ପୂର୍ବତନ ବିଧାୟକ ପ୍ରସନ୍ନ ପଟ୍ଟନାୟକଙ୍କ ଦେହାନ୍ତରେ ପୃଥ୍ୱୀରାଜ ହରିଚନ୍ଦନଙ୍କ ଶୋକ
ଭୁବନେଶ୍ୱର, 30 ମେ (ହି.ସ.)- ପୂର୍ବତନ ବିଧାୟକ ପ୍ରସନ୍ନ ପଟ୍ଟନାୟକଙ୍କ ଦେହାନ୍ତରେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଶୋକ ପ୍ରକାଶ କରିଛନ୍ତି । ଏନେଇ ସୋସିଆଲ ମିଡିଆ ଏକ୍ସରେ ମନ୍ତ୍ରୀ କହିଛନ୍ତି ଯେ, ବିଶିଷ୍ଟ ରାଜନେତା ତଥା କାମାକ୍ଷାନଗରର ପୂର୍ବତନ ବିଧାୟକ ଶ୍ରୀ ପ୍ରସନ୍ନ
ପୂର୍ବତନ ବିଧାୟକ ପ୍ରସନ୍ନ ପଟ୍ଟନାୟକଙ୍କ ଦେହାନ୍ତରେ ପୃଥ୍ୱୀରାଜ ହରିଚନ୍ଦନଙ୍କ ଶୋକ


ଭୁବନେଶ୍ୱର, 30 ମେ (ହି.ସ.)- ପୂର୍ବତନ ବିଧାୟକ ପ୍ରସନ୍ନ ପଟ୍ଟନାୟକଙ୍କ ଦେହାନ୍ତରେ ଆଇନ ମନ୍ତ୍ରୀ

ପୃଥ୍ୱୀରାଜ ହରିଚନ୍ଦନ ଶୋକ ପ୍ରକାଶ କରିଛନ୍ତି । ଏନେଇ ସୋସିଆଲ ମିଡିଆ ଏକ୍ସରେ ମନ୍ତ୍ରୀ

କହିଛନ୍ତି ଯେ, ବିଶିଷ୍ଟ ରାଜନେତା ତଥା କାମାକ୍ଷାନଗରର ପୂର୍ବତନ ବିଧାୟକ ଶ୍ରୀ ପ୍ରସନ୍ନ

ପଟ୍ଟନାୟକଙ୍କ ଦେହାନ୍ତ ଖବର ଶୁଣି ମୁଁ ଅତ୍ୟନ୍ତ ଦୁଃଖିତ। ଜନସେବା କ୍ଷେତ୍ରରେ ତାଙ୍କର

ବହୁମୂଲ୍ୟ ଅବଦାନ ସବୁଦିନ ପାଇଁ ମନେ ରହିବ। ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ

ପରିବାର ପ୍ରତି ମୋର ଗଭୀର ସମବେଦନା ଜଣାଉଛି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande