ବାଇକ ସ୍କୁଟି ଧକ୍କା , ୩ଯୁବକ ଗୁରୁତର
ଭଦ୍ରକ, ୧ ଜୁନ୍ (ହି.ସ.) - ଭଦ୍ରକ -ଚାନ୍ଦବାଲି ରାଜ୍ୟ ରାଜପଥର ତିହିଡି଼ କଲେଜ ଛକ ଠାରୁ କିଛି ଦୂରରେ ଶନିବାର ରାତି ୯ଟା ସମୟରେ ଏକ ବାଇକ ସହ ସ୍କୁଟିର ମୁହାଁମୁହିଁ ଧକ୍କା ହେବା ଫଳରେ ୩ଜଣ ଯୁବକ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଆହତ ହୋଇଥିବା ଯୁବକ ମାନେ ହେଉଛନ୍ତି ଗନ୍ଧର୍ବପୋଖରୀ ଗ୍ରାମର ଜିତେନ୍ ଦ
ବାଇକ ସ୍କୁଟି ଧକ୍କା , ୩ଯୁବକ ଗୁରୁତର


ଭଦ୍ରକ, ୧ ଜୁନ୍ (ହି.ସ.) - ଭଦ୍ରକ -ଚାନ୍ଦବାଲି ରାଜ୍ୟ ରାଜପଥର ତିହିଡି଼ କଲେଜ ଛକ ଠାରୁ କିଛି ଦୂରରେ ଶନିବାର ରାତି ୯ଟା ସମୟରେ ଏକ ବାଇକ ସହ ସ୍କୁଟିର ମୁହାଁମୁହିଁ ଧକ୍କା ହେବା ଫଳରେ ୩ଜଣ ଯୁବକ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଆହତ ହୋଇଥିବା ଯୁବକ ମାନେ ହେଉଛନ୍ତି ଗନ୍ଧର୍ବପୋଖରୀ ଗ୍ରାମର ଜିତେନ୍ ଦାସ(୨୫), ଇନ୍ଦିରା ଗ୍ରାମର ହାରୁ ଖାଁ(୨୪) ଓ ସିନ୍ଦୋଳ ଗ୍ରାମର ଜଗବନ୍ଧୁ ବାରିକ(୧୮)। ସେମାନଙ୍କୁ ଚିକିତ୍ସା ପାଇଁ ପ୍ରଥମେ ତିହିଡି଼ ଡାକ୍ତରଖାନା ଓ ପରେ ଭଦ୍ରକ ଡାକ୍ତରଖାନାରେ ଭର୍ତି କରାଯାଇଥିଲା । ସେଠାରେ ସେମାନଙ୍କ ଅବସ୍ଥା ସଂକଟାପର୍ଣ୍ଣ ହେବାରୁ ସେମାନଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିବା ଜଣାଯାଇଛି । ପ୍ରକାଶ ଯେ ,ଜିତେନ୍ ସ୍କୁଟି ନେଇ ତିହିଡି଼ ଅଭିମୁଖେ ଯାଉଥିବା ବେଳେ ବିପରୀତ ଦିଗରୁ ଅସୁଥୁବା ବାଇକ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଯାହାଫଳରେ ସ୍କୁଟି ଚାଳକ ଜିତେନଙ୍କ ସମେତ ୩ଜଣ ଗୁରୁତର ଆହତ ହୋଇଥିଲେ । ସ୍ଥାନୀୟ ଲୋକେ ସେମାନଙ୍କୁ ଚିକିତ୍ସା ପାଇଁ ତିହିଡି଼ ଡାକ୍ତରଖାନାରେ ଭର୍ତି କରିଥିଲେ।ହିନ୍ଦୁସ୍ଥାନ ସମାଚାର/ପ୍ରମୋଦ/ଭାନୁ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande