ଗଞାମ, 26 ଫେବ୍ରୁଆରି (ହି.ସ.)
ଗଂଜାମ ତା26ଫେବୃଆରୀ (ହିସ) ମହାଶିବରାତ୍ରୀ ଉପଲକ୍ଷେ ଗଞାମ ଜିଲା ର ସମସ୍ତ ସହରଓ ପୁରପଲ୍ଲୀ ରେ ଥିବା ଶୈବ ପୀଠ ଗୁଡିକ ଚଳ ଚଂଚଳ ହୋଇ ଉଠିଛି। ପ୍ରତ୍ଯୁଷରେ ଦ୍ୱାର ଫିଟା ମଂଗଳ ଆରତୀ ଅବକାଶ ନୀତି ପରେ ଶ୍ରଦ୍ଧାଳୁ ମାନେ ଧାଡିବାନ୍ଦ୍ଧି ଦେବଦେବ ମହାଦେବ କଂ ପୂଜା ଅର୍ଚ୍ଚନା କରୁଛନ୍ତି ଓଉପବାସ ବ୍ରତ ସହ ପ୍ରଦୀପ ପ୍ରଜ୍ଜ୍ଵଳିତ କରି ଜାଗର ଆରମ୍ଭ କରଛନ୍ତି। ରାତି ପ୍ରାୟ 10 ଟା ସମୟରେ ମନ୍ଦିରର ଚୁଡାକୁ ମହାଦୀପ ଉଠିବ , ମହାଦୀପ ଦର୍ଶନ ପାଇଁ ଶ୍ରଦ୍ଧା ଳୁ ମାନେ ମନ୍ଦିରର ବେଢାରେ ଅପେକ୍ଷା ଶିବ ସ୍ତୋତ୍ର ପାଠକରୁଛନ୍ତି। ହରହର ମହାଦେବ ଧ୍ୱନୀରେ ମନ୍ଦିର ପରିସର କଂପମାନ ହେଉଛି । ବିଭିନ୍ନ ପୁରପଲ୍ଲୀ ରେ ମନରଂଜନ, ସତସଂଗ ପ୍ରବଚନ ସହ ନାମ ଯୱ କାର୍ଯ୍ୟ କ୍ରମ ଅନୁଷ୍ଠିତ ହେଉଛି । ଜାଗରଊଛବପାଇଁ ବ୍ରହ୍ମପୁର ଗୋକର୍ଣ୍ଣେଶ୍ୱର,ଉତ୍ତରେଶ୍ୱର,ମୁକ୍ତେଶ୍ୱର, ରାମଚନ୍ଦ୍ର ପୁରରାମେଶ୍ୱର,ପିତଳ ଉତ୍ତେରେଶ୍ୱର, ସୋମେଶ୍ୱର, ନାଗେଶ୍ୱର,,ସୁନ୍ଦରେଶ୍ୱର,ନୀଳକଣ୍ଠେଶ୍ୱର,ଓଧବଳେଶ୍ୱର ଶୈବପୀଠ ଗୁଡିକ ରେ ପ୍ରବଳ ଜନସମାଗମ ହୋଇଛି । କେତେକ ଶୈବପୀଠ ରେ ଶାନ୍ତି ଶୃଙ୍ଖଳା ପାଇଁ ପୁଲିସ୍ ମୁତୟନ ହୋଇଥିବା ବେଳେ ମନ୍ଦିର ଗୁଡିକ କୁ ରଂଗୀନଆଲୋକମାଳାରେ ସଂଜ୍ଜିତ କରାଯାଇଛି । ହିନ୍ଦୁସ୍ଥାନସମାଚାର/ହୃଷୀକେଶ
---------------
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ