କୋଲକାତା, ୩୧ ମେ (ହି.ସ.) – ପଶ୍ଚିମ ବଙ୍ଗ ଭାରତୀୟ ଜନତା ପାର୍ଟିର ଏକ ପ୍ରତିନିଧିମଣ୍ଡଳ ଶୀଘ୍ର ବଙ୍ଗଳାଦେଶ ଯିବ । ଏହି ପ୍ରତିନିଧି ଦଳ ବଙ୍ଗଳାଦେଶର ଯଶୋର ଜିଲ୍ଲାର ଏକ ଗ୍ରାମକୁ ଗସ୍ତ କରିବ ଯେଉଁଠାପେ ହିନ୍ଦୁ ମତୁଆ ସମୁଦାୟ ଉପରେ କଥିତ ଭାବେ ହୋଇଥିବା ଆକ୍ରମଣ, ଲୁଣ୍ଠନ ଓ ଘରଗୁଡିକରେ ନିଆଁ ଜଳାଇ ଦିଆଯାଇଥିଲା ।
ଏହି ସମ୍ବେଦନଶୀଳ ପରିସ୍ଥିତିର ନିକଟ ଅନୁଭବ ଓ ପୀଡିତମାନଙ୍କର ଅବସ୍ଥା ବୁଝିବା ପାଇଁ ଏହି ପଦକ୍ଷେପ ନିଆଯାଇଛି। ବିଜେପି ନେତା ଓ ପଶ୍ଚିମ ବଙ୍ଗ ବିଧାନସଭାରେ ବିରୋଧୀ ଦଳର ନେତା ଶୁଭେନ୍ଦୁ ଅଧିକାରୀ କୋଲକାତାରେ ସାମ୍ବାଦିକମାନଙ୍କୁ କୁ ଏହି ସ ସୂଚନା ଦେଇଛନ୍ତି ।
ସେ ଆହୁରି କହିଛନ୍ତି ଯେ, ଏହି ପ୍ରତିନିଧିମଣ୍ଡଳର ନେତୃତ୍ୱ ବନଗାଁ ଦକ୍ଷିଣ ବିଧାନସଭା ଅଞ୍ଚଳର ବିଜେପି ବିଧାୟକ ସ୍ୱପ୍ନ ମଜୁମଦାର କରିବେ।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ