ଭୁବନେଶ୍ୱର, 10 ଜୁନ୍ (ହି.ସ.)
- ଗୋଟିଏ ବର୍ଷରେ ସରକାର କଣ କରିବେ ଆମେ ଅପେକ୍ଷା କଲୁ।
ହେଲେ ସରକାର ବିଫଳ। କୌଣସି କାମ କରିଲେ ନାହିଁ ବୋଲି କହି ବର୍ଷିଛନ୍ତି ବିଜେଡି ନେତା ପ୍ରତାପ
ଜେନା। ନବୀନ ସରକାରଙ୍କ ସମସ୍ତ କାମ ୨୦୨୨-୨୩ ଓ ୨୦୨୩-୨୪ ର କାମକୁ ଉଦ୍ଘାଟନ କରି ବାହା ବାହା
ନେଇଛନ୍ତି। ଗୋଟିଏ ବର୍ଷରେ ଲୋକ ମାନେ ବିମୁଖ ହୋଇଛନ୍ତି। ଆଜି ସେଥିପାଇଁ ଏ ଜନ ଜାଗରଣ ଅଭିଯାନ
ଆରମ୍ଭ ହୋଇଛି। ଆମେ ଗାଆଁକୁ ଯିବୁ। ଆଜି ଯାଏଁ ଗୋଟିଏ ନୂଆ କାମ ହୋଇନାହିଁ। ବିଜେପି ସରକାର
ଗୁଣ୍ଡା ରାଜ୍ କରୁଛି । ଅତ୍ୟାଚାର ବଢ଼ିଛି, ଦରଦାମ ବଢ଼ିଛି, ନାରୀ ଅତ୍ୟାଚାର
ବଢ଼ିଛି ସେ ବିରୁଦ୍ଧରେ ବିଜେଡି ଲୋକଙ୍କ ପାଖକୁ ଯିବ ବୋଲି କହିଛନ୍ତି ପ୍ରତାପ ଜେନା ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା