ରାଜା ରଘୁବଂଶୀ ହତ୍ୟାକାଣ୍ଡ:ସୋନମଙ୍କୁ ନେଇ ମେଘାଳୟ ପୋଲିସ ଆଜି ଅପରାହ୍ନରେ ପହଁଞ୍ଚିବ ଗୌହାଟୀ
ଗ୍ୱୌହାଟୀ 10 ଜୁନ (ହି.ସ)-ମଧ୍ୟପ୍ରଦେଶର ଇନ୍ଦୋରର ଟ୍ରାନ୍ସପୋର୍ଟ ବ୍ୟବସାୟୀ ରାଜା ରଘୁବଂଶୀ ହତ୍ୟାକାଣ୍ଡର ଅଭିଯୁକ୍ତ ପତ୍ନୀ ସୋନମ ରଘୁବଂଶୀଙ୍କୁ ନେଇ ମେଘାଳୟ ପୋଲିସ ମଙ୍ଗଳବାର ଅପରାହ୍ନ ପ୍ରାୟ 2.30 ସମୟରେ ଗୁୱାହାଟୀ ଏୟାରପୋର୍ଟ ପହଁଞ୍ଚିବେ।ଏହାପରେ ମେଘାଳୟ ପୋଲିସ ତ
ରାଜା ରଘୁବଂଶୀ ହତ୍ୟାକାଣ୍ଡ:ସୋନମଙ୍କୁ ନେଇ ମେଘାଳୟ ପୋଲିସ ଆଜି ଅପରାହ୍ନରେ ପହଁଞ୍ଚିବ ଗୌହାଟୀ


ଗ୍ୱୌହାଟୀ 10 ଜୁନ (ହି.ସ)-ମଧ୍ୟପ୍ରଦେଶର ଇନ୍ଦୋରର ଟ୍ରାନ୍ସପୋର୍ଟ

ବ୍ୟବସାୟୀ ରାଜା ରଘୁବଂଶୀ ହତ୍ୟାକାଣ୍ଡର ଅଭିଯୁକ୍ତ ପତ୍ନୀ ସୋନମ ରଘୁବଂଶୀଙ୍କୁ ନେଇ ମେଘାଳୟ

ପୋଲିସ ମଙ୍ଗଳବାର ଅପରାହ୍ନ ପ୍ରାୟ 2.30 ସମୟରେ ଗୁୱାହାଟୀ ଏୟାରପୋର୍ଟ ପହଁଞ୍ଚିବେ।ଏହାପରେ

ମେଘାଳୟ ପୋଲିସ ତାଙ୍କୁ ଟ୍ରାଞ୍ଜିଟ ରିମାଣ୍ଡରେ ଶିଲାଙ୍ଗ ନେଇ ଯିବ।ଉତ୍ତରପ୍ରଦେଶର ଗାଜୀପୁରରୁ

ପଟନା (ବିହାର) ପର୍ଯ୍ୟନ୍ତ ସୋନମ ସଡକ ପଥରେ ନିଆଯାଇଥିଲା,ଯେଉଁଠାରେ ସେ ସାଧାରଣ ବିମାନ

ମାଧ୍ୟମରେ ଗୁୱାହାଟୀରେ ପହଁଞ୍ଚିବେ।ଶେଷ ଯାତ୍ରା ଶିଲଂକୁ ହେବ,ଯେଉଁଠାରେ ଅଧିକ ତଦନ୍ତ ଏବଂ

ଆଇନଗତ କାର୍ଯ୍ୟାନୁଷ୍ଠାନ ଜାରି ରହିବ।ମେଘାଳୟ ପୋଲିସର ସୁଚନା ଅନୁଯାୟୀ ଏହି ମାମଲାରେ

ଏପର୍ଯ୍ୟନ୍ତ ପାଞ୍ଚଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।ତିନିଜଣଙ୍କୁ ପୁର୍ବରୁ ମେଘାଳୟ ପୋଲିସ

ଟ୍ରାଞ୍ଜିଟ ରିମାଣ୍ଡରେ ନେଇସାରିଛି।ଏଡୀସୀପୀ(କ୍ରାଇମ)ରାଜେଶ ଡଣ୍ଡୋତିୟା କହିଛନ୍ତି ଯେ ଇନ୍ଦୋର

ପୋଲିସ କମିଶନରେଟରେ ବର୍ତ୍ତମାନ ସମସ୍ତ ଅଭିଯୁକ୍ତଙ୍କୁପଚରାଉଚରା କରାଯାଉଛି।ତିନିଜଣ ଅଭିଯୁକ୍ତଙ୍କୁ ଟ୍ରାଞ୍ଜିଟ ରିମାଣ୍ଡରେ କାଲି ନିଆଯାଇଥିଲା।ଚତୁର୍ଥଜଣଙ୍କୁ

ଆଜି ଗିରଫ କରାଯାଇଛି।ସୁଚନାଯୋଗ୍ୟ ଯେ ସୋନମଙ୍କୁ 9ଜୁନ ରାତିରେ ଗାଜୀପୁର କୋର୍ଟରେ ହାଜର

କରାଯାଇଥିଲା,ଯେଉଁଠାରୁ ତାଙ୍କୁ ମେଘାଳୟ ପୋଲିସକୁ ହସ୍ତାନ୍ତ କରିବାକୁ ଅନୁମତି ଦିଆଯାଇଥିଲା।ଶୁଣାଣୀ

ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲିଥିଲା।

---------------

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା


 rajesh pande