ଫୁଲବାଣୀରେ ବିକାଶ ମେଳା ୨୦୨୫
Bikash mela in Kandhmal from today
ଫୁଲବାଣୀରେ ବିକାଶ ମେଳା ୨୦୨୫


କନ୍ଧମାଳ, ୧୨ ଜୁନ୍ (ହି.ସ.)- ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଉପଲକ୍ଷେ ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ବିଭିନ୍ନ ଫଳପ୍ରସୂ ପଦକ୍ଷେପ ଏବଂ ପ୍ରଣୀତ ବିବିଧ ଯୋଜନା ଗୁଡିକର ଉଦ୍ଦେଶ୍ୟ ଓ କାର୍ଯ୍ୟାନ୍ୱୟନ ସମ୍ପର୍କରେ ଜନସାଧାରଣଙ୍କୁ ଅବଗତ କରିବା ଏବଂ ବହୁବିଧ କଲ୍ୟାଣକାରୀ ଦିଗ ସମ୍ପର୍କରେ ଜନସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ୧୨ ତାରିଖ ରୁ ୨୦ ତାରିଖ ପର୍ଯ୍ୟନ୍ତ ୯ ଦିନ ବ୍ୟାପି କରୋନେସନ ପଡିଆ, ଫୁଲବାଣୀ ଠାରେ ସାଧାରଣ ସଭା, କାର୍ଯ୍ୟକ୍ରମ ପ୍ରଦର୍ଶନୀ (ବିକାଶ ମେଳା) ଗୋଷ୍ଠିଗତ ଆଲୋଚନାଚକ୍ର ତଥା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ l ଏହି ମେଳାରେ ଲୋକକଳା ଏବଂ ଶାସ୍ତ୍ରୀୟ ନୃତ୍ୟ ଭିତ୍ତିକ ଉତ୍କୃଷ୍ଟମାନର ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯିବ ଏବଂ ଅନ୍ତଃ ଜିଲ୍ଲା ସାଂସ୍କୃତିକ ଭାବ ଆଦାନ ପ୍ରଦାନ ପଦ୍ଧତିରେ ବିଭିନ୍ନ ଜିଲ୍ଲାକୁ ସାଂସ୍କୃତିକ ଦଳ ପ୍ରେରଣ କରାଯିବ l ଏହି ମେଳାରେ ଅଂଶଗ୍ରହଣ କରିବା ପାଇଁ ଜନଜାତି ଏବଂ ପିଭିଟିଜି ମାନଙ୍କୁ ଚୟନ କରାଯାଇଅଛି l ମିଶନ ଶକ୍ତି ବିଭାଗ ତରଫରୁ ସ୍ୱୟଂ ସହାୟିକା ଗୋଷ୍ଠୀ ମାନଙ୍କୁ ଚୟନ କରାଯାଇଅଛି ଏବଂ ସୁଭଦ୍ରା ଶକ୍ତି ଖାଦ୍ୟ ମେଳା ଅନୁଷ୍ଠିତ କରାଯାଉଛି l ଓରମାସ ତରଫରୁ ଉତ୍ପାଦିକା ଗୋଷ୍ଠୀ ଏବଂ ଏଫପିଓ ମାନଙ୍କୁ ଚୟନ କରାଯାଇ ସେମାନଙ୍କ ଉତ୍ପାଦ ଗୁଡିକର ବିକ୍ରୟରେ ବ୍ୟବସ୍ଥା କରାଯାଇଅଛି l ଜଙ୍ଗଲ, ପରିବେଶ ଏବଂ ଜଳବାୟୁ ପରିବର୍ତନ ବିଭାଗ ତରଫରୁ ବନ ସୁରକ୍ଷା ସମିତି ମାନଙ୍କ ମାଧ୍ୟମରେ ସାମୁହିକ ବୃକ୍ଷସହର ରୋପଣ କାର୍ଯ୍ୟକ୍ରମ ଆୟୋଜନ କରିବାର ଯୋଜନା ରଖା ଯାଇଅଛି l ସେହିପରି ପ୍ରଦର୍ଶନୀ (ବିକାଶ ମେଳା) ରେ ସମସ୍ତ ବିଭାଗ ଯଥା ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ, ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ, ଉଚ୍ଚଶିକ୍ଷା ବିଭାଗ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ, ମିଶନ ଶକ୍ତି ବିଭାଗ, ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ, ହସ୍ତତନ୍ତ, ଚୟନ ଓ ହସ୍ତଶିଳ୍ପ ବିଭାଗ ତଥା କୃଷି ଓ କୃଷକ ସଶକ୍ତି କରଣ ବିଭାଗ ଇତ୍ୟାଦି ଅଂଶଗ୍ରହଣ କରି ସରକାରଙ୍କ ବହୁବିଧ କଲ୍ୟାଣକାରୀ ଦିଗ ସମ୍ପର୍କରେ ଜନସଚେତନତା ସୃଷ୍ଟି କରିବେ l ସେହିପରି ବିକାଶ ରଥ ସମସ୍ତ ବ୍ଲକ ରୁ ବାହାରି ସମସ୍ତ ପଂଚାୟତ ମାନଙ୍କରେ ଜନସଚେତନତା ସୃଷ୍ଟି କରିବେ l ସମସ୍ତ ଅଞ୍ଚଳକୁ ସ୍ୱାସ୍ଥ୍ୟ, ଶିକ୍ଷା, ପାନୀୟ ଜଳ, ଜଳସେଚନ ଓ ଗମନାଗମନ ଭଳି ମୌଳିକ ସୁବିଧା ଯୋଗାଇଦେବା ପାଇଁ ସମସ୍ତ ବିଭାଗ ପ୍ରତିବଦ୍ଧତାର ସହ କାମ କରିବା ଉଦ୍ଦେଶ୍ୟରେ ଜନସଚେତନତା ସୃଷ୍ଟି କରିବେ l

ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ


 rajesh pande