ତରା, ମୁକୁନ୍ଦପୁରପାଟଣା ଓ ବାଲିପୋଖରୀରେ ବିକାଶ ବାହନ ଯାତ୍ରା
ଘଟଗାଁ, ଜୁନ ୧୩ ( ହିସ) - ରାଜ୍ୟ ସରକାରଙ୍କ ମାର୍ଗଦର୍ଶିକା ଆଧାରରେ କାଲିଠାରୁ ଘଟଗାଁ ବ୍ଲକରେ ଆରମ୍ଭ ହେଇଛି ବିକାଶ ବାହନ ଯାତ୍ରା। ଏହା ଆଗାମୀ ଜୁନ ୨୧ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ସୂଚନା ମିଳିଛି। ଆଜି ସକାଳ ୭.୩୦ରୁ ୧୦.୩୦ ଯାଏ ତରା ଗ୍ରାମପଂଚାୟତ, ୧୦.୩୦ ରୁ ଅପରାହ୍ଣ ୧.୩୦ଯାଏ ମୁକୁନ୍ଦପୁରପାଟ
ତରା, ମୁକୁନ୍ଦପୁରପାଟଣା ଓ ବାଲିପୋଖରୀରେ ବିକାଶ ବାହନ ଯାତ୍ରା*


ଘଟଗାଁ, ଜୁନ ୧୩ ( ହିସ) - ରାଜ୍ୟ ସରକାରଙ୍କ ମାର୍ଗଦର୍ଶିକା ଆଧାରରେ କାଲିଠାରୁ ଘଟଗାଁ ବ୍ଲକରେ ଆରମ୍ଭ ହେଇଛି ବିକାଶ ବାହନ ଯାତ୍ରା। ଏହା ଆଗାମୀ ଜୁନ ୨୧ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ସୂଚନା ମିଳିଛି। ଆଜି ସକାଳ ୭.୩୦ରୁ ୧୦.୩୦ ଯାଏ ତରା ଗ୍ରାମପଂଚାୟତ, ୧୦.୩୦ ରୁ ଅପରାହ୍ଣ ୧.୩୦ଯାଏ ମୁକୁନ୍ଦପୁରପାଟଣା ଗ୍ରାମପଂଚାୟତ ଓ ଅପରାହ୍ଣ ୨.୩୦ରୁ ସନ୍ଧ୍ୟା ୫.୩୦ଯାଏ ବାଲିପୋଖରୀ ଗ୍ରାମପଂଚାୟତରେ ଏହି ଯାତ୍ରା ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ବିଭିନ୍ନ ଗ୍ରାମପଂଚାୟତରେ ବିକାଶ ଯାତ୍ରା ଆରମ୍ଭ ହେବା ପୂର୍ବରୁ ସକାଳ ୭.୦୦ ଘଟିକାରେ ଘଟଗାଁ ବ୍ଲକ କାର୍ଯ୍ୟାଳୟ ପ୍ରାଙ୍ଗଣରେ କେନ୍ଦୁଝର ସାଂସଦ ଅନନ୍ତ ନାୟକ ମୁଖ୍ୟ ଅତିଥି ରୂପେ ଯୋଗଦେଇ ପୂଜାର୍ଚ୍ଚନା କରି ଓ ପତାକା ଦେଖେଇ ବିକାଶ ବାହନ ଯାତ୍ରାର ଶୁଭାରମ୍ଭ କରିଥିଲେ। ସାଂସଦ ପ୍ରତିନିଧି ଅଖିଳ କୁମାର ପାତ୍ର, ବିଡ଼ିଓ ଖଗେଶ୍ୱର ବରାଳ, ୯ ନମ୍ବର ଜୋନ ଜିଲ୍ଲା ପରିଷଦ ସଭ୍ୟ ସୁରେନ୍ଦ୍ର କୁମାର ଜେନା,ଏବିଡ଼ିଓ ଚିତରଞ୍ଜନ ନାୟକ, ଘଟଗାଁ ମଣ୍ଡଳ ସଭାପତି ତଥା ସମାଜସେବୀ ରବି ନାରାୟଣ ଦେହୁରୀ ଓ ଅନ୍ୟାନ୍ୟ ସରକାରୀ ଅଧିକାରୀମାନେ ଉପସ୍ଥିତ ରହି ବିକାଶ ବାହନକୁ ସ୍ୱାଗତ କରିଥିଲେ। ଏହାପରେ ଏକ ପେଡ ମା କେ ନାମ କାର୍ଯ୍ୟକ୍ରମର ଶୁଭାରମ୍ଭ କରି କେନ୍ଦୁଝର ସାଂସଦ ବ୍ଲକ ପରିସରରେ ଔଷଧିୟ ବୃକ୍ଷରୋପଣ କରି ଅନ୍ୟମାନଙ୍କୁ ନିୟମିତ ବ୍ୟବଧାନରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ହାତକୁ ନେବାପାଇଁ ନିବେଦନ କରିଥିଲେ। ତରା, ମୁକୁନ୍ଦପୁରପାଟଣା ଓ ବାଲିପୋଖରୀ ଗ୍ରାମପଂଚାୟତରେ ପଂଚାୟତିରାଜ ପ୍ରତିନିଧି ଓ ବିଭିନ୍ନ ବିଭାଗୀୟ ଅଧିକାରୀମାନେ ବାହନକୁ ସ୍ୱାଗତ କରିବା ସହ ବିଭିନ୍ନ ହିତାଧିକାରୀଙ୍କୁ ଅନ୍ତ୍ୟୋଦୟ ଗୃହ ଯୋଜନାର କାର୍ଯ୍ୟାଦେଶ, ନୂଆ ରେସନ କାର୍ଡ, ମୃତିକା ସ୍ୱାସ୍ଥ୍ୟ କାର୍ଡ, କିସାନ କ୍ରେଡ଼ିଟ କାର୍ଡ, ଜବ କାର୍ଡ, ଭତା, ଜଙ୍ଗଲ ଜମି ପଟ୍ଟା,ଆୟୁଷ୍ମାନ ଭାରତ ଜନ ଆରୋଗ୍ୟ କାର୍ଡ, ଜନ୍ମ ପ୍ରମାଣପତ୍ର ଓ କୃତୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା ପତ୍ର ପ୍ରଦାନ କରାଯିବା ସହ ଜନସାଧାରଣଙ୍କ ଆଧାର ସଂଶୋଧନ ଓ ଇ-କେୱାଇସି ଆଦି କାର୍ଯ୍ୟ ସମ୍ପନ୍ନ କରାଯାଇଥିଲା। ରାଜ୍ୟ ସରକାରଙ୍କ ଏକବର୍ଷ ପୂର୍ତି ଉପଲକ୍ଷେ ଜନସଚେତନତା ମୂଳକ ସାଂସ୍କୃତିକ କାର୍ଯ୍ୟକ୍ରମ ପାଲା ଗାୟନ ଓ ସଂକୀର୍ତନ ମାଧ୍ୟମରେ ଅନୁଷ୍ଠିତ ହୋଇଥିଲା। ଏହି ଶିବିର ଗୁଡିକରେ ଲୋକଙ୍କ ଜରୁରୀ ଅଭିଯୋଗକୁ ମଧ୍ୟ ଗ୍ରହଣ କରାଯାଇ ତ୍ୱରିତ ସମାଧାନ ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ଏଲଇଡ଼ି ମାଧ୍ୟମରେ ଜନସାଧାରଣ ସରକାରଙ୍କ ଲୋକାଭିମୁଖୀ କାର୍ଯ୍ୟର ସୂଚନା ଓ ଅନେକ ଉପାଦେୟ ତଥ୍ୟ ସମ୍ବଳିତ ସଚେତନତା ମୂଳକ ଭିଡ଼ିଓ ଦେଖିବାର ସୁଯୋଗ ପାଇଥିଲେ। ବିଭିନ୍ନ ଯୋଜନାର ମହତ ଉଦ୍ଦେଶ୍ୟ ଓ ସେବା ସମ୍ପର୍କିତ ସୂଚନା ପୁସ୍ତିକା ମଧ୍ୟ ଲୋକମାନଙ୍କୁ ବଂଟନ କରାଯାଇଥିଲା। ଏତଦଭିନ୍ନ ଆଜି ବିକାଶ ବାହନ ପରିକ୍ରମା କରିଥିବା ପ୍ରତି ପଂଚାୟତରେ ସ୍ୱତନ୍ତ୍ର ସ୍ୱାସ୍ଥ୍ୟ ଶିବିର ମାନ ଆୟୋଜନ କରାହୋଇଥିଲା। ଘଟଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ମୁଖ୍ୟ ତତ୍ୱାବଧାରକ ଡାକ୍ତର ମୁକ୍ତିକାନ୍ତ ନାୟକ ଓ ତାଙ୍କ ଟିମ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ବାହନ ନିୟୋଜିତ କରି ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ଔଷଧ ପ୍ରଦାନ କରିଥିଲେ ଏବଂ ସମ୍ପ୍ରତି ଦେଖାଦେଇଥିବା କୋଭିଡ ଲହର ବିଷୟରେ ବ୍ୟାପକ ଜନସଚେତନତା କରିଥିଲେ। ପ୍ରତ୍ୟେକ ପଂଚାୟତର କାର୍ଯ୍ୟକ୍ରମ ଓ ବିକାଶ ବାହନର ସଫଳ ଯାତ୍ରାକୁ ବ୍ଲକ ସ୍ତରରେ ଏକ ସ୍ୱତନ୍ତ୍ର ସେଲ ମାଧ୍ୟମରେ ପରିଚାଳନା କରାଯାଉଥିବା ଜଣାଯାଇଛି। ତରା ପଂଚାୟତର ସରପଂଚ ଚୁଡାମଣି ହେମ୍ବ୍ରମ, ମୁକୁନ୍ଦପୁରପାଟଣା ଗ୍ରାମପଂଚାୟତର ସରପଂଚ ଅନ୍ନପୂର୍ଣ୍ଣା ଦେହୁରୀ ଓ ବାଲିପୋଖରୀ ଗ୍ରାମପଂଚାୟତର ସରପଂଚ ଦ୍ରୌପଦୀ ନାୟକ ପ୍ରମୁଖ ଅନ୍ୟାନ୍ୟ ଅଧିକାରୀଙ୍କ ସହ ଯୋଗସୂତ୍ର ରକ୍ଷା କରି କାର୍ଯ୍ୟକ୍ରମକୁ ସଫଳ କରିଥିଲେ।

ହିନ୍ଦୁସ୍ଥାନ ସମାଚାର/ଘନଶ୍ୟାମ/ଭାନୁ

ହିନ୍ଦୁସ୍ଥାନ ସମାଚାର / ଘନଶ୍ୟାମ


 rajesh pande