ଭୁବନେଶ୍ୱର, 10 ଜୁନ୍ (ହି.ସ.)- ସରକାରଙ୍କ ଏକ
ବର୍ଷ ପୂର୍ତ୍ତି ଉପଲକ୍ଷେ ସୁଶାସନ ଏବଂ ବିକଶିତ ଓଡ଼ିଶା-୨୦୨୩୬ ଓ ୨୦୪୭ ଶୀର୍ଷକ
ଜାତୀୟ ଆଲୋଚନା ଚକ୍ର ଆଜି ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ଏବଂ ଶକ୍ତିମନ୍ତ୍ରୀ
ଶ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ କରକମଳରେ କନଭେନ୍ସନ ସେଣ୍ଟର ଠାରେ ଉଦଘାଟିତ ହୋଇଯାଇଛି ।
ଏଥିରେ ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା, ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ,
ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର
ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେନ୍ଦ୍ର କୁମାର ଯୋଗଦେଇଛନ୍ତି ।ସରକାରଙ୍କ ସମସ୍ତ
ବିଭାଗର ପ୍ରମୁଖ ଶାସନ ସଚିବ, କମିଶନର ତଥା ଶାସନ ସଚିବ, ବରିଷ୍ଠ ଅଧିକାରୀ, ବିଶେଷଜ୍ଞ ମଣ୍ଡଳୀ,
ବିଦ୍ୱାନଗଣ ଯୋଗଦେଇଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା