କନ୍ଧମାଳ ଜିଲ୍ଲା ବରିଷ୍ଠ ନାଗରିଜ ସଂଘର ସାଧାରଣ ପରିଷଦ ବୈଠକ ଓ କର୍ମକର୍ତା ଚୟନ ମାର୍ଚ୍ଚ ୮ରେ
କନ୍ଧମାଳ , ୨୬ ଫେବ୍ରୁଆରି (ହି.ସ.)କନ୍ଧମାଳ ଜିଲ୍ଲା ବରିଷ୍ଠ ନାଗରିକ ସଂଘ, ଫୁଲବାଣୀ ର ସାଧାରଣ ଅଧିବେଶନ ଆସନ୍ତା ମାର୍ଚ୍ଚ ମାସ ୮ ତାରିଖ ରେ ସ୍ଥାନୀୟ ଦେବ ମଣ୍ଡପ ଠାରେ କରାଯିବା ନେଇ ନିଷ୍ପତ୍ତି ନିଆଯାଇଛି। ଉକ୍ତ ଦିନ ସକାଳ ୧୦ ଟା ସମୟରେ ସଭା ଆରମ୍ଭ ହେବା ନେଇ ସଂଘ ପକ୍ଷରୁ ସୂଚନା ଦିଆଯାଇଛି। ଏହି
କନ୍ଧମାଳ ଜିଲ୍ଲା ବରିଷ୍ଠ ନାଗରିଜ ସଂଘର ସାଧାରଣ ପରିଷଦ ବୈଠକ ଓ କର୍ମକର୍ତା ଚୟନ ମାର୍ଚ୍ଚ ୮ରେ


କନ୍ଧମାଳ , ୨୬ ଫେବ୍ରୁଆରି (ହି.ସ.)କନ୍ଧମାଳ ଜିଲ୍ଲା ବରିଷ୍ଠ ନାଗରିକ ସଂଘ, ଫୁଲବାଣୀ ର ସାଧାରଣ ଅଧିବେଶନ ଆସନ୍ତା ମାର୍ଚ୍ଚ ମାସ ୮ ତାରିଖ ରେ ସ୍ଥାନୀୟ ଦେବ ମଣ୍ଡପ ଠାରେ କରାଯିବା ନେଇ ନିଷ୍ପତ୍ତି ନିଆଯାଇଛି। ଉକ୍ତ ଦିନ ସକାଳ ୧୦ ଟା ସମୟରେ ସଭା ଆରମ୍ଭ ହେବା ନେଇ ସଂଘ ପକ୍ଷରୁ ସୂଚନା ଦିଆଯାଇଛି। ଏହି ସଭାରେ ୨୦୨୫ ରେ ଯେଉଁ ବରିଷ୍ଠ ନାଗରିକ ସଂଘର ସଭ୍ୟ, ସଭ୍ୟା ହୋଇଛନ୍ତି ସେମାନେ ମଧ୍ୟ ଏହି ସଭାରେ ଯୋଗ ଦେଇପାରିବେ ବୋଲି ସଂଘର ସାଧାରଣ ସମ୍ପାଦକ ଶ୍ରୀ ପ୍ରଣବ ମଣ୍ଡଲ କହିଛନ୍ତି। । ସଭା ପରେ ସଂଘର ଆଗାମୀ ଦୁଇ ବର୍ଷ ପାଇଁ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ।ବରିଷ୍ଠ ନାଗରିକ ସଂଘ ବିଗତ ଦିନ ମାନଙ୍କରେ ବିଭିନ୍ନ ଜନକଲ୍ୟାଣକାରୀ କାର୍ଯ୍ୟକ୍ରମ ମାନ ହାତକୁ ନେଇ ଏହି କାର୍ଯ୍ୟକ୍ରମ ସବୁ ସୁଚାରୁରୂପେ ତୁଲାଇଛି। ମାଗଣା ସ୍ବାସ୍ଥ୍ୟ ଶିବିର,ବିନା ମୁଲ୍ଯ ରେ ଚାକ୍ଷୁ ପରୀକ୍ଷା ଓ ଚିକିତ୍ସା ଶିବିର ଆଦି ମୁଖ୍ୟ କାର୍ଯକ୍ରମ ସମେତ ଅନ୍ୟାନ୍ୟ ବୃକ୍ଷ ରୋପଣ, ରୋଗୀ ଓ ବୃଦ୍ଧାଶ୍ରମର ଅନ୍ତେବାସୀମାନଙ୍କୁ ଫଳ ଓ ଖାଦ୍ୟ ବଣ୍ଟନ ଆଦି କାର୍ଯ୍ୟକ୍ରମ କରି ଆସୁଛି। ସଂଘର ଏତାଦୃଶ କାର୍ଯ୍ୟକ୍ରମ କୁ ସାଧାରଣ ରେ ପ୍ରସଂସା କରାଯାଇଛି।

ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ


 rajesh pande