ଭୁବନେଶ୍ୱର, 30 ମେ (ହି.ସ.)- ଭୁବନେଶ୍ୱର ଆରଡବ୍ଲୁ ବିଭାଗର ରୋଡ଼ ପ୍ଲାନ୍ସ ଚି଼ଫ ଇଞ୍ଜିନିୟରଙ୍କ ଘରେ
ଭିଜିଲାନ୍ସ ରେଡ କରିଛି । ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଏକକାଳୀନ 7ଟି ଠିକଣାରେ
ବୈକୁଣ୍ଠ ନାଥ ଷଡ଼ଙ୍ଗୀଙ୍କ ଘରେ ରେଡ କରୁଛି ଭିଜିଲାନ୍ସ । ରେଡରେ ସାମିଲ ଅଛନ୍ତି 8ଜଣ ଡିଏସପି ,12ଜଣ ଇନ୍ସପେକ୍ଟର, 6ଜଣ ଏଏସଆଇ । ଅନୁଗୁଳ, ଭୁବନେଶ୍ୱର ଏବଂ ପିପିଲିରେ ଚାଲିଛି ରେଡ
। ଅନୁଗୁଳରେ ଦୁଇମହଲା ଘର, ଭୁବନେଶ୍ୱର ଡୁମଡୁମାରେ ଗୋଟିଏ ଫ୍ଲାଟ, ପିପିଲିରେ ଗୋଟିଏ ଫ୍ଲାଟ, ଅନୁଗୁଳରେ ସମ୍ପର୍କୀୟଙ୍କ ଘର,ଅନୁଗୁଳରେ ପୈତୃକ ଘର,ଭୁବନେଶ୍ୱରରେ ଅଫିସ ଚ୍ୟାମ୍ବରରେ ଖୋଳତାଡ଼
କରୁଛି ଭିଜିଲାନ୍ସ ।
ଅନ୍ୟପଟେ ଭିଜିଲାନ୍ସକୁ ଦେଖି ଘର ଝରକା ପଟେ 500 ଟଙ୍କିଆ ନୋଟ ବଣ୍ଡଲକୁ ଫିଙ୍ଗିଦେଲେ
ବୈକୁଣ୍ଠ ନାଥ ଷଡଙ୍ଗୀ । ଭୁବନେଶ୍ୱର ପିଡିଏନ ଏକ୍ସଟିକା ଫ୍ଲାଟରୁ 1କୋଟି ଟଙ୍କା ଜବତ କରିଛି
ଭିଜିଲାନ୍ସ । ଅନୁଗୁଳ ଘରୁ ମଧ୍ୟ 1.1କୋଟି
ଟଙ୍କା ଜବତ କରିଛି ଭିଜିଲାନ୍ସ ଟିମ । ଯାହାକୁ ଟଙ୍କା ଗଣା ମେସିନରେ ଗଣୁଛି ଭିଜିଲାନ୍ସ । ମୋଟ
2.1କୋଟି ଟଙ୍କା ଜବତ କରିଛି ଭିଜିଲାନ୍ସ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା