ଡାଇରିଆ ନିୟନ୍ତ୍ରଣ ନିମନ୍ତେ ପ୍ରଶାସନର ପାଣିକୋଇଲିରେ ଚଢାଉ
କୋରେଇ, ୧୩ ଜୁନ୍‌(ହି.ସ.) - ଯାଜପୁର ଜିଲ୍ଲାରେ ଡାଇରିଆ ବ୍ୟାପିଥିବା ବେଳେ ଏହାକୁ ନିୟନ୍ତ୍ରଣକୁ ଆଣିବାକୁ ପ୍ରଶାସନ ପକ୍ଷରୁ ଉଦ୍ୟମ ଜାରି ରହିଛି । ପାଣିକୋିଲି ସମସ୍ତ ଫାଷ୍ଟଫୁଡ ଓ ଉଠା ଦେକାନୀଙ୍କୁ ବନ୍ଦ କରାଯାଇଥିବା ବେଳେ ଆଜି ହେଟେଲ ଓ ଜଳଖିଆ ଦେକାନ ଓ ଲସି ଦେକାନକୁ ମଦ୍ୟ ସମ୍ପୂର୍ଣ୍ଣ ବନ୍ଦ ରଖିବ
ଡାଇରିଆ ନିୟନ୍ତ୍ରଣ ନିମନ୍ତେ ପ୍ରଶାସନର ପାଣିକୋଇଲିରେ ଚଢାଉ


କୋରେଇ, ୧୩ ଜୁନ୍‌(ହି.ସ.) - ଯାଜପୁର ଜିଲ୍ଲାରେ ଡାଇରିଆ ବ୍ୟାପିଥିବା ବେଳେ ଏହାକୁ ନିୟନ୍ତ୍ରଣକୁ ଆଣିବାକୁ ପ୍ରଶାସନ ପକ୍ଷରୁ ଉଦ୍ୟମ ଜାରି ରହିଛି । ପାଣିକୋିଲି ସମସ୍ତ ଫାଷ୍ଟଫୁଡ ଓ ଉଠା ଦେକାନୀଙ୍କୁ ବନ୍ଦ କରାଯାଇଥିବା ବେଳେ ଆଜି ହେଟେଲ ଓ ଜଳଖିଆ ଦେକାନ ଓ ଲସି ଦେକାନକୁ ମଦ୍ୟ ସମ୍ପୂର୍ଣ୍ଣ ବନ୍ଦ ରଖିବାକୁ ପରାମର୍ଶ ଦିଆଯାଇଛି । ପାର୍ସଲ ବ୍ୟବସ୍‌ତା କରି ଦେଇ ହେବ କିନ୍ତୁ ଗହଳି କରି ଲୋକଙ୍କୁ ବସାଇ ଖାଇବାକୁ ଦେବାକୁ ବାରଣ କରାଯାଇଛି । ଜିଲ୍ଲାପାଳ ପି. ଅନ୍ୱେଷା ରେଡ୍ଡୀଙ୍କ ନିଦ୍ଦେଁଶରେ ବ୍ୟାନଗର ତହସିଲ ଦାର ଦେବାଶିଷ ରାଉତ, ରାଜସ୍ୱ ନିରୀକ୍ଷକ ସରୋଜ କୁମାର ମଲିକ, କାଟେ ପୂର୍ତି ସଦଳବଳେ ପାଣିକୋଇଲି ପୁଲିସ ସବଇନ୍ସପେକ୍ଟର ବିଶ୍ୱ ରଂଜନ ଦାସ, ପ୍ରଶାନ୍ତ କୁମାର ଦାଶ, ଏଏସଆଇ ସୋମନାଥ ରାଉତଙ୍କ ସହାୟତାରେ ଦେକାନୀ ମାନଙ୍କୁ ତାଗିତ କରଇଥିଲେ । ଏଡାର ବ୍ୟତିକ୍ରମ ଘଟିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦେଇଥିଲେ ।ଏଥି ସହିତ ପ୍ରଭାବିତ ଅଂଚଳର ପ୍ରତ୍ୟେକ ଗ୍ରାମରେ ଜଳଉତ୍ସ ଯଥା- କୂଅ, ନଳକୂପ, ପାଇପନ ୱାଟର ସପ୍ଲାଏ, ଓଭରହେଡ ଟାଙ୍କି, ଆବର୍ଜ୍ଜନା ସ୍ଥାନ ସଫା କରିବାକୁ ପରାମର୍ଶ ଦେଇଥିଲେ ।

ହିନ୍ଦୁସ୍ଥାନ ସମାଚାର/ଭାସ୍କର/ଭାନୁ

ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ


 rajesh pande