ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ
ଭୁବନେଶ୍ୱର, 10 ଜୁନ୍ (ହି.ସ.)- ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ । ବରଗଡ ଗାଇସିଲଟ୍ ବ୍ଲକ୍‌ର କନିଷ୍ଠ ଯନ୍ତ୍ରୀ ସୁସ୍ମିତା ଓରାମ ୮ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରାପଡ଼ିଛନ୍ତି । ବରଗଡ଼ ଗାଇସିଲଟ ବ୍ଲକର ଜୁନିଅର୍ ଇଞ୍ଜିନିୟର୍ ସୁସ୍ମିତା ଓରାମଙ୍କୁ ଓଡ଼ିଶା ଦ
ଭିଜିଲାନ୍ସ ଜାଲରେ କନିଷ୍ଠ     ଯନ୍ତ୍ରୀ


ଭୁବନେଶ୍ୱର, 10 ଜୁନ୍ (ହି.ସ.)- ଭିଜିଲାନ୍ସ

ଜାଲରେ କନିଷ୍ଠ ଯନ୍ତ୍ରୀ । ବରଗଡ ଗାଇସିଲଟ୍ ବ୍ଲକ୍‌ର କନିଷ୍ଠ ଯନ୍ତ୍ରୀ ସୁସ୍ମିତା ଓରାମ ୮

ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରାପଡ଼ିଛନ୍ତି ।

ବରଗଡ଼ ଗାଇସିଲଟ ବ୍ଲକର

ଜୁନିଅର୍ ଇଞ୍ଜିନିୟର୍ ସୁସ୍ମିତା ଓରାମଙ୍କୁ ଓଡ଼ିଶା ଦୁର୍ନୀତି ନିବାରଣ ବିଭାଗ ଜଣେ

ଠିକାଦାରଙ୍କ (ଅଭିଯୋଗକାରୀ) ଠାରୁ ଏମଜିଏନଆରଇଜିଏସ୍ ଅଧିନରେ ଥିବା ରାସ୍ତା ମରାମତି କାମ ପାଇଁ

ମାପ ବ୍ୟବସ୍ଥା ଓ ବକେୟା ବିଲ୍ ପ୍ରଦାନ ପାଇଁ ୩୨,୦୦୦ ଟଙ୍କା ଲାଂଚ ଦାବି କରିଥିଲେ, ଏବଂ ଏହାର ଶେଷ କିସ୍ତି ଭାବେ ୮,୦୦୦ ଟଙ୍କା ଲାଂଚ ଗ୍ରହଣ କରୁଥିବାବେଳେ ଧରାପଡ଼ିଛନ୍ତି।

ଏହି କାମର ଅନୁମାନିତ ଖର୍ଚ୍ଚ

ଥିଲା ୯,୫୦,୦୦୦ ଟଙ୍କା, ଯାହାର ୩.୧୫ ଲକ୍ଷ ଟଙ୍କାର ବିଲ୍ ପୂର୍ବରୁ ପ୍ରଦାନ ହୋଇଥିଲା। ପ୍ରଦାନ ହୋଇଥିବା ବିଲ୍

ରାଶିର ୧୦ ପ୍ରତିଶତ ହାରରେ ଲାଂଚ ଦାବି କରି ସେ ବକେୟା ବିଲ୍ ଅନୁମୋଦନ ପାଇଁ କହିଥିଲେ ।

ତେବେଅଭିଯୋଗକାରୀ ଭିଜିଲାନ୍ସ କାର୍ଯ୍ୟାଳୟରେ

ଅଭିଯୋଗ କରିଥିଲେ। ଏହା ପରେ, ଭିଜିଲାନ୍ସ ଅଧିକାରୀମାନେ ଏହି ଘଟଣାରେ ଆଜି ସୁସ୍ମିତା ଓରାମଙ୍କୁ ଅଭିଯୋଗକାରୀଙ୍କ ଠାରୁ

ଶେଷ ୮,୦୦୦ ଟଙ୍କା ଲାଂଚ ଗ୍ରହଣ କରୁଥିବା ସମୟରେ ଧରିଛନ୍ତି।

ତାଙ୍କ ନିକଟରୁ ଲାଂଚ ଟଙ୍କା ଜବତ କରାଯାଇଛି । ଏହାପରେ ଆୟ ବହିର୍ଭୁତ ସଂପତି ଠୁଳ ଅଭିଯୋଗରେ

ତାଙ୍କର ଦୁଇଟି ଠିକଣାରେ ଭିଜିଲାନ୍ସ ଚଢାଉ କରିଛି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande