ସମ୍ବଲପୁର, ୩୦ ମଇ (ହି.ସ) - ସ୍ଥାନୀୟ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ସ୍ନାତକ ଓ ସ୍ନାତକୋତର କଳା, ବିଜ୍ଞାନ ଓ ବାଣିଜ୍ୟର ଚୂଡ଼ାନ୍ତ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି । କଳା ସ୍ନାତକରେ ୯୦.୪୭% ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି । ବିଜ୍ଞାନରେ ୯୨.୧୬%, ବାଣିଜ୍ୟରେ ୮୫.୪୪%, ବିବିଏରେ ୯୧.୮୦%, ବିଏସ୍ସିଆଇଏସ୍ସିରେ ୭୭.୭୮% ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି । କଳା ବିଭାଗର ଭୂଗୋଳ ଏବଂ ସଂସ୍କୃତ, ବିଜ୍ଞାନ ବିଭାଗର ଭୂଗୋଳରେ ଶତପ୍ରତିଶତ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି । କଳା ବିଭାଗ ସ୍ନାତକରେ ଇପ୍ସିତା ପଣ୍ଡା ନୃତତ୍ୱ, ଦୀପକ ଦାଶ ଅର୍ଥନୀତି, ସ୍ୱାଧୀନ ପ୍ରଧାନ ଶିକ୍ଷା, ଉଦିଶିଆ ଫାତ୍ମା ଇଂରାଜୀ, ଶ୍ରୁତିମୟୀ ମୁନା ଭୂଗୋଳ, ଆଲିମା ଶେଖ୍ ହିନ୍ଦୀ, ସ୍ମୃତିପ୍ରଭା ସାହୁ ଇତିହାସ, ଉଦିତ୍ ପ୍ରଧାନ ଗଣିତ, କ୍ରୀଷ୍ଣା ଖମାରୀ ଓଡ଼ିଆ, ଇତିଶ୍ରୀ ଦାଶ ଦର୍ଶନ, ତୁଳେଶ୍ୱର ପ୍ରଧାନ ରାଜନୀତି ବିଜ୍ଞାନ, ବୈଷ୍ଣବୀ ଯାଦବ ମନସ୍ତତ୍ୱ, ସସ୍ମିତା ସା ସଂସ୍କୃତ, ଶୁଭମ୍ ନାୟକ ପରିସଂଖ୍ୟାନ ଏବଂ ସ୍ୱୟଂ ସମ୍ଭବ ପୂଜାରୀ ସମାଜଶାସ୍ତ୍ରରେ ପ୍ରଥମ ଶ୍ରେଣୀରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ।
ବିଜ୍ଞାନ ବିଭାଗରେ ଅଂଶୁମାନ ଓରାମ୍ ନୃତତ୍ୱ, ସୁଶ୍ରୀ ସମୀକ୍ଷା ସାହୁ ବୋଟାନୀ, ଅର୍ପଣା ସାହୁ ରସାୟନ ବିଜ୍ଞାନ, ସଚିନ ପ୍ରଧାନ କମ୍ପ୍ୟୁଟର ବିଜ୍ଞାନ, ଗାୟତ୍ରୀ ସାହୁ ଭୂଗୋଳ, ସମିତ କୁମାର ପ୍ରଧାନ ଗଣିତ, ପ୍ରଶାନ୍ତ ରଣା ପଦାର୍ଥ ବିଜ୍ଞାନ, ଅଭିଷେକ ଗୌଡ଼ ପରିସଂଖ୍ୟାନ ଏବଂ ବର୍ଷା ମହାପାତ୍ର ଜୁଓଲୋଜିରେ ପ୍ରଥମ ଶ୍ରେଣୀରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ।
ସେହିଭଳି ବାଣିଜ୍ୟରେ ପ୍ରିୟରତ୍ନ ବନ୍?ସୋଦ, ବିବିଏରେ ଅର୍ପିତା ମିଶ୍ର ଏବଂ ବିଏସ୍ସିଆଇଏସ୍ଟିରେ ଦେବାଶୀଷ ମହାପାତ୍ର ପ୍ରଥମ ଶ୍ରେଣୀରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ବିଏବିଇଡ଼ିରେ ଡଲି ଜଗତ ଅର୍ଥନୀତି, ଦେବେଶ କୁମାର ସାହୁ ଇଂରାଜୀ, କୁମାର ରାଉତ ଭୂଗୋଳ, ଅନନ୍ୟା ପ୍ରାପ୍ତି ହୋତା ଇତିହାସ, କୀର୍ତିମୟୀ ସାହୁ ଓଡ଼ିଆ ଏବଂ ଗାୟତ୍ରୀ ହୋତା ରାଜନୀତି ବିଜ୍ଞାନ ଏବଂ ବିଏସ୍ସି ବିଇଡିରେ ପ୍ରୀତିପ୍ରିୟଙ୍କା ପୃଷ୍ଟି ବୋଟାନୀ, ରୀତିକା ସାହୁ ରସାୟନ ବିଜ୍ଞାନ, ଚିନ୍ମୟ ପାତ୍ର ଗଣିତ, ଶିବାନୀ ସାହୁ ପଦାର୍ଥ ବିଜ୍ଞାନ ଏବଂ କାଜଲ ସାଗର ଜୁଓଲୋଜିରେ ଶ୍ରେଷ୍ଠ ସ୍ଥାନ ଅଧିକାର କରିଛନ୍ତି ।
ସ୍ନାତକୋତର (ପିଜି) କଳାରେ ୯୮.୦୧, ବିଜ୍ଞାନରେ ୯୫.୩୫, ବାଣିଜ୍ୟରେ ୯୧.୫୩, ଏଲ୍ଆଇଏସ୍ରେ ୧୦୦, ଏମ୍?ସିଏରେ ୮୭.୧୭, ଏମ୍ବିଏରେ ୯୫.୩୮, ଏମ୍ବିଏ (ଏଫ୍?ଏମ୍)ରେ ୮୬.୦୪ ପ୍ରତିଶତ ଛାତ୍ରଛାତ୍ରୀ କୃତକାର?୍ୟ୍ୟ ହୋଇଛନ୍ତି ।
ବିଜ୍ଞାନର ପଦାର୍ଥ ବିଜ୍ଞାନ, ନୃତତ୍ୱ, ବାୟୋଟେକ୍ନୋଲୋଜି ଓ ବୋଟାନୀ, କଳାର ସଂସ୍କୃତ, ମନସ୍ତତ୍ୱ, ରାଜନୀତି ବିଜ୍ଞାନ, ଦର୍ଶନଶାସ୍ତ୍ର, ହିନ୍ଦୀ ଏବଂ ଶିକ୍ଷା ବିଷୟରେ ଶତପ୍ରତିଶତ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି ।
ଏମ୍ସିଏରେ ରୋନିତ କୁମାର ସାହୁ, ଏମ୍ବିଏରେ ଲିଜା ସାହୁ ଏବଂ ଜ୍ୟୋର୍ତିମୟୀ ବିଶ୍ୱାଳ, ଏମ୍ବିଏ (ଏଫ୍ଏମ୍)ରେ ସାହିନା ଖାତୁନ୍ ପ୍ରଥମ ଶ୍ରେଣୀରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ।
ସେହିଭଳି ପିଜି କଳା, ବିଜ୍ଞାନ, ବାଣିଜ୍ୟ ଓ ଅନ୍ୟାନ୍ୟ ବିଭାଗରେ ବର୍ଷା ରାଉତ, ବର୍ଷାରାଣୀ କର, ସୋନାଲୀ ସାଗରିକା ନାୟକ, ଲକ୍ଷ୍ମୀପ୍ରିୟା ସାହୁ, ଚିନ୍ମୟୀ ପାଣିଗ୍ରାହୀ, ଶ୍ରୀତମ ମହାନନ୍ଦ, ମନୋଜ ସାହୁ, ଅଜିତ ମିଞ୍ଜ, ଶ୍ରେୟା ଅଧିକାରୀ, ଦିପାଳୀ ମେହେର, ସୋନାଲିକା ସାହୁ, ମୁକେଶ ଥାପା, ଚନ୍ଦନ ଜେନା, ସୌମ୍ୟାଶ୍ରୀ ସାହୁ, ଶୁଭଶ୍ରୀ ପ୍ରଧାନ, ରୁବି ପ୍ରଧାନ, ସିପ୍ରା ଶାଶ୍ୱତୀ ପାଢ଼ୀ, କ୍ଷୀରୋଦିନୀ ମହାପାତ୍ର, ଦିବ୍ୟା କରିସ୍ମା ପୃଷ୍ଟି, ଚନ୍ଦନ କୁମାର ଦାଶ ଗୋସ୍ୱାମୀ, ବନୀତା ପ୍ରଧାନ, ତରୁଣ କୁମାର ସେନାପତି ଏବଂ ଆକାଂକ୍ଷା ରାଉତ ଶ୍ରେଷ୍ଠ ସ୍ଥାନ ଅଧିକାର କରିଛନ୍ତି ।
ହିନ୍ଦୁସ୍ଥାନ ସମାଚାର/ଶୈଳେଶ/ଭାନୁ
ହିନ୍ଦୁସ୍ଥାନ ସମାଚାର / ଶୈଳେଶ