ତିହିଡ଼ି ପଂଚାୟତ ସମିତିର ୭ମ ସ୍ୱତନ୍ତ୍ର ଅଧିବେଶନ, ବିକଶିତ ଗାଁ ବିକଶିତ ଓଡ଼ିଶା ଯୋଜନାକୁ ନେଇ ଆଲୋଚନା
ଭଦ୍ରକ, ୨୬ ଫେବୃୟାରୀ (ହି.ସ.) - ଭଦ୍ରକ ଜିଲା ତିହିଡ଼ି ପଂଚାୟତ ସମିତି ନୀଳମଣି ସଭାଗୃହରେ ପଂଚାୟତ ସମିତିର ୭ମ ସ୍ୱତନ୍ତ୍ର ଅଧିବେଶନ ଅନୁଷ୍ଠିତ ହୋଇ ଯାଇଛି । ଏହି ଅବସରରେ ବ୍ଲକ ଅଧ୍ୟକ୍ଷା ଅବନ୍ତୀ ଦାସଙ୍କ ଅଧ୍ୟକ୍ଷତାରେ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ବାସୁଦେବପୁର ବିଧାୟକ ପ୍ରତିନିଧି ସରୋଜ କୁମାର
ତିହିଡ଼ି ପଂଚାୟତ ସମିତିର ୭ମ ସ୍ୱତନ୍ତ୍ର ଅଧିବେଶନ, ବିକଶିତ ଗାଁ ବିକଶିତ ଓଡ଼ିଶା ଯୋଜନାକୁ ନେଇ ଆଲୋଚନା


ଭଦ୍ରକ, ୨୬ ଫେବୃୟାରୀ (ହି.ସ.) - ଭଦ୍ରକ ଜିଲା ତିହିଡ଼ି ପଂଚାୟତ ସମିତି ନୀଳମଣି ସଭାଗୃହରେ ପଂଚାୟତ ସମିତିର ୭ମ ସ୍ୱତନ୍ତ୍ର ଅଧିବେଶନ ଅନୁଷ୍ଠିତ ହୋଇ ଯାଇଛି । ଏହି ଅବସରରେ ବ୍ଲକ ଅଧ୍ୟକ୍ଷା ଅବନ୍ତୀ ଦାସଙ୍କ ଅଧ୍ୟକ୍ଷତାରେ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ବାସୁଦେବପୁର ବିଧାୟକ ପ୍ରତିନିଧି ସରୋଜ କୁମାର ଦାସ ଯୋଗ ଦେଇ ଗ୍ରାମାଂଚଳର ବିକାଶ ପାଇଁ ସମସ୍ତଙ୍କର ସହଯୋଗ ଆବଶ୍ୟକତା ରହିଛି ବୋଲି କହିଥିଲେ । ତହସିଲଦାର ଜୟଦ୍ରଥ ଆଚାର୍ଯ୍ୟ ଏଥିରେ ଯୋଗ ଦେଇ କେବଳ ପ୍ରଶାସନ ଚାହିଁଲେ ବିକାଶ ସମ୍ଭବ ନୁହେଁ । ବିକାଶ ପାଇଁ ଜନସାଧାରଣଙ୍କର ପ୍ରମୁଖ ଭୂମିକା ରହିଛି ବୋଲି କହିଥିଲେ । ଉପଧ୍ୟକ୍ଷା ଶୁଭଦ୍ରା ଶତପଥି, ଏବିଡିଓ ମାନସ କୁମାର ଜେନା, ସହକାରୀ ନିର୍ବାହୀ ଯନ୍ତ୍ରୀ ସୁକାନ୍ତ ମିଶ୍ର ପ୍ରମୁଖ ଯୋଗ ଦେଇ ବିକଶିତ ଗାଁ ଓ ବିକଶିତ ଓଡ଼ିଶା ଯୋଜନାର କାର୍ଯ୍ୟକାରିତା ଉପରେ ଆଲୋଚନା କରିଥିଲେ । ବିଡିଓ ନିରଂଜନ ବାରିକ ଅଧିବେଶନର ଆଭିମୁଖ୍ୟ ଉପରେ ସୂଚନା ଦେଇଥିଲେ । ସାମାଜିକ ସୁରକ୍ଷା ଅଧିକାରୀ ନିହାର ରଂଜନ ରାଉତ ପୂର୍ବ ବୈଠକର ବିବରଣୀ ପାଠ ସହିତ ଧନ୍ୟବାଦ ଅର୍ପଣ କରିଥିଲେ । ବୈଠକରେ ସରପଂଚ ପ୍ରଦୀପ କୁମାର ବଳ ଯୋଗ ଦେଇ ବିକଶିତ ଗାଁ ବିକଶିତ ଓଡ଼ିଶା ଯୋଜନାରେ ବ୍ଲକକୁ ଆସିଥିବା ୪କୋଟି ୫୦ଲକ୍ଷ ଟଙ୍କା ଅନୁଦାନକୁ ପଂଚାୟତର ଲୋକସଂଖ୍ୟାକୁ ଦୃଷ୍ଟି ଦେଇ ବଂଟନ କରାଯିବ ବୋଲି ପ୍ରସ୍ତାବ ଦେଇଥିଲେ । ସରପଂଚ ସଂଜୀବ ବେହେରା ଓ ସମିତସଭ୍ୟ ଶୁକଦେବ ମଲିକ ଯୋଗ ଦେଇ ବିଗତ ବର୍ଷ ମାନଙ୍କରେ ସମିତିସଭ୍ୟ ଅଂଶକୁ ବଂଟନ କରାଯିବାରେ ପାତର ଅନ୍ତର କରାଯାଇଥିବା ଅଭିଯୋଗ କରିଥିଲେ । ସମିତସଭ୍ୟ ଚିନ୍ତାମଣି ଦାସ ଯୋଗ ଦେଇ ବ୍ଲକକୁ ଆସିଥିବା ନଳକୂପ ଗୁଡ଼ିକୁ ସମିତି ସଭ୍ୟମାନଙ୍କର ଅଂଶ ଦିଆଯାଉ ବୋଲି ଦାବି କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସରପଂଚ ଉଦ୍ଧବ ଚରଣ ନାୟକ, କୈଳାସ ପରିଡ଼ା, ଶୁଭ୍ରନାରାୟଣ ସେଠୀ, ଚକ୍ରଧର ଦାସ, ପ୍ରଶାନ୍ତ ବିଶ୍ୱାଳ, ପୁଷ୍ପାଞ୍ଜଳି ଲେଙ୍କା, ସୁପ୍ରଭା ପାଣି, କୁନ୍ତଳା ମଳିକ, ଯଶୋଦା ମଳିକ, ରୀତାଂଜଳି ଶତପଥି, ଜୟଶ୍ରୀ ବେହେରା, ମାମିନା ଜେନା, ପ୍ରଭାତ ମିଶ୍ର, ଗୌରୀମଣି ପାଣିଗ୍ରାହୀ ସମିତିସଭ୍ୟ ଭାଗିରଥି ମଳିକ, ଜୟପ୍ରକାଶ ମଲିକ, ଜୀବନଜ୍ୟୋତି ପଲେଇ, ଧର୍ମାନନ୍ଦ ବେହେରା, ନକୁଳ ବାରିକ ପ୍ରମୁଖଙ୍କ ସହିତ ସରପଂଚ ଓ ସମିତିସଭ୍ୟମାନେ ଯୋଗ ଦେଇଥିଲେ । ସହକାରୀ ନିର୍ବାହୀ ଯନ୍ତ୍ରୀ ଭୀଷ୍ମଦେବ ଶତପଥି, ଲଲାଟେନ୍ଦୁ ପାଲ, ତନୁଜା ମିଶ୍ର, ସମୀର ରଂଜନ ରାଉତ, ପିଇଓ ଦୀନବନ୍ଧୁ ମହାନ୍ତି, ଡ. ଅରୁଣ ପଣ୍ଡା, ଶାରଦା ବଳ, ସସ୍ମିତା ବାରିକ, ରୁନୁରାଣୀ ମଲିକ ପ୍ରମୁଖ ଉପସ୍ଥିତ ଥିଲେ । ବୈଠକରେ ଯୋଜନାକୁ ମଞ୍ଜୁରୀ ପ୍ରଦାନ କରାଯାଇଥିଲା ।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande