ୱାଶିଂଟନ ୨୨ ଫେବୃଆରୀ (ହି.ସ)- ସଂୟୁକ୍ତ ରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପେଂଟାଗନରେ କିଛି ସପ୍ତାହ ଏପଟସେପଟ ମଧ୍ୟରେ ଶୁକ୍ରବାର ସେନାର ଜଏଂଟ ଚିଫ୍ ଚେୟାରମ୍ୟାନ ଜେନେରାଲ ଚାର୍ଲ୍ସ କ୍ୟୁ.ବ୍ରାଉନ ଜୁନିୟରଙ୍କୁ ବରଖାସ୍ତ କରିଛନ୍ତି । ପ୍ରଶାସନ ବଦଳିବା ପରେ ଦେଶର ବରିଷ୍ଠ ସୈନ୍ୟ ଅଧିକାରୀଙ୍କୁ ଏଭଳି ଭାବେ ପ୍ରଥମ ଥର ବାହାର କରାଯାଇଛି ।
ଦ ନ୍ୟୁୟର୍କ ଟାଇମ୍ସ ଅନୁସାରେ ପରମ୍ପରାଗତ ଭାବେ ପ୍ରଶାସନ ବଦଳିବା ପରେ ବି ଦେଶର ଶୀର୍ଷ ସୈନ୍ୟ ଅଧିକାରୀଙ୍କୁ ଭୂମିକାରେ ପଦକ୍ଷେପ ନିଆଯାଏନାହିଁ । ଜେନେରାଲ ଚାର୍ଲ୍ସ କ୍ୟୁ.ବ୍ରାଉନ ଜୁନିୟର ଫୋର ଷ୍ଟାର ଯୁଦ୍ଧ ଫାଇଲଟ ଅଟନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା