ଡାକ୍ତର ଅନୁସୂୟା ଦାସଙ୍କ ତିରୋଧାନ
ଗଂଜାମ, 30 ମେ (ହି.ସ.) ପୂର୍ବତନ ସିଡିଏମଓ ତଥା ସ୍ୱାସ୍ଥ୍ୟ ବିଭାଗ‌ ଯୁଗ୍ମ ନିର୍ଦ୍ଦେଶକ ଡାକ୍ତର ଅନୁସୂୟା ଦାସ‌‌ଙ୍କର ଗତ ଅମବାସ୍ୟା ତିଥିରାତିରେ ଇନଫା କମ୍ପାନିରେ‌ ଚାକିରି କରୁଥିବା ପୁତ୍ରଙ୍କ କାଳିଆପାଣି ବାସଭବନରେ ପର‌ଲୋକ‌ ହୋଇଛି ୮୨ଵର୍ଷବୟସରେ।ଗତଦୁଇଵର୍ଷହେଲାସେ କର୍କଟ ରୋଗରେ ଆକ୍ରାନ୍ତ ହୋ
ଡାକ୍ତର ଅନୁସୂୟା ଦାସ ଙ୍କ ତିରୋଧାନ


ଗଂଜାମ, 30 ମେ (ହି.ସ.)

ପୂର୍ବତନ ସିଡିଏମଓ ତଥା ସ୍ୱାସ୍ଥ୍ୟ ବିଭାଗ‌ ଯୁଗ୍ମ ନିର୍ଦ୍ଦେଶକ ଡାକ୍ତର ଅନୁସୂୟା ଦାସ‌‌ଙ୍କର ଗତ ଅମବାସ୍ୟା ତିଥିରାତିରେ ଇନଫା କମ୍ପାନିରେ‌ ଚାକିରି କରୁଥିବା ପୁତ୍ରଙ୍କ କାଳିଆପାଣି ବାସଭବନରେ ପର‌ଲୋକ‌ ହୋଇଛି ୮୨ଵର୍ଷବୟସରେ।ଗତଦୁଇଵର୍ଷହେଲାସେ କର୍କଟ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ।ଗତାକାଲି ଦାସ ଙ୍କମର ଶରୀର ଭୁବନେଶ୍ବର ଅଣାଯାଇ ବହୁ ଆତ୍ମୀୟ ସ୍ୱଜନ ଙ୍କ ଉପସ୍ଥିତି ରେ‌ ଶେଷକୃତ୍ୟ କରାଯାଇଛି। ତାଙ୍କର ପୁତ୍ରରାଜେଶମୁଖାଗ୍ନୀଦେଇଥିଲେ। ପରଲୋକ ଖବର ଜଣା ପଡ଼ିବାପରେ, ରାଜ୍ୟ ର ଡାକ୍ତରୀମହଲରେ ସାଇ ପ୍ରେମୀଙ୍କ ମଧ୍ୟ ରେ ଓ ଗଞ୍ଜାମ ଜିଲ୍ଲା ରେ ଜନସାଧାରଣ ଙ୍କ ମହଲ ଶୋକରଛାୟାଖେଳିଯାଈଛି।‌ଡାକ୍ତର ଦାସ ଗଞ୍ଜାମ ଜିଲାଶେରଗଡ଼ ବ୍ଲକ ର ନିପଟ‌ମଫସଲ ଗାଁ ପଦ୍ମ ପୁର ପ୍ରାଥମିକ ଶିକ୍ଷକ ଟିସୀତାରାମଦାସଙ୍କ କନ୍ୟା ସନ୍ତାନ ରୂପେ ଜନ୍ମଗ୍ରହଣ କରିଥିଲେ। ସେଶେରଗଡ ମହାତ୍ମା‌ଗାନ୍ଦ୍ଧି ହାଇସ୍କୁଲ ରପ୍ରଥମଛାତ୍ରୀ‌, କଲେଜ ପଢ଼ା ପରେ ଏସ୍ ସିବି‌ ମେଡିକଲ କଲେଜରେ ବହୁ ଆର୍ଥିକ ଅନାଟନ ‌ମଧ୍ଧରେଡାକ୍ତରୀ ପଢି ସରକାରୀ ଚାକିରୀ ରେ ଯୋଗ ଦେଇ‌ ଓଡ଼ିଶାର ବିଭିନ୍ନ ଡାକ୍ତରଖାନାରେ ସୁନାମରସ଼ହ‌କାର୍ଯ୍ଯ ନିର୍ବାହ କରି ପଦୋନ୍ନତି ପାଇ ଗଜପତି ସିଡିଏମଓ ଓ‌ରାଜ୍ଯ ସ୍ୱାସ୍ଥ୍ୟ ବିଭାଗ‌ଯୁଗ୍ମ ନିର୍ଦ୍ଦେଶକ ରୂପେ ଆସନ ଅଳଙ୍କୃତ କରିଥିଲେ।ସେତାଙ୍କ ଜୀବଦଶା ରେବହୁ ସାମାଜିକ, ସାଂସ୍କୃତିକ ଓ ଧାର୍ମିକଅନୁଷ୍ଠାନସହ ଜଡ଼ିତ ରହି ଜନ ମଙ୍ଗଳ କାର୍ଯ୍ଯ ମଧ୍ୟ କରିଛନ୍ତି।‌ପରଲୋକଗତ ଅନୁସୂୟାଙ୍କ ବିୟୋଗ ରେ ଗଞ୍ଜାମ ଜିଲ୍ଲା ଓୟୁଡଵଲ୍ଯଜେ ସଭାପତି ଡାକ୍ତର ହୃଷୀକେଶ ମହାନ୍ତି ଗଭୀର ଶୋକପ୍ରକାଶ କରି ଆତ୍ମାର ସଦଗତିକାମନାକରିଵାସହ ଶୋକ ସନ୍ତପ୍ତ ପରିବାର ଵର୍ଗଙ୍କୁ ସମବେଦନା ଜ୍ଞାପନ କରିଛନ୍ତିି। ହିନ୍ଦୁ ସ୍ଥାନ ସମାଚାର/ହୃଷୀକେଶ

---------------

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande