ଭୁବନେଶ୍ୱର,୩୦ ମଇ (ହି.ସ.) - ଆୟବହିର୍ଭୂତ ସଂପତି ଠୁଳ ଅଭିଯୋଗରେ ଭୁବନେଶ୍ୱର ଗ୍ରାମ୍ୟ ଉନ୍ନୟନ ବିଭାଗର ମୁଖ୍ୟଯନ୍ତ୍ରୀ ବୈକୁଣ୍ଠନାଥ ଷଡ଼ଙ୍ଗୀଙ୍କ ଅନୁଗୁଳସ୍ଥିତ ବାସଭବନ ସମେତ ଚାରିଟି ସ୍ଥାନ ଓ ରାଜ୍ୟର ଅନ୍ୟ ତିନୋଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢ଼ଉ କରାଯାଇଛି। ଚଢାଉ ବେଳେ ବୈକୁଣ୍ଠନାଥଙ୍କ ଅମାପ ସମ୍ପତି ଠାବ ହୋଇଛି। ଚଢାଉ ସମ୍ପର୍କରେ ସୂଚନା ଦେଇ ଭିଜିଲାନ୍ସ ମୁଖ୍ୟ ଯଶୋବନ୍ତ ଯେଠୱା କହିଛନ୍ତି ବୈକୁଣ୍ଠନାଥ ଷଡ଼ଙ୍ଗୀଙ୍କ ଘରୁ ନଗଦ ଅଢ଼େଇ କୋଟି ଜବତ କରିଛୁ। ଏପର୍ଯ୍ୟନ୍ତ ମୁଖ୍ୟଯନ୍ତ୍ରୀଙ୍କ ଘରୁ ି ନଗଦ ୨.୫ କୋଟି ଟଙ୍କା ମିଳିଲାଣି। ଅନୁଗୁଳ ଘରୁ ୧.୩ କୋଟି ଓ ଭୁବନେଶ୍ୱର ଘରୁ ୧.୨ କୋଟି ଜବତ ହୋଇଛି। କାର୍ଟୁନ ଭିତରେ ଟଙ୍କା ଥିଲା । ଭିଜିଲାନ୍ସକୁ ଦେଖି ଟଙ୍କା ଝରକା ଦେଇ ବାହାରକୁ ଫିଙ୍ଗିଥିଲେ। ଯନ୍ତ୍ରୀଙ୍କର ୨ଟି ବହୁତଳ କୋଠା ସହ ୨ଟି ଫ୍ଲାଟ୍ ଓ ୭ଟି ପ୍ଲଟ୍ ଅଛି। ଦେଢ଼ କୋଟି ଟଙ୍କାର ବ୍ୟାଙ୍କ ଓ ବୀମା ଜମା ଠାବ ହୋଇଛି। ସେୟାର ମାର୍କେଟରେ ୨.୭ କୋଟି ନିବେଶ ରହିଛି। କିଏ ଟଙ୍କା ଦେଇଥିଲା ତାହା ଜଣା ପଡିନି । ତାଙ୍କ ଅଧୀନରେ ହୋଇଥିବା ସବୁ କାମ ଯାଂଚ କରାଯିବ।ଯଦି କିଛି ଦୁର୍ନୀତି ବାହାରିବ ତାହାର ତଦନ୍ତ ହେବ। ଆସନ୍ତାକାଲି ସେ ଅବସର ନେବାର ଥିଲା ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା