ଭୁବନେଶ୍ୱର, 30 ମେ (ହି.ସ.)- ସିକ୍କିମ ବସ ଦୁର୍ଘଟଣାରେ
ବିଜେପି ନେତ୍ରୀ ଇତିଶ୍ରୀ ଜେନା ନିଖୋଜ ପ୍ରସଙ୍ଗରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ
ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ କଥା ହୋଇଛନ୍ତି ସମସ୍ତ ପ୍ରକାର
ସାହାଯ୍ୟ ପାଇଁ । ସେମାନଙ୍କୁ ବର୍ତ୍ତମାନ ଖୋଜା ଯାଉଛି । ଅପରେସନ ଚାଲିଛି । ପରିବାର ଲୋକଙ୍କ
ଖୋଜିଲା ପରେ ଜଣା ପଡିବ । ସରକାର ସହ ଦଳ ବି ଆମେ ଯୋଗାଯୋଗରେ ଅଛୁ । ସେ ଜଣେ ସକ୍ରିୟ ମହିଳା
କାର୍ଯ୍ୟକର୍ତ୍ତା ଥିଲେ । ତାଙ୍କ ପାଇଁ ଚିନ୍ତିତ ଅଛୁ ବୋଲି ମନମୋହନ ସାମଲ କହିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା