ଅବସର ପ୍ରାପ୍ତ ଉତ୍କଳ ଗ୍ରାମୀଣ ବ୍ୟାଙ୍କ କର୍ମଚାରୀ କଲ୍ୟାଣ ସଂଘ ପକ୍ଷରୁ ସର୍ବତ ବଂଟନ
ସମ୍ବଲପୁର, ୩୦ ମଇ (ହି.ସ.) - ଉତ୍କଳ ଗ୍ରାମୀଣ ବ୍ୟାଙ୍କର ଅବସର ପ୍ରାପ୍ତ କର୍ମଚାରୀ କଲ୍ୟାଣ ସଂଘ ପକ୍ଷରୁ ସମ୍ବଲପୁର ଜ଼ିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଗତ ୧୯ ତାରିଖ ଠାରୁ ଆରମ୍ଭ ହୋଇଥିବା ସର୍ବତ ବଂଟନ କାର୍ଯ୍ୟକ୍ରମ ଶୁକ୍ରବାର ଉଦଯାପିତ ହୋଇଛି ଓ ପ୍ରତ୍ୟେକ ବର୍ଷ ଗ୍ରୀଷ୍ମ ପ୍ରବାହ କୁ ଦୃଷ୍ଟି ର
ଅବସର ପ୍ରାପ୍ତ ଉତ୍କଳ ଗ୍ରାମୀଣ ବ୍ୟାଙ୍କ କର୍ମଚାରୀ କଲ୍ୟାଣ ସଂଘ ପକ୍ଷରୁ  ସର୍ବତ ବଣ୍ଟନ


ସମ୍ବଲପୁର, ୩୦ ମଇ (ହି.ସ.) - ଉତ୍କଳ ଗ୍ରାମୀଣ ବ୍ୟାଙ୍କର ଅବସର ପ୍ରାପ୍ତ କର୍ମଚାରୀ କଲ୍ୟାଣ ସଂଘ ପକ୍ଷରୁ ସମ୍ବଲପୁର ଜ଼ିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଗତ ୧୯ ତାରିଖ ଠାରୁ ଆରମ୍ଭ ହୋଇଥିବା ସର୍ବତ ବଂଟନ କାର୍ଯ୍ୟକ୍ରମ ଶୁକ୍ରବାର ଉଦଯାପିତ ହୋଇଛି ଓ ପ୍ରତ୍ୟେକ ବର୍ଷ ଗ୍ରୀଷ୍ମ ପ୍ରବାହ କୁ ଦୃଷ୍ଟି ରେ ରଖି ଗତ ୫ ବର୍ଷ ହେଲା ଉପରୋକ୍ତ ସଂଘ ପକ୍ଷରୁ ଡାକ୍ତରଖାନା ପରିସରରେ ଆଗନ୍ତୁକ ରୋଗୀ ତଥା ପରିଜନକୁ ଲେମ୍ବୁ ପାଣି, ଦହି ସରବତ୍ ଆଦି ବଂଟନ କରାଯାଉଛି ଓ ଚଳିତ ବର୍ଷ ସଂଘ ର ସମ୍ପାଦକ ପ୍ରଦୀପ କୁମାର ପଣ୍ଡା, ପ୍ରଫୁଲ୍ଲ କୁମାର ନେପାକ (ଜାତୀୟ ଯୁଗ୍ମ ସମ୍ପାଦକ), କୋଷାଧକ୍ଷ ନିର୍ମଳ ମାଈତି , ସମ୍ଭୁ ଭୂଷଣ ସେଠ୍‌, ପ୍ରମୋଦ ପଟ୍ଟନାୟକ, ଚିତ ରଞ୍ଜନ ଦାସ, ମହତାବ ଖାନ, ସତୀଶ ନନ୍ଦ, ଶାନ୍ତି ନାୟକ, ରାଜୁ ମୁଣ୍ଡା, ବିରସେନ ସାହୁ, ନରେନ୍ଦ୍ର କୁମାର ମେହେର, ପ୍ରଭଞ୍ଜନ ସାଏ, ଜଟା ଭୂଷଣ ସାହୁ ପ୍ରମୁଖ ପ୍ରତ୍ୟହ ଗତ ୧୦ କାର୍ଯ୍ୟ ଦିବସ ଉପସ୍ଥିତ ରହି ଏହି ବଂଟନ କାର୍ଯ୍ୟକ୍ରମ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର/ଶୈଳେଶ/ଭାନୁ

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande