ଘଟଗାଁ, ୧୩ ଜୁନ (ହି. ସ.) - ଏକ ଗଣତାନ୍ତ୍ରିକ ରାଷ୍ଟ୍ରରେ ସର୍ବେ ସର୍ବା ହେଲେ ସାଧାରଣ ଜନତା। ପ୍ରତ୍ୟେକ ବର୍ଗର ଲୋକେ ହେଉଛନ୍ତି ଗଣତାନ୍ତ୍ରିକ ପଦ୍ଧତିର ଅଂଶ ବିଶେଷ । ସାଧାରଣ ଲୋକଙ୍କ ସ୍ୱର ପ୍ରତିଫଳିତ କରିବା ଓ ସେମାନଙ୍କ ଆଶା ଆକାଂକ୍ଷା ପୂରଣ କରିବା ସରକାରଙ୍କ କର୍ତବ୍ୟ ବୋଲି ମାନ୍ୟବର ମନ୍ତ୍ରୀ, ବିଦ୍ୟାଳୟ ଓ ଗଣଶିକ୍ଷା, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ସଂପ୍ରଦାୟ ଓ ପଛୁଆ ବର୍ଗ କଲ୍ଯାଣ ବିଭାଗ, ଓଡ଼ିଶାଙ୍କ ନିତ୍ୟାନନ୍ଦ ଗଣ୍ଡ ଦରବାର ହଲଠାରେ ଆୟୋଜିତ ବିକଶିତ ଓଡ଼ିଶା ପାଇଁ ବିକଶିତ ଜିଲ୍ଲା କର୍ମଶାଳାରେ ବୁଦ୍ଧିଜୀବୀ ଓ ସ୍ୱେଚ୍ଛାସେବୀଙ୍କ ସହିତ ଭାବ ବିନିମୟ ଅବସରରେ କହିଛନ୍ତି। ଲୋକଙ୍କ ସରକାର ଭାବେ ମାନ୍ୟତା ପାଇଥିବା ରାଜ୍ୟ ସରକାର ବଜେଟ ପ୍ରସ୍ତୁତି, ବିଭିନ୍ନ ଯୋଜନାର ରୂପରେଖ ପ୍ରସ୍ତୁତି ଓ ସରକାରୀ କାର୍ଯ୍ୟରେ ଜନସାଧାରଣ ମତାମତ ଲୋଡ଼ିବା ସରକାରଙ୍କ ଲୋକଙ୍କ ପ୍ରତି ପ୍ରତିବଦ୍ଧତାକୁ ଦର୍ଶାଉଥିବା କହିଥିଲେ। ବିକଶିତ ଓଡ଼ିଶା କିମ୍ବା ବିକଶିତ ଭାରତର ସ୍ୱପ୍ନ କେବଳ ସେତେବେଳେ ପୂରଣ ହେଇପାରିବ ଯେତେବେଳେ ତୃଣମୂଳ ସ୍ତରରୁ ଲୋକଙ୍କ ସ୍ୱର ସରକାରଙ୍କ ନୀତି ନିର୍ଦ୍ଧାରଣରେ ସ୍ଥାନ ପାଇବ।
ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସାଂସଦ କେନ୍ଦୁଝର ଶ୍ରୀ ଅନନ୍ତ ନାୟକ, ତେଲକୋଇ ବିଧାୟକ ଡାକ୍ତର ଫକୀର ମୋହନ ନାଏକ, ଜିଲ୍ଲାପାଳ ଶ୍ରୀ ୍ୱିଶାଲ ସିଂହ, ବନଖଣ୍ଡ ଅଧିକାରୀ ଶ୍ରୀ ଧନରାଜ ଏଚଡ଼ି, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମନ୍ଦରଧର ମହାଳିକ, ରବୀନ୍ଦ୍ର କୁମାର ପ୍ରଧାନ, ଜିଲ୍ଲା ସହରାଂଚଳ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ମିର୍ଦ୍ଧା ଟପ୍ପୋ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ଶ୍ରୀ କୁମାର ନାଗଭୂଷଣ ଓ ଆଇଏଏସ ପ୍ରୋବେସନର ଶ୍ରୀ ପ୍ୱନ କୁମାର ଉପସ୍ଥିତ ଥିଲେ।
--------------
ହିନ୍ଦୁସ୍ଥାନ ସମାଚାର / ଘନଶ୍ୟାମ