ଇସ୍ରୋ ପରିଭ୍ରମଣ କଲେ ଓଡ଼ିଆ ଛାତ୍ର ନିଖିଲ୍
ଜୟପୁର, ୩୦ ମଇ (ହି.ସ.)- ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ପରିଭ୍ରମଣରେ ୟାଟସ୍ (ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଅନ୍ଵେଷଣ)ର କୃତୀ ଛାତ୍ର ନିଖିଲ ମହାପାତ୍ର ଓ ବିଜ୍ଞାନ ଶିକ୍ଷକ ଗୌରୀ ଶଙ୍କର ସାମନ୍ତରାୟ । ବୋରିଗୁମ୍ମା ସରକାରୀ ଉଚ୍ଚ ବିଦ୍ୟାଳୟ ର ଟାଟା ଷ୍ଟିଲ ଓ ଓଡ଼ିଶା ସରକାରଙ୍କ ବିଜ୍ଞ
ଇସ୍ରୋ ପରିଭ୍ରମଣ କଲେ ଓଡ଼ିଆ ଛାତ୍ର ନିଖିଲ୍


ଜୟପୁର, ୩୦ ମଇ (ହି.ସ.)- ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ପରିଭ୍ରମଣରେ ୟାଟସ୍ (ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଅନ୍ଵେଷଣ)ର କୃତୀ ଛାତ୍ର ନିଖିଲ ମହାପାତ୍ର ଓ ବିଜ୍ଞାନ ଶିକ୍ଷକ ଗୌରୀ ଶଙ୍କର ସାମନ୍ତରାୟ । ବୋରିଗୁମ୍ମା ସରକାରୀ ଉଚ୍ଚ ବିଦ୍ୟାଳୟ ର ଟାଟା ଷ୍ଟିଲ ଓ ଓଡ଼ିଶା ସରକାରଙ୍କ ବିଜ୍ଞାନ ଓ କାରିଗରୀ ବିଭାଗ ଅଧିନରେ ଭୁବନେଶ୍ୱର ସ୍ଥିତ ପଠାଣି ସାମନ୍ତ ପ୍ଲାନେଟାରିୟମ ର ସହଯୋଗରେ ବେଙ୍ଗାଲୁରୁ ସ୍ଥିତ ଇସ୍ରୋର ପରିଭ୍ରମଣ କରିଥିଲେ | ସେଠାରେ ଟେଲିମେଟ୍ରି ଟ୍ରାକିଂ ଏବଂ କମାଣ୍ଡ ନେଟୱର୍କ (ଆଇଏସଟିଆରଏସି) ଏବଂ ୟୁଆର ରାଓ ସାଟେଲାଇଟ ସେଣ୍ଟର (ୟୁଆରଏସସି) ରେ ଶିକ୍ଷାମୂଳକ ଭ୍ରମଣରେ ବାସ୍ତବ ସାଟେଲାଇଟ ର କମାଣ୍ଡିଙ୍ଗ୍ ବ୍ୟବସ୍ଥା ସହ ସମସ୍ତ ଟ୍ରାକିଂ ବ୍ୟବସ୍ଥାକୁ ବିସ୍ତୃତ ଭାବରେ ବୈଜ୍ଞାନିକ ମାନଙ୍କ ଦ୍ବାରା ପ୍ରଦର୍ଶିତ ହୋଇଥିଲା । ଏହି ଯାତ୍ରା ମଇ ୨୪ ରୁ ମଇ ୨୮ ପର୍ଯ୍ୟନ୍ତ ହୋଇଥିଲା | ପ୍ରାୟ ୭୧ ହଜାର ଛାତ୍ରଛାତ୍ରୀ ମାନଙ୍କୁ ପଛରେ ପକାଇ ନିଖିଲ ମହାପାତ୍ର ବିଜ୍ଞାନ ଶିକ୍ଷକ ଗୌରୀ ଶଙ୍କର ସାମନ୍ତରାୟଙ୍କ ସହଯୋଗରେ ପ୍ରକଳ୍ପ ପ୍ରଦର୍ଶନ କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଠାରୁ ସମ୍ମାନିତ ହୋଇଥିଲେ । ଏହା କୋରାପୁଟ ଜିଲ୍ଲା ପାଇଁ ଅତ୍ୟନ୍ତ ଗୌରବର ବିଷୟ । ଭବିଷ୍ୟତରେ ସେ ଜଣେ ସଫଳ ବୈଜ୍ଞାନିକ ହେବେ ବୋଲି ମତବ୍ୟକ୍ତ କରିଛନ୍ତି ।

ଏହି ସଫଳତା ପାଇଁ ନିଖିଲ ମହାପାତ୍ରଙ୍କ ପିତା ସରତ ମହାପାତ୍ର ଓ ମାତା ସୁନିତା ମହାପାତ୍ର ସହ ସମସ୍ତ ପରିବାର ବର୍ଗ ଖୁସି ବ୍ୟକ୍ତ କରିଛନ୍ତି। ଭବିଷ୍ୟତରେ ନିଖିଲ ଜଣେ ସଫଳ ବୈଜ୍ଞାନିକ ହେବେ ବୋଲି ମତବ୍ୟକ୍ତ କରିଛନ୍ତି I

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande