ବରିଷ୍ଠ ନାଗରିକ ପକ୍ଷରୁ ଦାବିପତ୍ର ପ୍ରଦାନ
ଜୟପୁର, ୩୦ ମଇ (ହି.ସ.) - ବରିଷ୍ଠ ନାଗରିକ ସପ୍ସଘ ପକ୍ଷରୁ ଜୟପୁର ଜିଲ୍ଲା ଚିକିତ୍ସାଳୟ ଅଧିକାରୀ ଓ ପୌରାଧ୍ୟକ୍ଷଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ଜିଲ୍ଲା ଚିକିତ୍ସାଳୟରେ ରକ୍ତ ପରୀକ୍ଷା ଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟ ସେବା ଦେଖାଇବା ନିମନ୍ତେ ଯେଉଁ ଲମ୍ବାଲାଇନ ହେଉଛି ସେଥିରୁ ବରିଷ୍ଠ ନାଗରିକଙ୍କୁ
ବରିଷ୍ଠ ନାଗରିକ ପକ୍ଷରୁ ଦାବିପତ୍ର ପ୍ରଦାନ


ଜୟପୁର, ୩୦ ମଇ (ହି.ସ.) - ବରିଷ୍ଠ ନାଗରିକ ସପ୍ସଘ ପକ୍ଷରୁ ଜୟପୁର ଜିଲ୍ଲା ଚିକିତ୍ସାଳୟ ଅଧିକାରୀ ଓ ପୌରାଧ୍ୟକ୍ଷଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ଜିଲ୍ଲା ଚିକିତ୍ସାଳୟରେ ରକ୍ତ ପରୀକ୍ଷା ଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟ ସେବା ଦେଖାଇବା ନିମନ୍ତେ ଯେଉଁ ଲମ୍ବାଲାଇନ ହେଉଛି ସେଥିରୁ ବରିଷ୍ଠ ନାଗରିକଙ୍କୁ ବାଦ ଦେଇ ବରିଷ୍ଠ ନାଗରିକଙ୍କ ନିମନ୍ତେ ଅଲଗା ଲାଇନ କରିବା ପାଇଁ ଦାବି ଉପସ୍ଥାପନ କରିଛନ୍ତି। ସେହିପରି ଜୟପୁର ସହରରେ ସର୍ବସାଧାରଣ ସ୍ଥାନରେ ବରିଷ୍ଠ ନାଗରିକ ମାନେ ପରିଶ୍ରା ଯିବା ନିମନ୍ତେ କୌଣସି ସୁବିଧା ନାହିଁ ତେଣୁ ସର୍ବସାଧାରଣ ସ୍ଥାନରେ ଗୋଟିଏ ପରିଶ୍ରାଗାର କରିବାପାଇଁ ଦାବି କରିଥିଲେ। ଏଇ ଦାବିପତ୍ର ପ୍ରଦାନ ସମୟରେ ସଭାପତି ଏମ.କେ ଦାସ, ଉପସଭାପତି ସତ୍ୟବାନ ପଣ୍‌ତା, ସମ୍ପାଦକ ଅଭିମନ୍ୟୁ ଭଟ୍ଟମିଶ୍ର, ଯୁଗ୍ମ ସଂପାଦକ ନରସିପ୍ସହ ପାଣିଗ୍ରାହୀ, କୋଷାଧ୍ୟକ୍ଷ ଭୀମସେନ ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ଥିଲେ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande