ମାଲକାନଗିରି ଏସଡିଜେଏମ କୋର୍ଟରୁ ଜାମିନ ଗଲେ ପୂର୍ବତନ ଜିଲାପାଳ ମନୀଷ ଅଗ୍ରୱାଲ
ମାଲକାନଗିରି, ୧୨ ଜୁନ୍ (ହି.ସ.)- ମାଲକାନଗିରି ଜିଲ୍ଲାର ପୂର୍ବତନ ଜିଲ୍ଲାପାଳ ମନୀଷ ଅଗ୍ରୱାଲ ଆଜି ମାଲକାନଗିରି ଏସଡ଼ିଜେଏମ୍ କୋର୍ଟରେ ହାଜର ହୋଇ ଜାମିନରେ ଯାଇଛନ୍ତି। ଆଜି ସକାଳୁ ସେ କୋର୍ଟରେ ହାଜର ହୋଇଥିଲେ । ସୁପ୍ରିମକୋର୍ଟଙ୍କ ନିର୍ଦେଶ ଅନୁଯାୟୀ ସେ ଏସଡିଜେଏମ କୋର୍ଟରେ ହାଜର ହୋଇଥିଲେ। ଏହି କୋର୍
ମାଲକାନଗିରି ଏସଡିଜେଏମ କୋର୍ଟରୁ ଜାମିନ ଗଲେ ପୂର୍ବତନ ଜିଲାପାଳ ମନୀଷ ଅଗ୍ରୱାଲ


ମାଲକାନଗିରି, ୧୨ ଜୁନ୍ (ହି.ସ.)- ମାଲକାନଗିରି ଜିଲ୍ଲାର ପୂର୍ବତନ ଜିଲ୍ଲାପାଳ ମନୀଷ ଅଗ୍ରୱାଲ ଆଜି ମାଲକାନଗିରି ଏସଡ଼ିଜେଏମ୍ କୋର୍ଟରେ ହାଜର ହୋଇ ଜାମିନରେ ଯାଇଛନ୍ତି। ଆଜି ସକାଳୁ ସେ କୋର୍ଟରେ ହାଜର ହୋଇଥିଲେ । ସୁପ୍ରିମକୋର୍ଟଙ୍କ ନିର୍ଦେଶ ଅନୁଯାୟୀ ସେ ଏସଡିଜେଏମ କୋର୍ଟରେ ହାଜର ହୋଇଥିଲେ। ଏହି କୋର୍ଟରେ ୫୦ ହଜାର ଟଙ୍କା ଲେଖାଏଁ ଦୁଇଟି ମୁଚାଲିକାରେ ଶ୍ରୀ ଅଗ୍ରୱାଲଙ୍କୁ କୋର୍ଟ ଜାମିନ ପ୍ରଦାନ କରିଛି।

ଶ୍ରୀ ଅଗ୍ରୱାଲଙ୍କ ଓକିଲ ନୃସିଂହ ଚରଣ ମହାନ୍ତି ତାଙ୍କୁ ଆଜି ଜାମିନରେ ଛଡ଼ାଯାଇଥିବା ସ୍ପଷ୍ଟ କରିଥିଲେ। ପ୍ରକାଶ ଥାଉକି, ପିଏ ଦେବ ନାରାୟଣ ପଣ୍ଡାଙ୍କୁ ହତ୍ୟା ଘଟଣାରେ ସେ ସମ୍ପୃକ୍ତ ଥିବା ନେଇ ଶ୍ରୀ ପଣ୍ଡାଙ୍କ ସ୍ତ୍ରୀ ମନୀଷ ଅଗ୍ରୱାଲଙ୍କ ନାମରେ କେସ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande