ଭୁବନେଶ୍ୱର, 10 ଜୁନ୍ (ହି.ସ.)- ସୁକୁମାର ଅତିରିକ୍ତ
ଏସପି ଆକାଶ ରାଓଙ୍କ ସହିଦ ହେବାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମୁକେଶ
ମହାଲିଙ୍ଗ । ଏନେଇ ସୋସିଆଲ ମିଡିଆ ଏକ୍ସରେ ମନ୍ତ୍ରୀ କହିଛନ୍ତି ଯେ, ଛତିଶଗଡ଼ କୋଟା ଅଞ୍ଚଳରେ
ମାଓବାଦୀଙ୍କ ଆଇଇଡି ବିସ୍ଫୋରଣରେ ଶହୀଦ ହୋଇଥିବା ସୁକୁମାର ଅତିରିକ୍ତ ଏସପି ଆକାଶ ରାଓଙ୍କ ଅମର
ଆତ୍ମାର ସଦଗତି କାମନା କରୁଛି। ତାଙ୍କର ଏହି ବଳିଦାନ କେବେବି ବ୍ୟର୍ଥ ଯିବନାହିଁ। ମହାପ୍ରଭୁଙ୍କ
ନିକଟରେ ଆକ୍ରମଣରେ ଆହତ ହୋଇଥିବା ଅଧିକାରୀଙ୍କ ଆଶୁ ଆରୋଗ୍ୟ କାମନା କରୁଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା