ଭୂ-ସ୍ଖଳନରେ ଗାଡି ଭାସିଯିବା ଫଳରେ ପରିବାରର ୭ ସଦସ୍ୟଙ୍କ ମୃତ୍ୟୁ
ଇଟାନଗର, ୩୧ ମଇ (ହି.ସ.)- ଅରୁଣାଚଳ ପ୍ରଦେଶର ଇଷ୍ଟ କାମେଙ୍ଗ ଜିଲ୍ଲାରେ ୧୩ ନଂ ଜାତୀୟ ରାଜପଥର ବାନା ଓ ସେପ୍ପା ମଧ୍ୟରେ ଗୁରୁବାର ସଂନ୍ଧ୍ୟାରେ ଘଟିଥିବା ଭୂସ୍ଖଳନରେ ଗାଡି ଭାସିଯିବା ଫଳରେ ଗୋଟିଏ ପରିବାରର ୭ ଜଣ ସଦସ୍ୟଙ୍କ ମୃତ୍ୟୁ ଘଟିଛି । ସ୍ଥାନୀୟ ଅଧିକାରୀମାନେ କହିଛନ୍ତି ଯେ, ଗୋଟିଏ ପରିବାରର ୭
ଭୂ-ସ୍ଖଳନରେ ଗାଡି ଭାସିଯିବା ଫଳରେ ପରିବାରର ୭ ସଦସ୍ୟଙ୍କ ମୃତ୍ୟୁ


ଇଟାନଗର, ୩୧ ମଇ (ହି.ସ.)- ଅରୁଣାଚଳ ପ୍ରଦେଶର ଇଷ୍ଟ କାମେଙ୍ଗ ଜିଲ୍ଲାରେ ୧୩ ନଂ ଜାତୀୟ ରାଜପଥର ବାନା ଓ ସେପ୍ପା ମଧ୍ୟରେ ଗୁରୁବାର ସଂନ୍ଧ୍ୟାରେ ଘଟିଥିବା ଭୂସ୍ଖଳନରେ ଗାଡି ଭାସିଯିବା ଫଳରେ ଗୋଟିଏ ପରିବାରର ୭ ଜଣ ସଦସ୍ୟଙ୍କ ମୃତ୍ୟୁ ଘଟିଛି ।

ସ୍ଥାନୀୟ ଅଧିକାରୀମାନେ କହିଛନ୍ତି ଯେ, ଗୋଟିଏ ପରିବାରର ୭ ଜଣ ଲୋକ ଏକ ବ୍ରିଜା ଗାଡ଼ିରେ ବାନାରୁ ସେପ୍ପା ଅଭିମୁଖେ ଯାଉଥିଲେ । ଲଗାଣ ବର୍ଷା କାରଣରୁ ହୋଇଥିବା ଭୂସ୍ଖଳନ କବ୍ଜାରେ ଆସିବାରୁ ଗାଡିରେ ଥିବା ସମସ୍ତ ୭ ଜଣଙ୍କର ମୃତ୍ୟୁ ଘଟିଛି । ଉଦ୍ଧାରକାରୀ ଟିମ୍ ଘଟଣାସ୍ଥଳରେ ପହଂଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande