ଭଦ୍ରକ, ୧୩ ଜୁନ୍ (ହି.ସ.) - ଭଦ୍ରକ ଜିଲ୍ଲା ତିହିଡି଼ ବ୍ଲକ ପୀରହାଟ ଥାନା ସାହାପୁର ପଂଚାୟତ ଅଧୀନ କାଶିପୁର ଗ୍ରାମର କରୁଣାକର ବାରିକ ( ୫୦) ନାମକ ଜଣେ ଚାଷୀଙ୍କର ଶୁକ୍ରବାର ଅପରାହ୍ନ ୩ଟା ବେଳେ ବଜ୍ରପାତରେ ମୃତ୍ୟ ଘଟିଥିବା ଜଣା ପଡ଼ିଛି । ବିଲରେ କାମ କରୁଥିବା ମୁଲିଆଙ୍କୁ କରୁଣାକର ଭାତଦେଇ ଫେରିବା ସମୟରେ ବଜ୍ରପାତ ହୋଇଥିଲା । ବଜ୍ରପାତରେ ସେ ଗୁରୁତର ହୋଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ଚିକିତ୍ସା ନିମନ୍ତେ ତିହିଡି଼ ଡାକ୍ତରଖାନାକୁ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ କ୍ଷ ପୀରହାଟ ପୋଲିସ ଏହି ଘଟଣାରେ ୧୨/୨୫ରେ ଏକ ଅପମୃତ୍ୟୁ ମାମଲା ରୁଜୁକରି ମୃତଦେହକୁ ଜବତକରି ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଥିବା ଜଣାପଡିଛି । ଚାଷୀ କରୁଣାକରଙ୍କ ମୃତ୍ୟରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଛି ।ଖବର ପାଇ ରତିକାନ୍ତ ମହାକୁଡ଼,ଭୀମସେନ ବାରିକ,ଅରୁଣ ବାରିକ,ଭାରତ ବାରିକ,ଅର୍ଜୁନ ବାରିକ,କୁଳମଣି ବେହେରା,ଖଗେଶ୍ୱର ପୃଷ୍ଟି,ଉଦୟକର ବେହେରା,ଶଶିକାନ୍ତ କବି ପ୍ରମୁଖଙ୍କ ସମେତ ବହୁ ଗ୍ରାମବାସୀ ଡାକ୍ତରଖାନାରେ ପହଂଚି ଶୋକ ପ୍ରକାଶ କରିଛନ୍ତି ।ହିନ୍ଦୁସ୍ଥାନ ସମାଚାର/ପ୍ରମୋଦ/ଭାନୁ
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ