ଅବପାତରେ ପରିଣତ ହେଲା ଗଭୀର ଅବପାତ : ଆସନ୍ତା ୧୨ ଘଂଟା ମଧ୍ୟରେ ଆହୁରି ଦୁର୍ବଳ ହୋଇ ସ୍ପଷ୍ଟ ଚିହ୍ନିତ ଲଘୁଚାପରେ ପରିଣତ ହେବ
ଭୁବନେଶ୍ୱର, ୩୦ ମଇ (ହି.ସ.)- ଗଭୀର ଅବପାତ ଦୁର୍ବଳ ହୋଇ ଅବପାତରେ ପରିଣତ ହୋଇଛି । ବାଙ୍ଗଲାଦେଶ ଉପରେ ରହିଥିବା ଏହି ଅବପାତ ଉତର-ଉତର-ପୂର୍ବ ଦିଗରେ ଗତି କରିବା ସହ ବାଙ୍ଗଲାଦେଶ ଉପରେ କେନ୍ଦ୍ରିତ ରହିଛି । ଏହା ଟାଙ୍ଗୈଲ ଠାରୁ ୪୦ କି.ମି. ପଶ୍ଚିମ-ଉତର-ପଶ୍ଚିମରେ ଦିଗରେ । ଢ଼ାକା ଠାରୁ ୧୧୦ କି.ମି. ଉତର
ଅବପାତରେ ପରିଣତ ହେଲା ଗଭୀର ଅବପାତ : ଆସନ୍ତା ୧୨ ଘଂଟା ମଧ୍ୟରେ ଆହୁରି ଦୁର୍ବଳ ହୋଇ ସ୍ପଷ୍ଟ ଚିହ୍ନିତ ଲଘୁଚାପରେ ପରିଣତ ହେବ


ଭୁବନେଶ୍ୱର, ୩୦ ମଇ (ହି.ସ.)- ଗଭୀର ଅବପାତ ଦୁର୍ବଳ ହୋଇ ଅବପାତରେ ପରିଣତ ହୋଇଛି । ବାଙ୍ଗଲାଦେଶ ଉପରେ ରହିଥିବା ଏହି ଅବପାତ ଉତର-ଉତର-ପୂର୍ବ ଦିଗରେ ଗତି କରିବା ସହ ବାଙ୍ଗଲାଦେଶ ଉପରେ କେନ୍ଦ୍ରିତ ରହିଛି । ଏହା ଟାଙ୍ଗୈଲ ଠାରୁ ୪୦ କି.ମି. ପଶ୍ଚିମ-ଉତର-ପଶ୍ଚିମରେ ଦିଗରେ । ଢ଼ାକା ଠାରୁ ୧୧୦ କି.ମି. ଉତର-ପଶ୍ଚିମରେ । ବରହମପୁର ଠାରୁ ୧୪୦ କି.ମି. ଉତରରେ ରହିଛି । ଏହା ପ୍ରାୟତଃ ଉତର-ଉତର-ପୂର୍ବ ଦିଗରେ ଗତି କରିବ ଏବଂ ଆସନ୍ତା ୧୨ ଘଂଟା ମଧ୍ୟରେ ଏହା ଆହୁରି ଦୁର୍ବଳ ହୋଇ ସ୍ପଷ୍ଟ ଚିହ୍ନିତ ଲଘୁଚାପରେ ପରିଣତ ହେବ । ଏହାର ପ୍ରଭାବରେ ଉତର-ପୂର୍ବ ରାଜ୍ୟରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରି ହୋଇଥିବା ଟ୍ୱିଟ୍ ରୁ ଏହି ସୂଚନା ମିଳିଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande