କୋରେଇ, ୧୩ ଜୁନ୍(ହି.ସ.) - କୋେରେଇ ବ୍ଲକ ଅନ୍ତର୍ଗତ କରଦା ପଂଚାୟତର କରଦା ହରିହାଟ ମହୋତ୍ସବ ପଡିଆ ଠାରେ ଜିଲ୍ଲାସ୍ତରୀୟ କବାଡି ପ୍ରତିଯୋଗୀତା ଉଦ୍ଘାଟିତ ହୋଇଛି । ଗଣପତି କବାଡି କ୍ଲବ ଅନୁକୂଲ୍ୟରେ ଆୟୋଜିତ ୨ ଦିନ ବ୍ୟାପି ଏହି ଟୁର୍ଣ୍ଣାମେଂଟ ରେ ପୁରୁଷ ବିଭାଗରେ ମୋଟ ୧୨ଟି ଦଳ ଓ ୩ଟି ମହିଳା ଦଳ ଅଂଶ ଗ୍ରହଣ କରିଛନ୍ତି । ଆଜିର ଉଦ୍ଘାଟନୀ ମ୍ୟାଚ ବେରୁଦା ବନାମ ବରେଇ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଦୁଇ ଦିନ ମ୍ୟାଚ ପରେ ଉଭୟ ବିଜେତା ଓ ରନରସଅପ ଦଳକୁ ଅନୁଷ୍ଠାନ ପକ୍ଷରୁ ପୁରସ୍କୃତ କରାଯିବ ବୋଲି ଅନୁଷ୍ଠାନର ମୁଖ୍ୟ ରଂଜୀବ କୁମାର ମଲ୍ଲିକ ସୂଚନା ଦେଇଛନ୍ତି ।
ହିନ୍ଦୁସ୍ଥାନ ସମାଚାର/ଭାସ୍କର/ଭାନୁ
ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ