ବ୍ରହ୍ମପୁର, ୧୩ ଜୁନ୍ (ହି.ସ.)- ତ୍ରୈତୟା ଏବଂ ଦ୍ଵାପର ଯୁଗରୁ ପ୍ରସିଦ୍ଧି ଅର୍ଜନ କରିଥିବା ତଥା ଭଗବାନ ପର୍ଶୁରାମଙ୍କ ତପୋଭୂମି ରୂପେ ପରିଚିତ ମହେନ୍ଦ୍ରଗିରିର ଐତିହ୍ୟ ଏବଂ ଭୌଗୋଳିକ ବିବିଧତାକୁ ଲୋକ ଲୋଚନକୁ ଆଣିଥିବା ବିଶିଷ୍ଟ ଗ୍ରନ୍ଥ ଯୁଗେ ଯୁଗେ ମହେନ୍ଦ୍ର ର ରଚୟିତା ଡଃ. ଭରତ ପଣ୍ଡାଙ୍କ ଅନ୍ୟାନ୍ୟ ଗ୍ରନ୍ଥ ଗୁଡିକ ମଧ୍ୟ ଓଡ଼ିଆ ବାଣୀ ଭଣ୍ଡାରକୁ ସମୃଦ୍ଧ କରିଛି ବୋଲିି ମତ ପ୍ରକାଶ କରିବା ସହ ସ୍ବର୍ଗତ ପଣ୍ଡା ଜଣେ ଅମାୟିକ ବ୍ୟକ୍ତିତ୍ବ ଉଚ୍ଚକୋଟୀର ଗବେଷକ ସାହିତ୍ୟିକ ଥିଲେ ବୋଲି ଅନୁଷ୍ଠିତ ସ୍ମୃତି ଚାରଣ ସଭାରେ ଉପସ୍ଥିତ ଶିକ୍ଷାବିତ ସାହିତ୍ୟିକ ସମାଜସେବୀ ମତ ପ୍ରକାଶ କରିଥଲେ। ଏଥି ସହିତ ସ୍ବର୍ଗତ ପଣ୍ଡାଙ୍କ ଦେହାନ୍ତ ୮୮ ବର୍ଷ ବୟସରେ ହୋଇଥିଲା, କିନ୍ତୁ ସେ ଶେଷ ପର୍ଯ୍ୟନ୍ତ ଅହରହ ଭାଷା ସାହିତ୍ୟ ସଂସ୍କୃତି ସେବାରେ ନିୟୋଜିତ କରି ରଖିଥିଲେ ବୋଲି ଏଠାରେ କୁହାଯାଇଥିଲା। ସ୍ଥାନୀୟ ହିଲ୍ ପାଟଣା ଗଣେଶ ମନ୍ଦିର ପରିସରରେ ବିଶିଷ୍ଟ ଗବେଷକ ସାହିତ୍ୟିକ ଅବସରପ୍ରାପ୍ତ ଅଧ୍ୟକ୍ଷ ସ୍ବର୍ଗତ ଡଃ. ଭରତ ପଣ୍ଡାଙ୍କ ଦ୍ବାଦଶ ଶ୍ରାଦ୍ଧ ଉପଲକ୍ଷେ ଏକ ସ୍ମୃତି ଚାରଣ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି।
ଏହି ଅବସରରେ ଉତ୍କଳ ସମ୍ମିଳନୀ, ଫଲଗୁ ସାହିତ୍ୟ ସଂସଦ, କଳିଙ୍ଗ ସାହିତ୍ୟ ସମାଜ, ଗଞ୍ଜାମ ଜିଲ୍ଲା ଲେଖକ ଓ ଲେଖିକା ସାମ୍ମୁଖ୍ୟ, ଗଞ୍ଜାମ ଜିଲ୍ଲା ବିକାଶ ମଞ୍ଚ,ଶିଶୁ ସାହିତ୍ୟ ବିକାଶ ପରିଷଦ ଇତ୍ୟାଦି ସାରସ୍ଵତ ଅନୁଷ୍ଠାନ କାର୍ଯ୍ୟକର୍ତ୍ତା ସଦସ୍ୟ ସଦସ୍ୟା ଏବଂ ଗଞ୍ଜାମ ,ଗଜପତି ଜିଲ୍ଲା ସମେତ ଅନ୍ୟାନ୍ୟ ଅଂଚଳର ବିଶିଷ୍ଟ ଶିକ୍ଷାବିତ, ସାହିତ୍ୟିକ ସାହିତ୍ୟିକା, ସମାଜ ସେବୀ ଏବଂ ସ୍ବର୍ଗତ ପଣ୍ଡାଙ୍କ ପୁତ୍ର ବାଳମୁକୁନ୍ଦ, ବ୍ରଜ ସୁନ୍ଦର, ନୃସିଂହ ପ୍ରସାଦ,ଶିବ ଶଙ୍କର, କୃତିବାସ, ପୁତ୍ର ବଧୂ, ରୋଜାଲିନ, ଶୋଭଲତା, ମୀନାକ୍ଷୀ, ସଂଘମିତ୍ରା, ସୋନାଲି ନାତି ନାତୁଣୀ ଜାଗୃତି, ଅପରାଜିତ, ଅଦ୍ଵୈତ,ବିଶାଲ ବୈଭବ ଅଦ୍ରେଜା ଙ୍କ ସମେତ ବିନୋଦ ଚନ୍ଦ୍ର ଜେନା, ପ୍ରଫେସର ଡକ୍ଟର ବିଷ୍ଣୁ ଚରଣ ଚୌଧୁରୀ, ବିଶ୍ବକେଶ ଆଚାର୍ଯ୍ୟ, ଡଃ. କୁଳମଣି ଓଝା, ଡଃ ସୁବ୍ରତ କୁମାର ସାହୁ, ଡାକ୍ତର ସାଗର ରଂଜନ ତ୍ରିପାଠୀ, ରୂପେଶ କୁମାର ମିଶ୍ର, ଦିନବନ୍ଧୁ ଶ୍ରୀପଲ୍ଲବ, କପିଳ ଚନ୍ଦ୍ର ମହାନ୍ତି, ରାଜେନ୍ଦ୍ର କୁମାର ପଣ୍ଡା, ହାଡିବନ୍ଧୁ ମାଳି, ଧ୍ରୁବ ପ୍ରସାଦ ରଥ, ଶ୍ରୀମତୀ ପଦ୍ମିନୀ ମିଶ୍ର, ରାଜେନ୍ଦ୍ର ପ୍ରସାଦ ପାଢୀଙ୍କ ସମେତ ବହୁ ବିଶିଷ୍ଟ ଶିକ୍ଷାବିତ ସାହିତ୍ୟିକ ବୁଦ୍ଧିଜୀବୀ ଯୋଗଦାନ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ