ଜିଲ୍ଲା ସ୍ଥରୀୟ ବାର୍ଷିକ ଲୋକ କଳା ମହୋତ୍ସବ, ସଂରକ୍ଷଣ ହେବ ପାରଂପରିକ କଳା, ଏକତ୍ରିତ ହେଲେ ଶତାଧିକ ଦେଶିଆ ନାଟଗୁରୁ.
ମାଲକାନଗିରି, ୧୩ ଜୁନ୍ (ହି.ସ.) ମାଲ୍ୟବନ୍ତ ଦେଶିଆ ନାଟଗୁରୁ ସଂସ୍କୃତିକ ସଂଗଠନ ପକ୍ଷରୁ ଜିଲ୍ଲା ସ୍ଥରୀୟ ବାର୍ଷିକ ଲୋକ କଳା ମହୋତ୍ସବ ଆଡ଼ମ୍ବର ପୂର୍ଣ୍ଣ ସହ ପାଳିତ ହୋଇଯାଇଛି। ଏହି ଅବସରେ ଜିଲ୍ଲା ର ଶତାଧିକ ନାଟଗୁରୁ ଯୋଗ ଦେଇ ନିଜ ନିଜର ସୁ ଚିନ୍ତିତ ମତ ଉପସ୍ଥାପନ କରିଥିଲେ। କଳାକାରଙ୍କ ଆର୍ଥକ , ସା
ଜିଲ୍ଲା ସ୍ଥରୀୟ ବାର୍ଷିକ ଲୋକ କଳା ମହୋତ୍ସବ, ସଂରକ୍ଷଣ ହେବ ପାରଂପରିକ କଳା, ଏକତ୍ରିତ


ମାଲକାନଗିରି, ୧୩ ଜୁନ୍ (ହି.ସ.) ମାଲ୍ୟବନ୍ତ ଦେଶିଆ ନାଟଗୁରୁ ସଂସ୍କୃତିକ ସଂଗଠନ ପକ୍ଷରୁ ଜିଲ୍ଲା ସ୍ଥରୀୟ ବାର୍ଷିକ ଲୋକ କଳା ମହୋତ୍ସବ ଆଡ଼ମ୍ବର ପୂର୍ଣ୍ଣ ସହ ପାଳିତ ହୋଇଯାଇଛି। ଏହି ଅବସରେ ଜିଲ୍ଲା ର ଶତାଧିକ ନାଟଗୁରୁ ଯୋଗ ଦେଇ ନିଜ ନିଜର ସୁ ଚିନ୍ତିତ ମତ ଉପସ୍ଥାପନ କରିଥିଲେ। କଳାକାରଙ୍କ ଆର୍ଥକ , ସାମାଜିକ ଏବଂ କଳା ନୈପୁଣ୍ୟତାର ବିକାଶ ପାଇଁ ଆଗାମୀ ଦିନରେ କାର୍ଯ୍ୟ କରାଯିବ। ପାରମ୍ପରିକ କଳାକୁ ସଂରକ୍ଷଣ କରିବା ଦିଗରେ ପଦକ୍ଷେପ ଗ୍ରହଣ କରାଯିବ। ଲୋକ କଳାର ସମୃଦ୍ଧି ପାଇଁ ପ୍ରତିମାସରେ ପ୍ରଶିକ୍ଷଣ ଦିଆଯିବ। ନିୟମିତ ବୈଠକ ଆୟୋଜନ କରି ଏହାକୁ ପ୍ରୟୋଗଶାଳାରେ ପରିଣତ କରାଯିବ ବୋଲି ମାଥିଲି ବ୍ଲକ୍ ଶିରାଗୁଡ଼ା ଗ୍ରାମ ଆମ୍ବତୋଟା ଜଗନ୍ନାଥ ମନ୍ଦିର ପରିସର ରେ ଆୟୋଜିତ ଲୋକ କଳା ଦିବସ ଓ ବାର୍ଷିକ ଲୋକ କଳା ମହୋତ୍ସବ ରେ ମଞ୍ଛାସିନ ଅତିଥି ଓ ନାଟଗୁରୁ ମାନେ ଏହା କହି ସୁ ଚିନ୍ତିତ ମତ ଉପସ୍ଥାପନା କରିଛନ୍ତି । ମାଲ୍ୟବନ୍ତ ଦେଶିଆ ନାଟଗୁରୁ ସଂସ୍କୃତିକ ସଂଗଠନ ସଭାପତି ବିଶିଷ୍ଠ ନାଟଗୁରୁ ଅନାଦି କୋଡା ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଉତ୍ସବ ରେ ମୁଖ୍ୟଅତିଥି ଭାବେ ମାଲକାନଗିରି ବିଧାୟକ ନରସିଂହ ମାଡକାମି,ମୂଖ୍ୟ ୍ୱକ୍ତାଭାବେ ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁଖିଲ, ସମ୍ମାନୀତ ଅତିଥି ଭାବେ ଜିଲ୍ଲା ସଂସ୍କୃତି ଅଧିକାରୀ ସନ୍ତ୍ରାସ ନାରାୟଣ ପଣ୍ଡା, ଜିଲ୍ଲା ସୂଚନାଲୋକ ସମ୍ପର୍କ ଅଧିକାରୀ ସୁଶ୍ରୀ ପ୍ରମିଳା ମାଝୀ, ମାଲ୍ୟବନ୍ତ ଦେଶିଆ ନାଟଗୁରୁ ସାଂସ୍କୃତିକ ସଂଗଠନ ଉପଦେଷ୍ଠା ତଥା ୍ୱନବାସୀ ଗବେଷକ ରତ୍ନାକର ଦାଶ ଏବଂ ଅନ୍ୟତମ ଅତିଥି ଭାବେ ଜିଲ୍ଲା କଳା ସଂସ୍କୃତି ସଂଘର ଉପ ସଭାପତି ଘେନୁ ମୁଦୁଲି,ଧନୁର୍ଯ୍ୟ ହନ୍ତାଳ, ପାଙ୍ଗମ୍ ସରପଂଚ ଇନ୍ଦ୍ର ନାୟ, ସୂର୍ଯ୍ୟ ରଣା, ଭୀମ କୁଡୁପୁଡିଆ, ସନଲି ପଡିଆମୀ, ତୁଳଶା ଦଳେଇ ପ୍ରମୁଖ ଉପସ୍ଥିତ ଥିଲେ। ମାଥିଲି ବ୍ଲକ୍ କଳା ସଂସ୍କୃତି ସଂଘ ଉପସଭାପତି ପୋଲିସରାମ ମାଣ୍ଡି କାର୍ଯ୍ୟକ୍ରମର ରୂପରେଖ ସମ୍ପର୍କରେ ଆଲୋକପାତ କରିବା ସହ ମଂଚ ପରିଚାଳନା କରିଥିଲେ ଓ ସଂଗଠନ ର ସମ୍ପାଦକ ଧନଫୁଲ ବାରିକ ବାର୍ଷିକ ବିବରଣୀ ପାଠ କରି ନାଟଗୁରୁ ମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କ ରେ ଆଲୋକ ପାତ କରିଥିଲେ। ଏହି ଅବସର ରେ ସାତଟି ଯାକ ବ୍ଲକ୍ କଳା ସଂସ୍କୃତି ସଂଘର ଉପ ସଭାପତି, ସମସ୍ତ ଲୋକ କଳା ସାଂସ୍କୃତିକ ସଂଗଠନ ମୁଖ୍ୟ ଓ ଶତାଧିକ ଲୋକ କଳାକାର ଯୋଗ ଦେଇଥିଲେ। ପାରଂପରିକ ଢେମ୍ସା ଓ ଦୁରୁଆ ଲୋକ ନୃତ୍ୟ ତାଳେ ତାଳେ ଅତିଥି ମାନଙ୍କୁ ସ୍ୱାଗତ କରାଯାଇଥିଲା। କଳାକାର ମାନେ ପାରଂପରିକ ଲୋକ ନୃତ୍ୟ ପରିବେଷଣ କରିଥିଲେ। ଏହି ଅବସରରେ ରାତ୍ରିରେ ପାରଂପରିକ ଦେଶିଆ ନାଟ ମଧ୍‌ଯ ପରିବେଷଣ କରାଯାଇଛି ।

------------

---------------

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande