କୋରେଇ, ୧୩ ଜୁନ୍(ହି.ସ.) - ଷଠିପୁର ଠାରୁ ବୈତରଣୀ ରୋଡ ପୂର୍ତ ବିଭାଗ ରାସ୍ତା ଦୋହରୀକରଣ ହେଉଥିବା ବେଳେ ରାସ୍ତା ମଝିରୁ ଅବଧି ବିଦ୍ୟୁତ ଖୁଂଟ ଉଠିନାହିଁ । ଖୁଂଟ ନଉଠି ମଧ୍ୟ ରାସ୍ତା କାମ ଚାଲୁ ରହିଛି । ପୂର୍ବରୁ ଏହା ଦୁର୍ଘଟଣାକୁ ଆମନ୍ତ୍ରଣ କରୁଛି ବୋଲି ସମାଜ ଲେଖିଥିଲା । ସତକୁ ସତ ଗୁରୁବାର ରାତିରେ ଏକ କାର ଅମୃତିଆ ଗ୍ରାମକୁ ଆସି ସେଠାରୁ ଫେରୁଥିବା ସମୟରେ ବାଲି ଗାଡିର ଲମ୍ବା ଲାଇନ ଥିବା ଦେଖି ରାସ୍ତା ମଝିରେ ଖୁଂଟ ଥିବା ଜାଣିନପାରି ି ବିଦ୍ୟୁତ ଖୁଂଟରେ ପିଟି ହୋଇଥିଲା । ଫଳରେ କାରଟି ର ଆଗ ଭାଂଗିଯାଇଥିଲେ ହେଁ ଯାତ୍ରୀ ମାନେ ସୁରକ୍ôଷତ ରହିଛନ୍ତି ।
ହିନ୍ଦୁସ୍ଥାନ ସମାଚାର/ଭାସ୍କର/ଭାନୁ
ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ