ନୂଆଦିଲ୍ଲୀ, 22 ଫେବ୍ରୁଆରି (ହି.ସ.)
- କେନ୍ଦ୍ରୀୟ ଗ୍ରାମୀଣ ବିକାଶ ଓ କୃଷି ଓ କୃଷକ କଲ୍ୟାଣ
ମନ୍ତ୍ରୀ ଶିବରାଜ ଚୌହ୍ୱାନଙ୍କୁ ଆଜି ଏୟାର ଇଣ୍ଡିଆ ଫ୍ଲାଇଟର ଭଙ୍ଗା ସିଟରେ ବସି ଭୋପାଳରୁ
ଦିଲ୍ଲୀ ଯାଏ ଯାତ୍ରା କରିବାକୁ ପଡିଛି । ଏହାକୁ ନେଇ ସେ ସୋସିଆଲ ମିଡିଆ ଏକ୍ସ ଜରିଆରେ ନିଜ
ଅଭିଯୋଗ ସେୟାର କରିଛନ୍ତି, ଯାହାକୁ ନେଇ ଏୟାର ଇଣ୍ଡିଆ ଦୁଃଖ ପ୍ରକାଶ କରି ଏଭଳି ମାମଲାରେ
ସିଧା ଆଲୋଚନା କରିବାକୁ ଅନୁରୋଧ କରିଛି ।
କେନ୍ଦ୍ରମନ୍ତ୍ରୀ ଏକ୍ସରେ ଲେଖିଛନ୍ତି ଯେ, ଆଜି ମୋତେ ଭୋପାଳରୁ
ଦିଲ୍ଲୀ ଆସିବାର ଥିଲା, ପୁସାରେ କିଷାନ ମେଳାର ଉଦଘାଟନ, କୁରୁକ୍ଷେତ୍ରରେ ପ୍ରାକୃତିକ ଚାଷ
ମିଶନର ବୈଠକ ଓ ଚଣ୍ଡିଗଡରେ ଚାଷୀ ସଙ୍ଗଠନର ପ୍ରତିନିଧିଙ୍କ ସହ ଆଲୋଚନା କରିବାର ଅଛି । ମୁଁ
ଏୟାର ଇଣ୍ଡିଆର ଫ୍ଲାଇଟ କ୍ରମାଙ୍କ ଏ1436ରେ ଟିକେଟ କରାଇଥିଲି, ମୋତେ ସିଟ୍ କ୍ରମାଙ୍କ 8ସି
ମିଳିଥିଲା । ମୁଁ ଯାଇ ସିଟରେ ବସିଥିଲା, ସିଟ୍ ଭଙ୍ଗା ଓ ଭିତରକୁ ପଶିଯାଇଥିଲା । ବସିବା
ଯନ୍ତ୍ରଣାଦାୟକ ଥିଲା । ଯେତେବେଳେ ମୁଁ ବିମାନକର୍ମୀଙ୍କୁ ପଚାରିଥିଲି ଖରାପ ସିଟ୍ କାହିଁକି
ଆବଂଟନ କରିଛନ୍ତି । ସେ କହିଥିଲେ ଏନେଇ ପୂର୍ବରୁ ସୂଚିତ କରାଯାଇଥିଲା ଯେ, ଏହି ସିଟ୍ ଠିକ୍
ନାହିଁ, ଏହାର ଟିକେ ବିକ୍ରି କରିବା ଠିକ୍ ନୁହେଁ । ଏଭଳି ଆହୁରି ବି ସିଟ୍ ଅଛି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା