ଭୁବନେଶ୍ୱର, 12 ଜୁନ୍ (ହି.ସ.)
- ଭୁବନେଶ୍ୱର
ବିମାନବନ୍ଦରରୁ ଆବୁଧାବିକୁ ବିମାନ ସେବା ଆରମ୍ଭ ହୋଇଛି।
ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନ ଏବଂ କେନ୍ଦ୍ର ସରକାରଙ୍କ ସହଯୋଗରେ ଏହି ସେବାର ଆରମ୍ଭ
ହୋଇଛି। ଏହି ବିମାନରେ ଆଜି 180 ଯାତ୍ରୀ ସିଧାସଳଖ ଭାବରେ ଭୁବନେଶ୍ୱରରୁ ଆବୁଧାବିକୁ ଯାଇଛନ୍ତି । ଏହି ବିମାନସେବା ଦ୍ୱାରା ଓଡିଶା ସିଧାସଳଖ ମିଡିଲ ଇଷ୍ଟ ଦେଶଗୁଡ଼ିକ ସହ
ଯୋଡି ହୋଇପାରିବ। ଏହି ବିମାନସେବା ଦ୍ୱାରା ଓଡ଼ିଶାରେ ବାଣିଜ୍ୟ, ସଂସ୍କୃତି ଏବଂ ପର୍ଯ୍ୟଟନ କ୍ଷେତ୍ରରେ ନୂଆ
ସୁଯୋଗ ସୃଷ୍ଟି ହେବ ବୋଲି ମୁଖ୍ୟମନ୍ତ୍ରୀ
ମୋହନ ଚରଣ ମାଝୀ କହିଛନ୍ତି । ଓଡ଼ିଶାର ବିଭିନ୍ନ ଜ଼ିଲ୍ଲା ଯେମିତିକି କେନ୍ଦୁଝର, ଢେଙ୍କାନାଳ, ନୂଆପଡା ଏବଂ ରାୟଗଡା ଭଳି ସ୍ଥାନରୁ 50 ଟନ ଆମ୍ରପାଲି
ଆମ୍ବ ଆଜି ଆବୁଧାବି ଗଲା। ଓଡିଶାକୁ ଜାତୀୟ ଏବଂ
ଅନ୍ତର୍ଜାତୀୟ ସ୍ତରରେ ଯୋଡିବା ପାଇଁ ଆମ ସରକାର ଭୁବନେଶ୍ୱରରୁ ଡେରାଡୁନ, କୋଚି, ଗାଜିଆବାଦ, ଏବଂ ଲକ୍ଷ୍ନୌକୁ ବିମାନସେବା ଆରମ୍ଭ
ହୋଇଥିବା ବେଳେ ଝାରସୁଗୁଡାରୁ ମୁମ୍ବାଇ, ଲକ୍ଷ୍ନୌ, ଏବଂ ରୟପୁରରୁ ବିମାନସେବା ଆରମ୍ଭ ହୋଇଛି। ଭୁବନେଶ୍ୱର ହେବ ଓଡିଶାର ଇଣ୍ଡିଗୋ ହବ
ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା