ବଲାଙ୍ଗୀର ବହିହାଟ-୨୦୨୫ ଉଦଘାଟିତ
ବଲାଙ୍ଗିର, 26 ଫେବ୍ରୁଆରି (ହି.ସ.)୨୪ ତାରିଖ ସନ୍ଧ୍ୟାରେ ସ୍ଥାନୀୟ କୋଶଳ କଳା ମଣ୍ଡଳ ପଡିଆରେ ଜିଲ୍ଲା ଲେଖକ ପରିଷଦର ୧୭ ତମ ବଲାଙ୍ଗୀର ବହିହାଟ ଉଦ୍ ଘାଟିତ ହୋଇଯାଇଛି । ମୁଖ୍ୟଅତିଥି ଭାବେ ଯୋଗ ଦେଇ ବଲାଙ୍ଗୀର ବିଧାୟକ କଳିକେଶ ନାରାୟଣ ସିଂହଦେଓ ଫିତାକାଟି ଏହାର ଉଦ୍ ଘାଟନ କରିଛନ୍ତି । ଏଥିପାଇଁ ସରକ
ବଲାଙ୍ଗୀର ବହିହାଟ-୨୦୨୫ ଉଦଘାଟିତ


ବଲାଙ୍ଗୀର ବହିହାଟ-୨୦୨୫ ଉଦଘାଟିତ


ବଲାଙ୍ଗୀର ବହିହାଟ-୨୦୨୫ ଉଦଘାଟିତ


ବଲାଙ୍ଗିର, 26 ଫେବ୍ରୁଆରି (ହି.ସ.)୨୪ ତାରିଖ ସନ୍ଧ୍ୟାରେ ସ୍ଥାନୀୟ କୋଶଳ କଳା ମଣ୍ଡଳ ପଡିଆରେ ଜିଲ୍ଲା ଲେଖକ ପରିଷଦର ୧୭ ତମ ବଲାଙ୍ଗୀର ବହିହାଟ ଉଦ୍ ଘାଟିତ ହୋଇଯାଇଛି । ମୁଖ୍ୟଅତିଥି ଭାବେ ଯୋଗ ଦେଇ ବଲାଙ୍ଗୀର ବିଧାୟକ କଳିକେଶ ନାରାୟଣ ସିଂହଦେଓ ଫିତାକାଟି ଏହାର ଉଦ୍ ଘାଟନ କରିଛନ୍ତି । ଏଥିପାଇଁ ସରକାରୀ ଅନୁଦାନ ନିମନ୍ତେ ସେ ସଂସ୍କୃତିମନ୍ତ୍ରୀଙ୍କ ପ୍ରତଶ୍ରୁତିକ୍ରମେ ଓଡିଆ ଭାଷା , ସାହିତ୍ୟ ଓ ସଂସ୍କୃତି ବିଭାଗରେ କରାଯାଇଥିବା ଆର୍ଥିକସହାୟତା ର ଆବେଦନକୁ ସେ ନିଶ୍ଚିତ କରାଇଦେବାର ଦୃଢ ପ୍ରତିଶ୍ରୁତି ଦେଇଛନ୍ତି । ଏହି ରାଜ୍ୟସ୍ତରୀୟ ପୁସ୍ତକମେଳାରେ କଟକ , ଭୁବନେଶ୍ବର ଓ ରାଉରକେଲା ଇତ୍ୟାଦି ଅଞ୍ଚଳର ଅଦ୍ୟାବଧି ୭୨ ଟି ବୁକ୍ ଷ୍ଟଲ୍ ଆସିଛି । ଆଗାମୀ କାଲିଠାରୁ ଆସନ୍ତା ମାର୍ଚ୍ଚ ୫ ତାରିଖ ପର୍ଯ୍ୟନ୍ତ ଏହା ଚାଲିବ । ଏହି ଅବସରରେ ପରିଷଦର ବିଭିନ୍ନ ସାରସ୍ବତ କାର୍ଯ୍ୟକ୍ରମରେ ବହୁସଂଖ୍ୟାରେ ପୁସ୍ତକପ୍ରେମୀମାନଙ୍କୁ ଯୋଗ ଦେବାକୁ ସମ୍ପାଦକ କପିଳେଶ୍ବର ଖମାରୀ ଆହ୍ବାନ କରିଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande