ମହାଶିବରାତ୍ରୀ ପାଇଁ ଆଖଣ୍ଡଳମଣିଙ୍କ ଠାରେ ଭକ୍ତଙ୍କ ଭିଡ
ଭୁବନେଶ୍ୱର, 26 ଫେବ୍ରୁଆରି (ହି.ସ.)- ମହାଶିବରାତ୍ରୀ ପାଇଁ ବାବା ଆରଡିଙ୍କ ପୀଠରେ ଭୋରରୁ ଭକ୍ତଙ୍କ ଭିଡ ଜମିଛି । ଭଦ୍ରକ ଜିଲ୍ଲା ପ୍ରସିଦ୍ଧ ଶୈବ ପୀଠ ଆରଡ଼ିର ବାବା ଆଖଣ୍ଡଳମଣିଙ୍କ ପୀଠରେ ବାବାଙ୍କ ଯଥା ରୀତି ପୂଜାଅର୍ଚ୍ଚନା ଆରମ୍ଭ କରାଯାଇଛି। ଜାଗର ଉତ୍ସବ ଓ ମହା ଶିବରାତ୍ରି ପା
ମହାଶିବରାତ୍ରୀ ପାଇଁ ଆଖଣ୍ଡଳମଣିଙ୍କ ଠାରେ ଭକ୍ତଙ୍କ ଭିଡ


ଭୁବନେଶ୍ୱର, 26 ଫେବ୍ରୁଆରି (ହି.ସ.)- ମହାଶିବରାତ୍ରୀ ପାଇଁ ବାବା ଆରଡିଙ୍କ ପୀଠରେ ଭୋରରୁ

ଭକ୍ତଙ୍କ ଭିଡ ଜମିଛି । ଭଦ୍ରକ ଜିଲ୍ଲା ପ୍ରସିଦ୍ଧ ଶୈବ ପୀଠ ଆରଡ଼ିର ବାବା ଆଖଣ୍ଡଳମଣିଙ୍କ ପୀଠରେ

ବାବାଙ୍କ ଯଥା ରୀତି ପୂଜାଅର୍ଚ୍ଚନା ଆରମ୍ଭ କରାଯାଇଛି। ଜାଗର ଉତ୍ସବ ଓ ମହା ଶିବରାତ୍ରି ପାଇଁ

ଉତ୍ସବ ମୁଖର ହୋଇଛି ଆରଡ଼ି ପୀଠ। ଲକ୍ଷାଧିକ ଭକ୍ତଙ୍କ ସମାଗମ ପାଇଁ ପୁଲିସ ଓ ପ୍ରଶାସନ ପକ୍ଷରୁ

ବ୍ୟାପକ ବ୍ୟବସ୍ଥା କରାଯାଇଛି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande