍ୟ ନକ୍ସଲୀ ସାମଗ୍ରୀ ଉଦ୍ଧାର
କରାଯାଇଛି।ଘଟଣାରେ ସମସ୍ତ ଯବାନ ସୁରକ୍ଷିତ ଅଛନ୍ତି ,ପରେ ସମସ୍ତେ ପାର୍ଟୀ ଅଭିଯାନ ଚଳାଇ
ସୁରକ୍ଷିତ କ୍ୟାମ୍ପକୁ ଫେରିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା