ଫୁଲବାଣୀରେ ଆମ ସଂକଳ୍ପ ନିଶା ନୁହେଁ, ଜୀବନ ନିଶାଦ୍ରବ୍ୟ ତଥା ଅପମିଶ୍ରିତ ଓ ବିଷାକ୍ତ ମାଦକ ଦ୍ରବ୍ୟ ବିରୋଧରେ ସଚେତନତା ଅଭିଯାନ ଓ ଏକ ଦିବସୀୟ ଦକ୍ଷତା ବୃଦ୍ଧି ତାଲିମ କର୍ମଶାଳା
Nisha Nuhen jeevan karyakrama in Phulbani
ଫୋଟ


ଫୋଟ


କନ୍ଧମାଳ, ୧୨ ଜୁନ୍ (ହି.ସ.) ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀଙ୍କ କାର୍ଯ୍ୟାଳୟ ଫୁଲବାଣୀର ସମ୍ମିଳନୀ କକ୍ଷରେ ବୁଧବାର ଜିଲ୍ଲା ସଂସ୍କୃତି ପରିଷଦ ଓ ଅବକାରୀ ବିଭାଗର ମିଳିତ ଆନୁକୂଲ୍ୟରେ ଆମ ସଂକଳ୍ପ ନିଶା ନୁହେଁ, ଜୀବନ ନିଶାଦ୍ରବ୍ୟ ତଥା ଅପମିଶ୍ରିତ ଓ ବିଷାକ୍ତ ମାଦକ ଦ୍ରବ୍ୟ ବିରୋଧରେ ସଚେତନତା ଅଭିଯାନ ପରିପ୍ରେକ୍ଷୀରେ ଏକ ଦିବସୀୟ ଦକ୍ଷତା ବୃଦ୍ଧି ତାଲିମ କର୍ମଶାଳା ଆୟୋଜିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହ ଅଧିକାରୀ, ଜିଲ୍ଲା ପରିଷଦ, କନ୍ଧମାଳ ଶ୍ରୀ ଶମ୍ଭୁନାଥ ନନ୍ଦୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇ କହିଥିଲେ ଯେ, ନିଶା ଆମ ସମାଜରେ ଏକ ଅଭିଶାପ ହୋଇଛି, ଯାହା ବ୍ୟକ୍ତି, ପରିବାର ଓ ସମାଜକୁ ଧ୍ୱଂସ କରୁଛି। ଏହା କେବଳ ଏକ ବ୍ୟକ୍ତିଗତ ଅଭ୍ୟାସ ନୁହେଁ, ବରଂ ଏକ ସାମାଜିକ ସମସ୍ୟା ଯାହା ଆମର ସ୍ୱାସ୍ଥ୍ୟ, ଅର୍ଥନୀତି ଓ ନୈତିକତାକୁ ଗଭୀର ଭାବେ ପ୍ରଭାବିତ କରୁଛି। ନିଶା ବିରୋଧରେ ସରକାରଙ୍କ ଏହି ସଚେତନତା ଅଭିଯାନରେ ନିଜର କଳା ଓ ସଂସ୍କୃତି ମାଧ୍ୟମରେ ସହଯୋଗ କରି ଲୋକଙ୍କୁ ସଚେତନ କରିବାକୁ କଳାକାରମାନଙ୍କୁ ଅନୁରୋଧ କରିଥିଲେ। ଅବକାରୀ ଅଧିକ୍ଷକ ସୁଶାନ୍ତ କୁମାର ପାଢ଼ୀ ଏହି ଅଭିଯାନରେ କ'ଣ କ'ଣ କାର୍ଯ୍ୟକ୍ରମ ରହିଛି ସେ ବିଷୟରେ ଆଲୋଚନା କରିଥିଲେ। ସେହିପରି ଭାବରେ ଜିଲ୍ଲା ସଂସ୍କୃତି ଅଧିକାରୀ ତଥା ଭାରପ୍ରାପ୍ତ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଅକ୍ଷୟ କୁମାର ସେଠୀ କେଉଁପରି ଭାବରେ ଉପସ୍ଥାପନ କଲେ ଲୋକମାନେ ସହଜରେ ବୁଝିବା ସହିତ ସଚେତନ ହୋଇପାରିବେ ତାହା ଉପରେ କଳାକାରମାନଙ୍କ ସହିତ ଆଲୋଚନା କରିଥିଲେ।

ଏହି କର୍ମଶାଳାରେ ଉପସଭାପତି, ଜିଲ୍ଲା କଳା ସଂସ୍କୃତି ସଂଘ, ଜିଲ୍ଲାର ସମସ୍ତ ବ୍ଳକ କଳା ସଂସ୍କୃତି ସଂଘର ଉପସଭାପତି, ପ୍ରାୟ ୮୦ ଜଣ ବିଭିନ୍ନ ବ୍ଳକର କଳାକାର, ଅବକାରୀ ବିଭାଗ, ସଂସ୍କୃତି ବିଭାଗ, ସୂଚନା ଓ ଲୋକସମ୍ପର୍କ ବିଭାଗର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ।

ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ


 rajesh pande