ଖୋର୍ଦ୍ଧା, ୧୩ ଜୁନ୍ (ହି.ସ.)- ଖୋର୍ଦ୍ଧା ହାବେଳି ପଡ଼ିଆରେ ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଉପଲକ୍ଷେ ଖୋର୍ଦ୍ଧା ଜିଲ୍ଲା ସ୍ତରୀୟ ବିକାଶ ମେଳା ଏବଂ ପାରମ୍ପାରିକ ଖାଦ୍ୟ ମେଳା ଉଦ୍ଗାଟିତ ହୋଇଯାଇଛି l ଖୋର୍ଦ୍ଧା, ସମବାୟ, ହସ୍ତତନ୍ତ, ବୟନଶିଳ୍ପ ଓ ହସ୍ତଶିଳ୍ପ ମନ୍ତ୍ରୀ ଏବଂ ପ୍ରଭାରୀ ମନ୍ତ୍ରୀ, ଖୋର୍ଦ୍ଧା ଜିଲ୍ଲା ପ୍ରଦୀପ କୁମାର ବଳ ସାମନ୍ତ ଖୋର୍ଦ୍ଧା ଜିଲ୍ଲା ସ୍ତରୀୟ ବିକାଶ ମେଳା ଓ ପାରମ୍ପାରିକ ଖାଦ୍ୟ ମେଳା ରେ ଉଦ୍ଘାଟକ ଭାବେ ଯୋଗଦେଇ ମେଳlକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିବା ସହ ବିକାଶ ବାହାନକୁ ଜିଲ୍ଲାରେ ପରିକ୍ରମା କରି ସଚେତନତା ବାର୍ତ୍ତା ପ୍ରଚାର ପ୍ରସାର ଏବଂ ଯୋଜନାରେ ହିତାଧିକାରୀଙ୍କୁ ସଂଯୋଗ କରିବାପାଇଁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ l ଅପରାହ୍ନରେ ମନ୍ତ୍ରୀ ଶ୍ରୀ ବଳ ସାମନ୍ତ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଏକ ସାମ୍ବାଦିକ ସମ୍ମିଳନୀରେ ବିକାଶ ମେଳା ୨ ୦୨୫ ସମ୍ଵନ୍ଧରେ ବିସ୍ତୃତ ସୂଚନା ପ୍ରଦାନ କରି ଗଣମାଧ୍ୟମ ପ୍ରତିନିଧି ମାନଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇଥିଲେ ଏବଂ ମେଳାର ସଫଳତା ଦିଗରେ ସହଯୋଗ ଲୋଡିଥିଲେ l ଉକ୍ତ ସାମ୍ବାଦିକ ସମ୍ମିଳନୀରେ ଆଇନ, ପୂର୍ତ୍ତ ଏବଂ ଅବକାରୀ ମନ୍ତ୍ରୀ ପୃଥିବୀରାଜ ହରିଚନ୍ଦନ, ବିଧାୟକ, ଖୋର୍ଦ୍ଧା ପ୍ରଶାନ୍ତ କୁମାର ଜଗଦେବ, ଜିଲ୍ଲାପାଳ ଏବଂ ଜିଲ୍ଲା ମାଜିଷ୍ଟ୍ରେଟ ଚଞ୍ଚଳ ରାଣା, ଅତିରିକ୍ତ ଜିଲ୍ଲାପାଳ, ରାଜସ୍ବ ସାଫଲ୍ୟ ମଣ୍ଡିତ ପ୍ରଧାନ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜ୍ୟୋତି ଶଙ୍କର ସାହୁ ଯୋଗଦେଇଥିଲେ l ସେହିପରି ହାଵେଲି ପଡିଆଠାରେ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଚଞ୍ଚଳ ରାଣାଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ବିକାଶ ମେଳା ଏବଂ ପାରମ୍ପାରିକ ଖାଦ୍ୟ ମେଳା -୨୦୨୫ ଉଦ୍ଘାଟନ କରି ଉଦବୋଧନରେ କହିଲେଜେ ରାଜ୍ୟ ସରକାରଙ୍କ ଶାସନର ଏକବର୍ଷ ଶାସନ ପୂର୍ତ୍ତି ରେ ବିଭିନ୍ନ ଜନହିତ କର ଲୋକ କଲ୍ୟାଣ ଯୋଜନା ଲାଗୁ କରି ଓଡ଼ିଶାକୁ ବିକଶିତ ଓଡ଼ିଶା ଗଠନ @୨୦୩୬ ଏବଂ ବିକଶିତ ଭାରତ @୨୦୪୭ ପହଞ୍ଚିବାକୁ ଦୃତ ବେଗରେ ଅଗ୍ରସର ହେଉଅଛି ଯାହା ଆଜିର ଏହି ବିକାଶ ମେଳାରେ ଜନସାଧାରଣଙ୍କ ଉପଲବ୍ଧିରୁ ଜଣାଯାଏ l ସେହିପରି ପୂର୍ବଦ୍ୟୋୟ ଭାରତ ବର୍ଷର ବିକାଶରେ ଓଡ଼ିଶା ଏକ ନିର୍ଣ୍ଣାୟକ ଭୂମିକା ନିର୍ବାହ କରିବ ବୋଲି ମାନ୍ୟବର ମନ୍ତ୍ରୀ ଉଦବୋଧନ ଦେଇଥିଲେ l ମୁଖ୍ୟ ଅତିଥି ଭାବେ ଆଇନ, ପୂର୍ତ୍ତ ଏବଂ ଅବକାରୀ ବିଭାଗ ମନ୍ତ୍ରୀ ପୃଥିରାଜ ହରିଚନ୍ଦନ ଯୋଗଦେଇ କହିଲେ, ଓଡ଼ିଆ ଜାତିର ସମ୍ମାନ, ଅସ୍ମିତା ଓ ବିକାଶକୁ ଆଗକୁ ନେବାପାଇଁ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ସଂକଳ୍ପ ନେଇ ରାଜ୍ୟ ସରକାର ବିଭିନ୍ନ ଜନ କଲ୍ୟାନ କାରୀ ଯୋଜନାର ସୁଫଳ ଲୋକଙ୍କ ପାଖରେ ପହଞ୍ଚେଇବାର ଲକ୍ଷ୍ୟ ନେଇ ରାଜ୍ୟ ସରକାର ଆଗକୁ ବଢ଼ୁଛନ୍ତି। ସରକାରଙ୍କ ଉତ୍ସଵ ପାଳନର ମାନସିକତା ନୁହେଁ l ସମସ୍ତ ଯୋଜନାର ପରିଭାଷାକୁ ଲୋକଙ୍କ ଭିତରେ ପରିଚୟ କରିବା ମୁଖ୍ୟ ଉଦ୍ଦେଶ୍ୟ ଓ ନିଛକ ପ୍ରଚେଷ୍ଟା l ବିଗତ ଦିନରେ ନିଯୁକ୍ତି ପ୍ରକ୍ରିୟାରେ ବୟସ ସୀମା ବୃଦ୍ଧି ନହୋଇଥିବା ବେଳେ ଏକ ବର୍ଷରେ ବର୍ତ୍ତମାନ ଲୋକଙ୍କ ସରକାରରେ ଚାକିରି ବୟସ ସୀମା ୪୨ କୁ ବୃଦ୍ଧି କରାଯାଇଛି l ସରକାର କ୍ଷମତାକୁ ଆସିବା ପରେ ପ୍ରଥମ ଦିନରେ ଚାଷୀଙ୍କୁ ୮୦୦ଟଙ୍କା ଇନପୁଟ ସବସିଡି ଦେଇ ଚାଷୀଙ୍କ ମେରୁଦଣ୍ଡକୁ ସୁଦୃଢ କରିଛନ୍ତି l ୨୧ କଥାରୁ ୧୧ ଗୋଟି କଥା ଏହି ବର୍ଷକ ମଧ୍ୟରେ ପୂରଣ କରିଛନ୍ତି ବୋଲି ଉଦବୋଧନ ରଖି ଖୋର୍ଦ୍ଧା ଜିଲ୍ଲାକୁ ସମୃଦ୍ଧ ଓ ପ୍ରଗତିଶୀଳ କରିବାକୁ ସମସ୍ତେ ଆଗେଇ ଆସିବାକୁ ଉଦବୋଧନ ଦେଇଥିଲେ l ସମ୍ମାନିତ ଅତିଥି ଭାବେ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ କୁମାର ଜଗଦେବ ଉଦବୋଧନରେ କହିଲେ ଯେ, ବର୍ତ୍ତମାନ ଲୋକଙ୍କ ସରକାର ସ୍ଥାପିତ ହେଲା ଯେଉଁଥିରେ ବର୍ଷ ଏକରେ ସଫଳତା ଅନେକ l ଲୋକହିତକର ଯୋଜନାରେ ସରକାର ପ୍ରଥମ ଦିବସରୁ ପ୍ରତ୍ୟେକ ମୂହୁର୍ତ୍ତ ଓ ଘଣ୍ଟାରେ ଚିନ୍ତା କରୁଛନ୍ତି l ଖୋର୍ଦ୍ଧା ଜିଲ୍ଲାରେ ଶିକ୍ଷା, ଯୋଗାଯୋଗ, ବୃହତ୍ ଶିଳ୍ପ, କ୍ଷୁଦ୍ର ଶିଳ୍ପ, ହସ୍ତ ଶିଳ୍ପ ଓ ବୟନ ଶିଳ୍ପ, ସହରୀ ସଡ଼କ ଯୋଜନା, ଗଡଖୋର୍ଧା ଭିତ୍ତିଭୂମି ଅସ୍ମିତାର ବିକାଶ ପ୍ରକଳ୍ପ ସହ ନୂଆ ଖୋର୍ଦ୍ଧା ଜିଲ୍ଲା ଗଠନରେ ବିଭିନ୍ନ ପ୍ରକଳ୍ପର କାର୍ଯ୍ୟ ରାଜ୍ୟ ସରକାର ଆରମ୍ଭ କରିସାରିଥିବା ବେଳେ ସୁଭଦ୍ରା ଲକ୍ଷପତି ଦିଦି ଭଳି ଯୁଗାନ୍ତକାରୀ ଯୋଜନାରେ ସଫଳତା ନାରୀ ସଶକ୍ତି କରଣରେ ଦୃଷ୍ଟାନ୍ତ ସୃଷ୍ଟି କରିଥିବା ସ୍ଥଳେ ବିକଶିତ ଓଡ଼ିଶା ଗଠନରେ ଖୋର୍ଦ୍ଧା ଜିଲ୍ଲାର ଅବଦାନ ଚରିତାର୍ଥ କରିବା ବୋଲି ଉଦବୋଧନ ଦେଇଥିଲେ l ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଚଞ୍ଚଳ ରାଣା ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ନିଜ ଅଭିଭାଷଣରେ କହିଲେ ଯେ, ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାରଙ୍କ ସମସ୍ତ ଯୁଗାନ୍ତକାରୀ ଯୋଜନାରେ ଲୋକଙ୍କୁ ପରିଚିତ କରିବା ସହ ଯୋଜନାରେ ହିତାଧିକାରୀଙ୍କୁ ସଚେତନ କରାଇ ମୁଖ୍ୟସ୍ରୋତରେ ସାମିଲ୍ କରି ବିକଶିତ ଓଡ଼ିଶା ଗଠନର ଲକ୍ଷ୍ୟ ପୂରଣ କରିବା ଆଜି ହେଉଛି ଖୋର୍ଦ୍ଧା ବିକାଶ ମେଳାର ଉଦ୍ଦେଶ୍ୟ l ଏହି ମେଳାରେ ଜିଲ୍ଲାବାସୀ ସାମିଲ ହୋଇ ଯୋଜନାର ସୁଫଳ ନେବାକୁ ଆହ୍ଵାନ ଦେବାସହ ଅହମଦାବାଦ ଏବଂ ଲଣ୍ଡନ ଏଆର ଇଣ୍ଡିଆ ଫ୍ଲାଇଟ ଦୁର୍ଘଟଣାରେ ମୃତକଙ୍କ ପାଇଁ ଶୋକ ଏବଂ ଆହତଙ୍କ ପାଇଁ ଶୀଘ୍ର ଆରୋଗ୍ୟ କାମନା କରିଥିଲେ। ଏହି ପରିପ୍ରେକ୍ଷୀରେ ପାଇକ ବିଦ୍ରୋହ ଓ ଭାରତର ସ୍ଵାଧୀନତା ପ୍ରତି ଏହାର ଅବଦାନ ସମ୍ପର୍କରେ ବକ୍ତୃତା ଓ ପ୍ରବନ୍ଧ ପ୍ରତିଯୋଗିତାରେ ଯଥାକ୍ରମେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନରେ ଅନନ୍ୟା ସୃଷ୍ଟି ଶତପଥୀ, ଡେପୁଟି କଲେକ୍ଟର, କ୍ରିଷ୍ଣା ଜେନା, ସହକାରୀ କଲେକ୍ଟର, ଦେବବ୍ରତ କର, ଡେପୁଟି କଲେକ୍ଟର ଏବଂ ସିମଲିନ ଚଂପତି, ଯେ ଆର ଏ, ରାଜେଶ କୁମାର ସାମନ୍ତରାୟ,ଶୁଭଲକ୍ଷ୍ମି ବେହେରା ପୁରସ୍କୃତ ହୋଇଥିଲେ l ବସୁନ୍ଧରା ଯୋଜନାରେ ଶାନ୍ତିଲତା ବେହେରା, ପ୍ରଭାତ କୁମାର ଦାସ, କାଦମ୍ବିନୀ ଦାସ, ମାମା ସ୍ବାଇଁ, ନାଥ ସୁବୁଦ୍ଧି,ଦୁଲାମ ମଙ୍ଗରାଜଙ୍କୁ ନେଇ ରାସନ କାର୍ଡ ରେ ୧୫ ହିତାଧିକାରୀ, ସାମାଜିକ ସୁରକ୍ଷା ଓ ଭିନ୍ନ କ୍ଷମ ସଶକ୍ତି କରଣ ରେ ବିବାହ ରାଶି ପ୍ରୋତ୍ସାହନ ପୁଜାରାନି ଗୋଛୟତଙ୍କୁ, ଜାତୀୟ ପରିବାର ମଙ୍ଗଳ ଯୋଜନା ରେ ଶୁକାନ୍ତଦାସ, ବର୍ଦ୍ଧିତ ଭତ୍ତା ମୂରଲୀଧର ବେହେରା, ଶ୍ରବଣ ବାଧିତ ଜିବାଂଶ ବେହେରା, ମାନସିକ ଅନଗ୍ରସର ଲକ୍ଷ୍ମୀପ୍ରିୟା ସାହୁ, ଶାରୀରିକ ଭିନ୍ନକ୍ଷମ ବିଜୟ ରଞ୍ଜନ ସାହୁ, ଶ୍ରବଣ ବାଢ଼ିତ ଛାତ୍ରୀ ଜ୍ୟୋସ୍ନା ମୟୀ ସାହୁ, ନିର୍ମାଣ ଶ୍ରମିକ ମୃତ୍ୟୁ କାଳୀନ ସହାୟତା, ବିବାହ ସହାୟତା, ପ୍ରସୁଟତିକାଲିନ ସହାୟତା, ପୁଅର ଶିକ୍ଷା ସହାୟତା, ପଞ୍ଜୀକୃତ ନିର୍ମାଣ ଶ୍ରମିକ କାର୍ଡ, ଅନସଂଗଠିତ ପରିବାରକୁ ମୃତ୍ୟୁ କାଳୀନ ସହାୟତା,, ଅଣ ସଂଗଠିତ ପଞ୍ଜୀକୃତ ଶ୍ରମିକ କାର୍ଡ ହିତାଧିକାରୀ ସହାୟତା ପ୍ରଦାନ କରାଯାଇଥିଲା l
ସେହିପରି ମେଳାରେ ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ବିଭିନ୍ନ ଜନକଲ୍ୟାଣ ଯୋଜନା ଓ କେନ୍ଦ୍ର ସରକାରଙ୍କ ଯୋଜନାର ଷ୍ଟଲ୍ ଲାଗିଥିବା ଦେଖିବାକୁ ମିଳିଛି l ତେବେ ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ବେଉରା ଧନ୍ୟବାଦ୍ ଅର୍ପଣ କରିଥିବା ବେଳେ ଶେଷରେ ଜିଲ୍ଲା ସଂସ୍କୃତି ଅଧିକାରୀଙ୍କ ତରଫରୁ ସଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା l
ହିନ୍ଦୁସ୍ଥାନ ସମାଚାର / ରାକେଶ